Sanjya Tripathy

Others

3  

Sanjya Tripathy

Others

ସମ୍ପର୍କ

ସମ୍ପର୍କ

3 mins
156


ଦେବାଶିର ଘର କଟକ ଜିଲ୍ଲାର ଗୋଟିଏ ଅଖ୍ୟାତ ପଲ୍ଲୀରେ । ସେ ବୃତ୍ତିରେ ସଫ୍ଟୱେର ଇଂଜିନିୟର । କରୋନା ପ୍ରଭାବିତ ଲକଡାଉନ୍ ସମୟରେ ସେ ହାଇଦ୍ରାବାଦରେ ଗୋଟିଏ କଂପାନୀରେ କାର୍ଯ୍ୟରତ ଥିଲା । ଲକଡାଉନ୍ ଯୋଗୁଁ ତାକୁ ଘରୁ କାମ (ୱାର୍କ ଫ୍ରମ୍ ହୋମ) କରିବାର ଅନୁମତି ମିଳିଲା । ସେ ସମୟରେ ରେଳ ସେବା ବ୍ୟାହତ ଥିବାରୁ ସେ ନିଜ କାରରେ ରାଜପଥରେ ଆସି କଟକରେ ପହଞ୍ଚିଲା ଓ ଗୋଟିଏ ସରକାରୀ ସ୍ୱୀକୃତିପ୍ରାପ୍ତ ହୋଟେଲରେ ସଂଗରୋଧରେ ରହିଲା । ସଂଗରୋଧ ଅବଧି ଶେଷ ହେବା ପରେ ତାର ସ୍ୱାବ୍ ଟେଷ୍ଟ କରାଗଲା ସେଇଥିରେ ରିପୋର୍ଟ ନେଗେଟିଭ୍ ଆସିଲା ।

ଏହା ପରେ ଲକଡାଉନରେ ସେ ଆସି ତା ଗାଁ ସୀମାରେ ପହଂଚିଲା । ସେଇଠି ଦ୍ୱାରପାଳ ଭଳି ଜଗି ରହିଥିଲେ କେଇ ଜଣ ଗ୍ରାମବାସୀ ।

ଦେବାଶିଷ ସେମାନଙ୍କୁ ତା କାହାଣୀ ଶୁଣେଇକା ଓ ନିଜ ଘରକୁ ଯିବା ପାଇଁ ପାଦ ବଢ଼େଇଲା । କିନ୍ତୁ ଯମଦୂତ ଭଳି ତା ବାଟ ଓଗାଳିଲେ ଓ ଗାଁକୁ ଯିବାକୁ ଦେବୁନି ବୋଲି କହିଲେ । ଦେବାଶିଷ ଯେତେ କାକୁତି ବିନତି କଲେ ମଧ୍ୟ ସବୁ ପାଣିର ଗାର । ତା ପରେ ଅନନୋପାୟ ହୋଇ ଦେବାଶିଷ କହିଲା- ଅତତଃ ମୋ ଘର ଲୋକଙ୍କୁ ଖବର ଦେଇଦିଅ ସେମାନଙ୍କ ସହ ଦେଖା କରି ମୁଁ ତା ପରେ ଦେବାଶିଷ ଆସି ତା କାରରେ ବସିଲା ନିଜ ଘର ଲୋକଂକ ବାଟ ଚାହିଁ । ଘଣ୍ଟା ପରେ ଘଣ୍ଟା ବିତିଗଲା- ସକାଳ ଯାଇ ସନ୍ଧ୍ୟା ହେଲା । ବାଧ୍ୟ ହୋଇ ଦେବାଶିଷ ତା କାର ଭିତରେ ଶୋଇ ରହି ରାତିଟି ବିତାଇଲା । ତା ପରଦିନ ସକାଳୁ ଉଠି ଦେବାଶିଷ ଦେଖିଲା ଚୋରଙ୍କ ଭଳି ଲୁଚି ଲୁଚି ତା ବୁଢ଼ୀ ମା ଚାଲି ଚାଲି ଆସୁଛି । ସେ ପାଦ ବଢ଼ାଇଥିଲା, କିନ୍ତୁ ମା କହିଲା- ଆଉ ଆଗାନାରେ ପୁଅ । ସେଇଠି ଥା । ତୋ ପାଖକୁ ଆସିଲେ ଗାଁ ଲୋକେ ଆମକୁ ଏକ ଘରକିଆ କରି ଦେବେ ବୋଲି କହିବାରୁ ଭୟରେ ଆମେ କେହି ଆସୁନଥିଲୁ । କିନ୍ତୁ ମାଆ ମନ କଣ ବୁଝିବ ? ସେଇଥ୍ ପାଇଁ ବଡି ଭୋରରୁ ଆସିଛି- କେହି ଯେମିତି ନ ଦେଖୁବେ । ଅଳପେଇସା କି ଗୋଟା ଆସିଲା ଯେ ପୁଅକୁ ମାଆଠୁ, ଲାଇକୁ ଭାଇଠୁ ପର କରି ଦେଇଛି । ତୁ ଆଉ ଏଠି ରହନା । ତୋ କାମ ଜାଗାକୁ ଚାଲିଯା |

