ଜାଗର
ଜାଗର
1 min
6.9K
ଶରୀର ଦୀପରେ ଜୀବନ ସଳିତା
ଜଳୁଛି ମୋ ଅହରହ,
ରାତି ମୋ ବିତୁଛି ଉଜାଗରେ ନିତି
ଆଖିରେ ଭରା ମୋ ଲୁହ।
ଜନମୁ ଚାଲିଛି ଯନ୍ତ୍ରଣା ପଥରେ
ଜୀବନ ମୋ ହାହାକାର,
ଦୁଃଖ ଦୁର୍ଦ୍ଦିନରେ ଭୋକ ଉପାସରେ
କଟେ ରାତି ଦିନ ମୋର।
ଆଉ କିବା ଲୋଡ଼ା ପ୍ରଭୁ ହେ ତୁମର
ଜାଗର ଜାଳିବା ପାଇଁ,
ଘିଅ ମାଟି ଦୀପ ତୁଳାର ସଳିତା
ଅଧିକ ବା ହବ କାହିଁ।
କାର୍ତ୍ତିକେଶ୍ୱର ସାହୁ
ଚଣ୍ଡିଆପଲା
ଖୋର୍ଦ୍ଧା-୭୫୨୦୬୧
ମୋ-୯୯୩୮୮୩୪୨୪୦