STORYMIRROR

Subrat Kumar Muduli

Others

2  

Subrat Kumar Muduli

Others

ସତ ମିଛ

ସତ ମିଛ

1 min
13.9K


ଦିନଥିଲା ଆମ ସମ୍ପର୍କକୁ ମୁଁ ବାଲିଘର ରୂପ ଦେଲା ବେଳେ ତମେ ମୋ’ ସହ ବେତଣ୍ଡା ଯୁକ୍ତି କରି କହୁଥିଲ ସେଇଟା କାଳେ ଗୋଟେ କଂକ୍ରିଟ ରାଜମହଲ ବୋଲି । ମୁଁ ଜାଣେ ତମେ ତ ମିଛ କହିବାରେ ଓସ୍ତାଦ ଥିଲ ତେଣୁ ତମର କିଛି ବି କ୍ଷତି ହୋଇନି । ତମେ ଆଉ କାହାର ହେଲା ପରେ ତମର ସେ ମିଛ ଅଭିନୟର ଅବାଞ୍ଛିତ କାଗଜ ଫର୍ଦ୍ଦକୁ ମୁଁ ବି କେତେ ବେଳେ ଡଙ୍ଗାକରି ଭସେଇ ଦେଇଛି ଅଦିନିଆ ବର୍ଷାର ସୁଅରେ ତ କେତେ ବେଳେ କ୍ଷେପଣାସ୍ତ୍ର କରି ଉଡେଇ ଦେଇଛି କାଳ ବୈଶାଖୀର କରାଳ ପବନର ଧାରେ ଧାରେ ।

ଆଜି ତମକୁ ମୁଁ ଭୁଲିଛି କି ନଭୁଲିଛି ଆଉ କେବେ ବି ପଚାରି ବୁଝେନି ଏଇ ମୋ’ର ଭଙ୍ଗା ହୃଦୟକୁ କିନ୍ତୁ ଗୋଟାଏ କଥା ମୁଁ ଜମା ବି ଭୁଲି ପାରୁନି । ସେଦିନ ତମ ମୁଣ୍ଡ ଛୁଇଁ ମୁଁ କହିଥିଲି ଯେ ମୁଁ କେବେ ମିଛ କୁହେନି । ଗୋଟିଏ କଥାକୁ ଛାଡି ମୋ’ ଜୀବନରେ ମୁଁ କେବେ ବି ମିଛ କହିନି ଜାଣିଛ ସେଇଟା କୋଉ କଥା .............ତମ ସହ ଶେଷଥର କଥା ହେଲା ବେଳେ ଜୀବନରେ ପ୍ରଥମଥର ପାଇଁ ତମେ ସତ କହି କହିଥିଲ ଆଇ ହେଟ ୟୁ ଆଉ ମୁଁ  ବି ମିଛରେ କହିଥିଲି ସେଇ ଏକା କଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