ପ୍ରକୃତି କନ୍ୟା
ପ୍ରକୃତି କନ୍ୟା
ଆଭା ଓ ନିଭା ଦୁଇ ଯମଜ ଭଉଣୀ ହୋଇଥିବାରୁ ଦୁହେଁ ଖୁବ ସାଙ୍ଗ. ଦୁହିଁଙ୍କ ଜନ୍ମ ଦିନରେ ସେ ଦୁହେଁ ଢେର ସାରା ଖେଳନା ପାଇଥିଲେ. ତା ଭିତରେ ଆଭା ଗୋଟିଏ ହାତୀ ପାଇଥିବା ବେଳେ ନିଭା ଗୋଟିଏ ଘୋଡା ଖେଳନା ପାଇଥାଏ. ଅନେକ ଖେଳନା ଭିତରୁ ସେ ଦୁହେଁ ଘୋଡା ଓ ହାତୀ ଖେଳନାରେ ଖେଳୁଥିବାରୁ କିଏ କହେ ସେ ଦୁହେଁ ପଶୁ ପ୍ରେମୀ ତ କିଏ କହେ ସେ ଦୁହେଁ ପଶୁଡାକ୍ତରାଣୀ ହେବେ ତ ଜେଜେମା କହନ୍ତି,ପୂର୍ବଜନ୍ମରେ ପଶୁ ଥିଲକି ଦୁହେଁ? ଜେଜେମାଙ୍କ କଥାରେ ଦୁହେଁ ହସିକି କହନ୍ତି ହଁ ହଁ ଆମେ ପଶୁ ଥିଲୁ. ଆଭା କହେ ମୁଁ ଘୋଡା ଥିଲି, ଖୁବ ଜୋରରେ ଦଉଡି ପାରୁଥିବାରୁ ରାଜା ନଅରରେ ଘୋଡା ମାନଙ୍କ ପାଇଁ ସ୍ୱତନ୍ତ୍ର ଘୋଡ଼ାଶାଳ ତିଆରି ହେଉଥିଲା ସେଠି ରହୁଥିଲି ଖୁସିରେ. ତା କଥା ଶୁଣି ନିଭା କହେ ହଁ ହଁ ମୁଁ ମଧ୍ୟ ହାତୀ ଥିଲି. ଖୋଦ ରାଜା ନିଜେ ମୋ ପିଠିରେ ବସି ଯୁଦ୍ଧ କରିବାକୁ ଯାଉଥିଲେ ଓ ଯୁଦ୍ଧରେ ଜିଣିବା ପରେ ମତେ ସ୍ୱତନ୍ତ୍ର ହାତୀ ଶାଳରେ ରଖୁଥିଲେ. ହଉ ହଉ କହି ଜେଜେମା ହସିଦେଇ ଚାଲିଯାଆନ୍ତି. ଏମିତି ଏମିତି ଖେଳରୁ ଦୁହିଁଙ୍କ ଭିତରେ ହାତୀ ଘୋଡାଙ୍କୁ ନେଇ କଳି ଝଗଡା ଲାଗିଗଲା ସେଦିନ .
ଆଭା କହୁଥିଲା ଘୋଡା ବଳବାନ. ସମୁଦ୍ର କୂଳରେ ଘୋଡା ପିଠିରେ ବସି ବୁଲିବାରେ କି ଆନନ୍ଦ. ଟାପୁ ଟାପୁ ଶବ୍ଦ କରି ଘୋଡା ଉପରେ ସବାର ହୋଇ ଗଲାବେଳେ ତା ଚାଲି ସହ ତା ବେକର ଘଣ୍ଟି ଶବ୍ଦରେ ମତେ ନିଜକୁ ରାଜା ଭଳି ମନେହୁଏ. ତା କଥାର ଜବାବ ଦେଇ ନିଭା କହେ ତତେ ସିନା ରାଜା ପରି ଲାଗେ ହେଲେ ଘୋଡା ନଖାଇ ନପିଇ ପରିଶ୍ରମ କରୁଥାଏ ଗଧଙ୍କ ଭଳି. ହେଲେ ହାତୀକୁ ସମସ୍ତେ ଭଲପାଆନ୍ତି. ଖାତିର ବି କରନ୍ତି. ସିଂହ ଓ ବାଘ ପରେ ହାତୀ ହିଁ ସବୁଠୁ ବଳୁଆ. ସୀତାଂଶୁ କହୁଥାଏ ରଖ ରଖ ତୋ କଥା, ହାତୀକୁ ବାନ୍ଧି ରଖି, ତା ଦ୍ୱାରା ବହୁ କଠିନ କାମ କରାଯାଏ. ତା ଛୁଆକୁ ତା ଠାରୁ ଅଲଗା ରଖାଯାଏ ତ ଦିବ୍ୟାଂଶୁ ହାତୀ ସପକ୍ଷରେ କହିବାକୁ ଯାଇ କହେ ହଁ ହାତୀ କାମ କରେ ଯେମିତି ଖାଏ ସେମିତି. ଖାଇବାକୁ ନଦେଲେ ମାହୁନ୍ତକୁ ପାନେ ଦିଏ. ସମସ୍ତେ ହାତୀକୁ ଭଲ ପାଆନ୍ତି. ନଡ଼ିଆ, କଦଳୀ, ଚାଉଳ ଖାଇବାକୁ ଦିଅନ୍ତି. ଆଭା କହୁଥାଏ ହାତୀ ଜମିର ଫସଲ, ଲୋକଙ୍କ ଘର ଦ୍ୱାର ଭାଙ୍ଗି ସମୟ ଅସମୟରେ ମଣିଷକୁ ଦଳି ଚକଟି ମାରେ କିନ୍ତୁ ଘୋଡା ସେପରି କରେ ନାହିଁ, ତେଣୁ ଘୋଡା ଭଲ, ତା କଥା ଛଡେଇ ନିଭା କହେ ହାତୀ ବଡ଼.
