STORYMIRROR

Subrat Kumar Muduli

Others

3  

Subrat Kumar Muduli

Others

ସୁନା ପୁଅ

ସୁନା ପୁଅ

1 min
15K



ଛୋଟ ପିଲାଟିଏ ତା' ବାପାକୁ ପଚାରିଲା ଗୋଟେ ଦାର୍ଶନିକ ପ୍ରଶ୍ନ ......ବାପା କହିଲ ଦେଖି, ମୁଁ କିଏ ?

ବାପା ଏକା ନିଶ୍ଵାସରେ ଉତ୍ତର ଦେଲେ .....'ତୁ ହଉଛୁ ମୋ' ସୁନାପୁଅ ।'

ସୁନା କାହିଁକି .....? ପୁଣି ପଚାରିଲା ଛୋଟ ପିଲାଟି

ବାପା କହିଲେ ..... 'ତୁ ମୋ ସବୁ କିଛି । ସୁନ୍ଦର ବର୍ତ୍ତମାନ ଆଉ ତା'ଠୁଁ ସୁନ୍ଦର ଭବିଷ୍ୟତ ଆମେ ଲକ୍ଷେ ଶିବ ପୂଜିଲା ପରେ ତୋ ଭଳି ଅମୂଲ୍ୟ ରତ୍ନଟିଏ ପାଇଛୁ

କିଛି ସମୟ ନୀରବ ରହିଲା ପରେ ପିଲାଟି ପୁଣି ପ୍ରଶ୍ନ କଲା .....'ଆଚ୍ଛା ବାପା ତମକୁ ତମ ଛୋଟ ବେଳେ ଅଜା ଏକଥା କେବେ କହି ନାହାନ୍ତି ?'

ଏବେ ବାପା ନୀରବ ରହିବାକୁ ଉଚିତ ମଣିଲେ ପିଲାଟି ବାରମ୍ବାର ସେଇ ପ୍ରଶ୍ନ ପଚାରୁଥିଲା ଆଉ ବାପା ମିଛରେ କଥା ଆଡେଇବାକୁ ଯାଇ ଇଅର ଫୋନ ଲଗାଇ ୱାଟସଆପ ଭିଡିଓରେ ବିଜି ଥିଲେ

ଶେଷରେ ପିଲାଟି ଉତ୍ତର ଦେଲା ...... 'ମୁଁ ଜାଣେ ତମ ପାଖରେ ଉତ୍ତର ନାହିଁ ।  ଆମ ସ୍କୁଲ ସାର କହୁଥିଲେ, ଯିଏ ବାପା ମା'ଙ୍କର ନୁହେଁ ସେ ସଂସାରରେ କାହାର ନୁହେଁ ତମେ ଯଦି କାହାର ନୁହଁ, ମୋ ତେବେ କେମିତି ହେବ ? ତମେ ଯଦି ମୋର କିଛି ନୁହଁ ତା' ହେଲେ ମୁଁ ତମ ସୁନାପୁଅ ତମ ଭଳି କାହାର ନୁହଁ  । ମୋତେ ମୋ  ଉତ୍ତର ମିଳିଗଲା । '

ହୁଏତ ବାପା ଏକଥା ଶୁଣିନଥିଲେ ପିଲାଟି ଆଖିର ଗଭୀର କୋଣରେ ଟଳମଳ ହେଉଥିଲା ଦୁଇବୁନ୍ଦା ଲୁହ, ସେତେବେଳଠାରୁ ଯେତେବେଳଠାରୁ ତା' କାନରେ ବାଜିଥିଲା ଫୋନରେ ବାପାଙ୍କର ଜଣେ ବାପାଙ୍କୁ ଉତ୍ତର ..... 'ମତେ ଟିକେ ଶାନ୍ତିରେ ରହିବାକୁ ଦିଅ  ସରକାର ଚାଉଳ କିଲୋ ଟଙ୍କାଟିଏ କଲେ, ତଥାପି ତମର ମାସ ଶେଷରେ ପଇସା ପାଇଁ ଯୋଉ ନାଟକକୁ ସେଇ ନାଟକ !  

 


Rate this content
Log in