ମାଆ ମୁହଁରୁ ଏଇ କଥା ଦି ପଦ ଶୁଣି ଆପେ ଆପେ ଦେବାଶିଷର ଆଖୁରୁ ଲୁହ ଝରି ଆସିଲା । କେତକଭରା ମୁହଁ ଓ ବାଷ୍ପରୁଦ୍ଧ କଣ୍ଠରେ କହିଲା- ମା ତୁ ଘରକୁ ଫେରି ଯା । ପୁଣି ତୋତେ ଏଠି କିଏ ଦେଖିଲେ କେତେ କଥା ।

ମା ଯିବା ପଥକୁ କିଛି ସମୟ ଚାହିଁ ରହିଲା ଦେବାଶିଷ ଏଇ ଦି ଦିନର ତିକ୍ତ ଅନୁଭୂତିରେ ତା ହୃଦୟଟା ବିଷେଇ ଉଠିଛି ବ୍ୟବସ୍ଥା ଓ ସମାଜ ଉପରେ । ହେଲେ ସଂଘର୍ଷରୁ ସଂକ୍ରମିତ ହେଉଥିବା ଏହି ରୋଗ ଚାରିଆଡେ ଏମିତି କୋକୁଆ ଭୟ ଖେଳାଇ ଦେଇଛି ସେଇଠି ବିଚରା ଗାଁ ଲୋକେ ବି କରିବେ କଣ ? ଆପେ ବଂଚିଲେ ବାପାର ନା ନ୍ୟାୟରେ ଘରପୁଅ ଘରକୁ ଫେରି ପାରୁନି । କୋବିଡରେ ମୃତ ବ୍ୟକ୍ତିକୁ କାଂଧ ମିଳୁ ନାହିଁ । କୋବିଡ ଯୋଦ୍ଧାଙ୍କ ଶବ ଘଣ୍ଟା ଘଣ୍ଟା ଧରି ରାଜ ରାସ୍ତାରେ ପଡି ରହୁଛି ଏମିତି ନାନାଦି ଆଖି ଦେଖା ଘଟଣା ।

ଅଗତ୍ୟା ଦେବାଶିଷ ତା କର୍ମସ୍ଥଳୀ ଆଡେ ମୁହାଁଇଲା । ଫେରିବା ବାଟରେ ଅନେକ ପ୍ରକାରର ଚିନ୍ତା ଓ ଭାବନା ତା ମୁଣ୍ଡରେ ଆସି ପିଟି ହେଇଥିଲା । ମହାମାରୀ ଛଡେଇ ମାନବିକତା । ଏ ପ୍ରସଂଗକୁ ସେ ଯେତେ ଭୁଲିବାକୁ ଚେଷ୍ଟା କଲେ ହେଁ ବେଳାଭୂମିର ଉଜାଣି ଢ଼େଉ ପରି ତାହା ଆସି ଦେବାଶିଷର ଉଭ ହୃଦୟ ଓ ମନକୁ ଏକ ତିକ୍ତ କଷାୟ ଅନୁଭୂତିରେ ଭରି ଦେଇଥିଲା । ପ୍ରିୟଜନଂକ ସହିତ ଏ ବିଚ୍ଛେଦ କ୍ଷଣସ୍ଥାୟୀ ନା ଚିରସ୍ଥାୟୀ- ସେ ବୁଝି ପାରୁ ନଥିଲା |

ଦେବାଶିଷ ମନସ୍ଥ କଲା- କରୋନାର ଅଂତ ନ ହେବା ପର୍ଯ୍ୟନ୍ତ ସେ ଆଉ ଘରକୁ ବାହୁଡିବ ନାହିଁ । ଏହି ସିଦ୍ଧାନ୍ତରେ ଉପନୀତ ହେବା ପରେ ତା ମନ କିଛିଟା ହାଲକା ଓ ଶରୀରଟା ବି ବେଶ ମୂର୍ତ୍ତି ହୋଇଗଲା । ସେ ପୁଣି ତା’କାମରେ ମନ ଲଗାଇଲା ।



Rate this content
Log in