Subrat Kumar Muduli

Others

3  

Subrat Kumar Muduli

Others

ବକରା ନମ୍ବର୍ 16

ବକରା ନମ୍ବର୍ 16

1 min
7.4K


କିଛି ବର୍ଷ ତଳେ ଗୌରୀକୁ ଦେଖିଥିଲି ବାହା ସାହା ହୋଇ ସ୍ଵାମୀ ସହ ବିନ୍ଦାସରେ ଅଛି ମତେ ଦେଖିଲାରୁ ଆଡେଇ ଚାଲିଗଲା ଆଖିରେ ମୋ' ନାଚୁଥିଲା ଆମ କଲେଜ ବେଳର କଥା ତା' ଅଙ୍ଗ ଭଙ୍ଗୀ ଆଉ ଅହଂକାରର କଥା ବିଚରା ହିମୁଟା ତା' ପ୍ରେମରେ ପୁରା ଦିୱାନା ଥିଲା କିନ୍ତୁ ଗୌରୀ କେବେ ବି ତାକୁ ବାସିରେ ବି ପଚାରୁ ନଥିଲା ହିମୁର ସାଙ୍ଗ ହିସାବରେ ମୁଁ ଦିନେ କୌଶଳ କରି ତା' ମୋବାଇଲ ହାତେଇଲି ହେଲେ ହିମୁ ନମ୍ବରକୁ ଡାଇଲ କଲାରୁ ମୋ' ମୁଣ୍ଡ ଚକ୍କର ଖାଇଗଲା କାରଣ ଗୌରୀ ହିମୁ ନାଁକୁ ସେଭ କରିଥିଲା ବକରା ନମ୍ବର ୧୬ରେ ମୁଁ କିନ୍ତୁ କଥା ଲୁଚେଇ ଥିଲି ହିମୁକୁ

କାଲି ସୌଭାଗ୍ୟବଶତଃ ହିମୁ ସହ ଦେଖା ହେଲା ସେ ବି ବାହା ସାହା ହୋଇ ଭଲରେ
ଅଛି ତା'କୁ ଗୌରୀ କଥା ପଚାରିଲି ସେ ବେଦମ ହସିଲା ପରେ ସେ ମତେ ତା' ମୋବାଇଲ ଫୋନରେ ଯାହା ଦେଖାଇଲା ମୁଁ ବିଶ୍ଵାସ କରି ପାରିଲିନି ପରେ ପ୍ରେମରେ ସଫଳ ହେଲା ପରେ ସେ ଗୌରୀ ସହ ଉଠାଇ ଥିଲା ଅନେକ ଆପତ୍ତି ଜନକ ଉତ୍ତେଜକ ଫଟ ଯାହା ଆଜିବି ବନ୍ଦୀ ହୋଇ ରହିଛି ହିମୁ ମୋବାଇଲରେ ସହି ପାରିଲିନି ତାକୁ ବିଷୟରେ ପଚାରିଲି ସେ ହସୁଥିଲା ଆଉ କହୁଥିଲା ଏଇଟା ତା' ପାଇଁ ନୂଆ କଥା ନୁହେଁ ଏମିତି ଆହୁରି ୨୦ ଜଣକ ସହ ସେ ଏମିତିକା ଫଟ ଉଠାଇ ମୋବାଇଲରେ ସାଇତିଛି ମନକୁ ପଚାରିଲି ଏଥି ପାଇଁ ଦାୟୀ କିଏ? ଉତ୍ତର ମିଳିବା ପୂର୍ବରୁ ହିମୁ ମୋ' ପାଖ ଛାଡି ସାରିଥିଲା ଘରକୁ ଫେରିବାକୁ ସ୍ତ୍ରୀ ଊର୍ମୀର କଲରେ


Rate this content
Log in