ସତ୍ କର୍ମ
ସତ୍ କର୍ମ
ଜୀବନେ ସଫଳ ହେବା ପାଇଁ ଆମେ
କରିଯିବା ସତ୍ କର୍ମ
ସେଥିରୁ ବିଚ୍ଯୁତ ହେବା ନାହିଁ କେବେ
ଉପୁଜଇ ତହୁଁ ଧର୍ମ
ଯଦି ଅସଫଳ ହେବା
ଟଳମଳ ନୋହି ନୂଆ କର୍ମ ସାଥେ
ପାଦକୁ ଆଗେଇ ନେବା l
ସମୟ ଚକ୍ରରେ ପତର ବଦଳେ
ଗଚ୍ଛ ଚେର ସ୍ଥିର ଥାଏ
ଆଚାର ବିଚାର ସମାନ ରହିଲେ
ସମ୍ମାନ ଆସଇ ଛାଏଁ
ମଜଭୁତ ଥିଲେ ଜଡ
ବୁଦ୍ଧି ଓ ବିବେକ ପାଖେ ନଇଁ ଯାଏ
ଜୀବନ ବାତ୍ୟାର ଝଡ଼ l
ଧୈର୍ଯ୍ଯ ଓ ସାହସ ହରାଇବା ନାହିଁ
ବିପଦ ଆସୁ ଯେ ଯେତେ
ସତ କର୍ମଟିର ହିସାବ ରୁହଇ
ଜନ୍ମଠୁଁ ମୃତ୍ୟୁକୁ କେତେ
ଏହି ଯେ ଜୀବନ ଗୀତି
କର୍ମ କରିଯିବା ସମାଜ ପାଇଁକି
ସବୁରି ହୃଦୟ ଜିତି l
-----------------------------------------------------
--------------#ଅମୂଲ୍ୟ_କୁମାର_ପଣ୍ଡା-------------
-----------ଅରଙ୍ଗାବାଦ, ବରୀ, ଯାଜପୁର---------