Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Others

4.9  

Sudama Lenka

Others

ନୂଆ ବର୍ଷରେ କେନ୍ଦୁଝର ......

ନୂଆ ବର୍ଷରେ କେନ୍ଦୁଝର ......

1 min
510


କେନ୍ଦୁଝର ଶୀତ ନୂଆ ବର୍ଷ ମିତ

ଆସିଛି ପରାଗ ନେଇ ।

ମିତ ପରିଜନ କରି ଆୟୋଜନ  

ଭ୍ରମଣ ଗୁଣ୍ଡିଚା ଘାଇ ।।


ଖଣ୍ଡାଧାର ସେତ ଝରଣା ପ୍ରପାତ  

ଅମୁଲ୍ୟ ସେ ପରିବେଶ ।

ଜନ ବହୁଳରେ ବଣ ଭୋଜି ତୀରେ

ଦିଏ ତାକୁ ପରିତୋଷ ।।


ପୁଣି ଦେଖିବାକୁ  ଭୀମ କୁଣ୍ଡ ଟାକୁ

ଦିଗହରା ମନ ହୁଏ ।

କାହିଁ କେତେ ଦୂର ମନ ମୋ ଅଧୀର  

ଦିନ ରାତି ପାହିଯାଏ ।।


ସୁନ୍ଦର ସୃଷ୍ଟି ରେ ପଥର ପୃଷ୍ଠରେ   

ଅଦଭୂତ ଜଳ ଧାର ।

ଆଖି ମୋ ଲୋତକ ମନ ଆତଙ୍କିତ  

ଦେଖି ମନଲୋଭା ନୀର ।।


ରବି ଅଙ୍କୁରିତ ସାନ ଘାଗେରା ତ

ଅନେଇ ବସିଛି ବାଟେ ।

ବୁଲିବାକୁ ଗଲି  ସନ୍ତୁଷ୍ଟ ପାଇଲି  

ନ ଭୁଲିବି ଇତି ଶ୍ରେଷ୍ଟେ ।।



Rate this content
Log in