Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisha Panda

Others

4.9  

Monalisha Panda

Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

2 mins
689


ସହର ଠାରୁ କିଛି ଦୂରରେ ଗୋଟିଏ ଛୋଟ ଗ୍ରାମ ଟିଏ। ଗ୍ରାମ ର ନାଁ ଶାମ୍ ପୁର। ସେହି ଗ୍ରାମ ରେ ଦୁଇ ଜଣ ଭଲ ବନ୍ଧୁ ଥିଲେ । ଜଣେ ଥିଲା ବାବୁସାନ୍ ଓ ଅନ୍ୟ ଜଣେ ଙ୍କ ନାଁ ଥିଲା ରାଜ୍ । ବାବୁସାନ୍ ଓ ରାଜ୍ ଦୁଇ ଜଣ ଦୁଇ ସାଙ୍ଗ ନ ଥିଲେ ବରଂ ଦୁଇ ଭାଇ ପରି ସାଙ୍ଗ ହୋଇ ଚଳୁଥିଲେ । ଦୁଇ ଜଣ ଏକାଠି ନିଜର ସମସ୍ତ କାମ କରୁଥିଲେ ଏପରିକି ଅଧିକାଂଶ ସମୟରେ ବାବୁସାନ୍ ନିଜ ଘରେ ନ ଥାଇ ରାଜ୍ ଙ୍କ ଘରେ ଓ ରାଜ୍ ବି ନିଜ ଘରେ ନ ଥାଇ ବାବୁସାନ୍ ଙ୍କ ଘରେ ସମୟ ଅତିବାହିତ କରୁଥିଲା । ବାବୁସାନ୍ ସହ ଯାହା ବି ଘଟେ ସେ ରାଜ୍ ଆଗରେ ପ୍ରକାଶ କରେ । ରାଜ୍ ବି ଅନୁରୂପ ଭାବେ ସମସ୍ତ କଥା କୁହେ । କିନ୍ତୁ ଏହି ଦୁଇ ଜଣ ଙ୍କ ବନ୍ଧୁତ୍ୱ ରେ ବୋଧହୁଏ କାହାର ନଜର ଲାଗିଗଲା । ସମୟ ର ଚକ୍ର ରେ ବଦିଳିଗଲା ଦୁଇ ଜଣ ଙ୍କ ଭବିଷ୍ୟତ ଓ ବନ୍ଧୁତା । ସମୟ ସହ ତାଳ ଦେଇ ସମାପ୍ତ ହେଲା ବାର୍ଷିକ ପରୀକ୍ଷା । ବାର୍ଷିକ ପରୀକ୍ଷା ଶେଷ ହେବା ପରେ ରାଜ୍ ତା ଭାଇ ପାଖକୁ ଭୁବନେଶ୍ୱର ଗଲା । ବାବୁସାନ୍ ବହୁତ ମନ ଦୁଃଖ କରୁଥିଲା କିନ୍ତୁ ସେ ରାଜ୍ ର ଖୁସିରେ ବାଧା ଦେବା ପାଇଁ ତା'ର ଇଚ୍ଛା ନ ଥିଲା । ବାବୁସାନ୍ ପ୍ରତିଦିନ ତାକୁ ଫୋନ କରେ କିନ୍ତୁ ରାଜ୍ ନୂଆ ନୂଆ ସାଙ୍ଗ ପାଇ ଧୀରେ ଧୀରେ ବାବୁସାନ୍ କୁ ଦୂରେଇ ଦେଲା ଏବଂ ଔପଚାରିକତା ଦୃଷ୍ଟିରୁ ଅଳ୍ପ ଅଳ୍ପ କଥା ହେଲା । କିନ୍ତୁ ବାବୁସାନ୍ ରାଜ୍ ର ହାବ ଭାବ ଜାଣି ପାରିଲା ଏବଂ ନିଜକୁ ତା ଠାରୁ ଦୂରେଇ ରଖିଲା । ଏମିତି ବିତିଗଲା କିଛି ବର୍ଷ । ସେହି ସମୟ ରେ ବାବୁସାନ୍ ଓ ରାଜ୍ ମଧ୍ୟ ରେ ଏତେ ବି ବନ୍ଧୁତ୍ୱ ନ ଥିଲା । ରାଜ୍ ର ନୂଆ ସାଙ୍ଗ ମାନେ ରାଜ୍ କୁ ଭୁଲ୍ ବାଟରେ ନେବାକୁ ଚେଷ୍ଟା କଲେ ଏବଂ ସଫଳ ବି ହୋଇଲେ । ଏହି ପରି ସମୟ ଅତିବାହିତ ହେଉଥିଲା । ଦିନେ ରାଜ୍ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିବା ସମୟରେ ଦୁର୍ଘଟଣା ର ସମ୍ମୁଖୀନ ହେଲା ସେହି ସମୟରେ ରାଜ୍ ତା'ର ନୂଆ ବନ୍ଧୁ ଙ୍କୁ ଫୋନ କଲା ଅଥଚ ତା'ର ନୂଆ ବନ୍ଧୁ କେହି ହେଲେ ବି ତାର ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ । ଅନ୍ୟ ଜଣଙ୍କ ଠାରୁ ଖବର ପାଇ ବାବୁସାନ୍ ସେଠାରେ ପହଞ୍ଚିଲା ଓ ରାଜ୍ କୁ ହସ୍ପିଟାଲ ନେଇ ତାର ଚିକିତ୍ସା କରାଇଲା । ସୁସ୍ଥ ହେବା ପରେ ରାଜ୍ ତା ଭୁଲ୍ ବୁଝିପାରିଲା ଏବଂ ବାବୁସାନ୍ ସହ ପୁଣି ନିଜ ର ପୂର୍ବ ବନ୍ଧୁତ୍ୱ ରେ ଖୁସିରେ ରହିଲା ।


                                      


Rate this content
Log in