ଜାଗର ରାତି
ଜାଗର ରାତି
1 min
7.0K
ଜାଗର ରାତି ଅନେକ ତୃପ୍ତି
ଶିବ ମହିମାରେ ରହିଛି ଖ୍ୟାତି l
ଏହି ରାତ୍ରି ପୁଣି ଫଗୁଣରେ ଆସେ ,
ଘଡି ମାରି ଆସେ ଜହ୍ନ l
କୈଳାସ ପର୍ବତେ ପ୍ରଦୀପ ଜାଳିଲେ ,
ଛନ ଛନ ହୁଏ ମନ l
ଘିଅ ,ଦୀପ ସବୁ ରଖିଥା ସଜେଇ ,
ଅରୁଆ ଚାଉଳ ସଙ୍ଗେ l
ବେଳ ବୁଡ଼ିଗଲେ ପ୍ରଦୀପକୁ ଜାଳି ,
ଟେକି ଦେବୁ ବାବା ନେବେ l
ବେଲପତ୍ର ତଥା ଦୁଦୁରା ଫୁଲ କୁ ,
ରଖିବୁ ତା' ପାଦ ତଳେ l
ବନ୍ଧନ ତୋହର. ସବୁ ଫିଟିଯିବ ,
କପିଳାସ ଗଲା ବେଳେ l
ମନରେ ରଖିବୁ ଅଶେଷ ବିଶ୍ୱାସ ,
ରଖିଥିବୁ ପାଦେ ଲୟ l
ଆକାଶ ଦୀପ ଟି ଉଠିଲା ବେଳକୁ ,
କହି ଓଁ ନମଃ ଶିବାୟ lll