Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Ray

Others

3  

Jagannath Ray

Others

କବିତା ଶୀର୍ଷକ : ବର୍ଷା ରାଣୀ

କବିତା ଶୀର୍ଷକ : ବର୍ଷା ରାଣୀ

1 min
7.0K


ବର୍ଷା ରାଣୀ
           ଜଗନ୍ନାଥ ରାୟ
ଗ୍ରୀଷ୍ମର ପ୍ରକୋପ ଥମି ଥମି ଯାଏ, ମୌସୁମୀ ପ୍ରବାହ ଧିର ସ୍ଵରେ ଆସେ
ମୃଦୁ ମଳୟର ରଙ୍ଗ ଢାଳି ଢାଳି  ଧରଣୀ ଭୂଇଁ କୁ ବର୍ଷା ରାଣୀ ଛୁଏଁ ;
ନୀଳ ଆକାଶର ମେଘ ମଲ୍ହାରରେ,  ବିଜୁଳି ସାଥିରେ ବଜ୍ର ନାଦ ଶୁଭେ
ଢଳ ଢଳ ମେଘ ଭୂଇଁ କୁ ଭିଜାଇ  ଧରଣୀ ମା’ର ଆତ୍ମା ତୃପ୍ତି କରେ ,

ଶ୍ରାବଣର ଏଇ ରଙ୍ଗ ବୁଣା ଜାଣି, କୋଳାହଳ କରେ ନଦୀ ପୁଷ୍କରଣୀ
ଗହନ ବନରେ ସାଜି ବୃକ୍ଷ-ଲତା  ସବୁଜ ରଙ୍ଗରେ ଭରେ ଧରା ରାଣୀ ;
ଢଳ ଢଳ ଏଇ ମେଘ ଜଳ ଦେଖି, ଆନନ୍ଦେ ମୟୂରୀ ନାଚେ ପୁଚ୍ଛ ମେଲି
ଚଳ ଚଳ ଜଳେ ପାଦ ଥାପି ଥାପି  ନାଚେ ମନ ପ୍ରାଣ ଗୀତ ଗାଇ ଗାଇ ,

ପ୍ରଥମ ବର୍ଷାର ପ୍ରଥମ ଶ୍ରାବଣ, ମନେ ଭରିଦିଏ ଆଶାର ପାର୍ବଣ
ନାଚି ଯାଏ ପାଦ ନାଚି ଯାଏ ମନ  ଭିଜିବାକୁ ମନ ହୁଏ ଛନ ଛନ ;
ଲାଗେ ବର୍ଷା ରାଣୀ ମୋ ପ୍ରିୟା ମାନସୀ, ପ୍ରୀତିଭରା ମୋର ମନର ଉର୍ବଶୀ
ଅବୁଝା ପ୍ରିୟା ତା’ ଅମାନିଆ ଠାଣି  ଦୁଷ୍ଟାମିରେ ଖେଳେ ମନ ଝୁମି ଝୁମି ,

ସ୍ମୃତିରେ ଖେତରେ ମଲ୍ହାର ଛୁଆଁରେ,  ତନୁ ମନ ଚୁମି ଯାଏ
ଶୂନ୍ୟଦେହୀ ହୋଇ ଉଡ଼ି ବୁଲେ ପୁଣି ଅନନ୍ତ ନୀଳିମାରେ ;
ଭରା ବାଦଲର ଖଣ୍ଡ ମେଘ ମାଳ, ସାଜିଛି ଗଗନେ ମାଳୀ
ଜୀବନ-ମରଣ-ମୋକ୍ଷ ଓ ନିର୍ବାଣ ଯାଉ ସବୁ ହଜି ହଜି
ଏଇ ବର୍ଷା ରାଣୀ ସାଙ୍ଗେ ଭିଜି ... ଏଇ ବର୍ଷା ରାଣୀ ସାଙ୍ଗେ ଭିଜି ...

ଜଗନ୍ନାଥ ରାୟ
ବାଲିତୁଠ
, କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା-୭୫୪୧୪୧

ଫୋନ : ୭୮୭୩୫୨୨୫୦୦  ॥    ଇ-ମେଲ : raychand.jagannath@live.com


Rate this content
Log in