Akshay Ojha

Others

3  

Akshay Ojha

Others

ରାମନାମ

ରାମନାମ

2 mins
13.8K


ଅଳ୍ପ ଅଳ୍ପ ଗଳ୍ପ

ରାମ ନାମ --------------------- ଦେଖା ଶବ ଯାଉଛି ଶବ । ମଶାଣୀକୁ । ଚାରି ଛ ଜଣ କା ନ୍ଧେଇ ଛନ୍ତି । ଦଶ ପନ୍ଦର ଜଣ ଆଗେ ପିଛେ ଚାଲି ଛନ୍ତି । ଲୋକଟା ର ନା ଆ ଧରି କେହି ଡାକୁ ନାହାନ୍ତି । କଲି ଠୁ ମଲାଣି । ବାସୀ ମ ଢା । ଛ ଖଣ୍ଡ କାଠରେ କୋକେଇ । ଦୁଇ ଚାରି ଖଣ୍ଡ କପଡା ରେ ଢଙ୍କ! ମଲା ମଣିଷ । ଫୁଲ ଅଭିର ରେ ସଜା ହେଇଚି । କେତେଜଣ ଛାତି ଫଟେଇ କାନ୍ଦୁଛନ୍ତି । କଇଁ କଇଁ କାନ୍ଦୁଛି କେହିଜଣେ ଆବାଜ ବାହାରକୁ ଆସୁନାହିଁ । ରାମ ନାମ ସତ୍ୟ ହୈ। ହରି ନାମ ସତ୍ୟ ହୈ । ସବୁ ଅସତ କଲା ପରେ ମଲା ବେଳକୁ ଏହି କଥା କୁହାଯାଏ । ଚୋରି,ଦାରି,ନାରୀ,ସବୁ ଡରେଇ, ଥରେଇ, ଆଖି ଦେଖେଇ ଆଉ ମଲାବେଳକୁ ଖାଲି ରାମ ନାମ ସତ୍ୟ ହୈ । ମଶାଣି ସଜା ହେଲା। କାଠ ଲଦା ହେଲା । କାଠ ଉପରେ ମଲା ମଣିଷ ଶୋଇଲା । ବୋହି ନେଇ ଥିବା ଲୋକ ମାନେ ଘିଅ ଚନ୍ଦନ ଢ଼ାଳି ଜଳେଇ ଦେଲେ । କଳା ଧୂଆଁ ଆକାଶରେ ଢେଉ ମାରୁଥିଲା । ଶରୀର ଜଳୁଛି ଥିଲା । ଜନ୍ମ ରୁ ମୃତୄ ଯାଏ ସବୁ ଇତିହାସ ,ଗଣିତ ଯୋଡ଼ା ବିଯୋଡ ହେଇ ଜଳି ଯାଉଥିଲା । ଧିମେଇ ଆଡୁଥିଲା ଜୁଇ । ସବୁ ଯେମିତି ପାଉଁଶ ହେଇ ଯାଉ ଥିଲା । ମୁଁ ଛିଡା ହେଇ ଶବ ଜଳା ଦେଖୁ ଥିଲି । ଜୁଇ ର ନିଆଁ ରେ କେବେ ଲାଲ କେବେ କଳା ପଡି ଯାଉଥିଲି । ବୁଲା ପହଲ ମାନ ର ଜୁଇ ଜଳୁଥିଲା । କଥା କଥା ରେ ଗୁଳି ଚଳାଏ । ସିଧା ଅନେଇ ଲେ ମୁକ୍କା ମାରି ଦେଏ । ରାସ୍ତା ମଝିରେ ସ୍ତ୍ରୀ ଲୋକଙ୍କର ଶାଢ଼ୀ ଟାଣିଦେଏ । ମାରିବା ଲୋକ ମରିଗଲା । ବଡ ପ୍ରବଳ ପ୍ରତାପି ବୁଲା ଆଜି ଶବ ହେଇ ଜଳୁଛି । ବଡ ଗାଡ଼ିରେ,ଗୁଣ୍ଡା ମାନଙ୍କ ସହିତ ଚାଲେ । ବଡ ମହଲ ରେ ରୁହେ । ପୁଲିସି ବାଲା କୁ ଗୁଳି ମରିଦେଏ । ନେତା ମାନେ ହାତ ଯୋଡନ୍ତି । ସଖାଲୁ ସଖାଲୁ ଖବର ଆସିଲା ,ବୁଲା ମରିଗଲା । କିଏ ତାକୁ ଗୁଳି ମାରିଦେଲା । ରାସ୍ତା ମଝିରେ ଜିଭ କାମୁଡି ମାରି ପଡିଛି । ତେବେ ଏତେ ଉତ୍ପାତ କଣ ପାଇଁ ? ଏବେ ମଶାଣି ରେ ଜଳୁଛି । ମୁଁ ବୁଝି ପାରୁ ନଥିଲି ଯେ ଜିଆନ୍ତା ବେଳେ କାହିଁକି ଏ ଲୋକମାନେ ଥରେ ତାକୁ କହୁ ନଥିଲେ ରାମ ନାମ ସତ୍ୟ ହୈ । ଅକ୍ଷୟ ଓଝା Akshayika The Smart Educare Convent School .9911898050 ।


Rate this content
Log in