STORYMIRROR

Subrat Kumar Muduli

Others

3  

Subrat Kumar Muduli

Others

ସୁନା ପୁଅ

ସୁନା ପୁଅ

1 min
15.1K



ଛୋଟ ପିଲାଟିଏ ତା' ବାପାକୁ ପଚାରିଲା ଗୋଟେ ଦାର୍ଶନିକ ପ୍ରଶ୍ନ ......ବାପା କହିଲ ଦେଖି, ମୁଁ କିଏ ?

ବାପା ଏକା ନିଶ୍ଵାସରେ ଉତ୍ତର ଦେଲେ .....'ତୁ ହଉଛୁ ମୋ' ସୁନାପୁଅ ।'

ସୁନା କାହିଁକି .....? ପୁଣି ପଚାରିଲା ଛୋଟ ପିଲାଟି ।

ବାପା କହିଲେ ..... 'ତୁ ମୋର ସବୁ କିଛି । ସୁନ୍ଦର ବର୍ତ୍ତମାନ ଆଉ ତା'ଠୁଁ ସୁନ୍ଦର ଭବିଷ୍ୟତ । ଆମେ ଲକ୍ଷେ ଶିବ ପୂଜିଲା ପରେ ତୋ ଭଳି ଅମୂଲ୍ୟ ରତ୍ନଟିଏ ପାଇଛୁ ।

କିଛି ସମୟ ନୀରବ ରହିଲା ପରେ ପିଲାଟି ପୁଣି ପ୍ରଶ୍ନ କଲା .....'ଆଚ୍ଛା ବାପା ତମକୁ ତମ ଛୋଟ ବେଳେ ଅଜା ଆଈ ଏକଥା କେବେ କହି ନାହାନ୍ତି ?'

ଏବେ ବାପା ନୀରବ ରହିବାକୁ ଉଚିତ ମଣିଲେ । ପିଲାଟି ବାରମ୍ବାର ସେଇ ପ୍ରଶ୍ନ ପଚାରୁଥିଲା ଆଉ ବାପା ମିଛରେ କଥା ଆଡେଇବାକୁ ଯାଇ ଇଅର ଫୋନ ଲଗାଇ ୱାଟସଆପ ଭିଡିଓରେ ବିଜି ଥିଲେ ।

ଶେଷରେ ପିଲାଟି ଉତ୍ତର ଦେଲା ...... 'ମୁଁ ଜାଣେ ତମ ପାଖରେ ଏ ଉତ୍ତର ନାହିଁ ।  ଆମ ସ୍କୁଲ ସାର କହୁଥିଲେ, ଯିଏ ବାପା ମା'ଙ୍କର ନୁହେଁ ସେ ସଂସାରରେ କାହାର ନୁହେଁ । ତମେ ଯଦି କାହାର ନୁହଁ, ମୋର ତେବେ କେମିତି ହେବ ? ତମେ ଯଦି ମୋର କିଛି ନୁହଁ ତା' ହେଲେ ମୁଁ ତମ ସୁନାପୁଅ ତମ ଭଳି କାହାର ନୁହଁ  । ମୋତେ ମୋ  ଉତ୍ତର ମିଳିଗଲା । '

ହୁଏତ ବାପା ଏକଥା ଶୁଣିନଥିଲେ । ପିଲାଟି ଆଖିର ଗଭୀର କୋଣରେ ଟଳମଳ ହେଉଥିଲା ଦୁଇବୁନ୍ଦା ଲୁହ, ସେତେବେଳଠାରୁ ଯେତେବେଳଠାରୁ ତା' କାନରେ ବାଜିଥିଲା ଫୋନରେ ବାପାଙ୍କର ଜଣେ ବାପାଙ୍କୁ ଉତ୍ତର ..... 'ମତେ ଟିକେ ଶାନ୍ତିରେ ରହିବାକୁ ଦିଅ । ସରକାର ଚାଉଳ କିଲୋ ଟଙ୍କାଟିଏ କଲେ, ତଥାପି ତମର ମାସ ଶେଷରେ ପଇସା ପାଇଁ ଯୋଉ ନାଟକକୁ ସେଇ ନାଟକ !  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