ସେ ଦୁଇଜଣ ଯୁକ୍ତି ତର୍କ ଲାଗୁ ଲାଗୁ କଳି ଝଗଡା ଆଡିକି କଥା ଯିବା ଦେଖି, ଜେଜେମା ଦୁହିଁଙ୍କୁ ବୁଝାଇ ଦେଇଥିଲେ, ଯିଏ ଯାହା ସ୍ଥାନରେ ବଡ଼. ଘୋଡା ଦଉଡି ଦଉଡି ଯୋଉଠି, ହାତୀ ଧୀରେ ଧୀରେ ଚାଲି ସେଇଠି. ପ୍ରତ୍ୟକ ଜୀବଜନ୍ତୁ ଭିତରେ ଭଗବାନ କିଛି କିଛି ବିସ୍ମୟ ଭରି ରଖିଛନ୍ତି. ମଣିଷକୁ ଦେଇଥିବା ବୁଦ୍ଧି ଓ ବିଦ୍ୟା ବଳରେ, ମଣିଷ ସବୁ ଜନ୍ତୁଙ୍କ ଉପଯୋଗ କରି ସମାଜର କଲ୍ୟାଣ ସାଧିତ କରୁଛି. ତୁମେ ଆଉ ଝଗଡା କରନା ବରଂ ଉଭୟ ହାତୀ ଓ ଘୋଡା ଭିତରେ ଥିବା ଦକ୍ଷତାରୁ ନିଜେ ନିଜ ବୁଦ୍ଧି ବଳରେ ସେହିଭଳି ହୁଅ. ଘୋଡାଠାରୁ ଦ୍ରୁତ ବେଗ ଶିଖି ସଫଳତା ଆଡକୁ ଅଗ୍ରସର ହେଲାବେଳେ, ହାତୀ ଠାରୁ ଧୀର ପାଣି ପଥର କାଟିଲା ପରି, ଧୀରେ ଧୀରେ ସଫଳତା ହାତମୁଠାକୁ ମଧ୍ୟ ଆସିପାରେ ବୋଲି ବୁଝି ଉଭୟ ଘୋଡା ଓ ହାତୀ ଯିଏ ଯାହା ସ୍ଥାନରେ ଠିକଠାକ ବୋଲି ବୁଝି ମନଦେଇ ପାଠ ପଢ଼ି ନିଜର, ପରିବାରର, ଦେଶର ସମ୍ମାନ ରଖିବାକୁ ଜାଗ୍ରତ ହୁଅ. ଦୁହେଁ ସୁନାପିଲା ପରି, ଆଭା ଓ ନିଭା ଜେଜେମାଙ୍କ କଥା ମାନି, ଆଉ କଳି ଝଗଡା କରୁନଥିଲେ ବରଂ ଗଛ ଲଗାଇ ବଗିଚା ତିଆରି କଲାବେଳେ ଜେଜେମା କହୁଥିଲେ ପ୍ରକୃତି କନ୍ୟା ଗଛ ସବୁ ଯେମିତି ସୁନ୍ଦର, ତୁମେ ଦୁହେଁ ଆମ ଘରର କନ୍ୟା ଖୁବ ଭଲ ଓ ସୁନ୍ଦର.ଏତିକିବେଳେ ବାପା ଘରକୁ ଆସିଥିଲେ ଓ କହୁଥିଲେ ଜାପାନ ସ୍କୁଲରେ ପାଠପଢା ବିଷୟରେ.
ସ୍କୁଲରେ ସମସ୍ତେ ପାଠ ପଢ଼ନ୍ତି. ଗୁରୁ ଅଜ୍ଞାନ ହଟେଇ ଜ୍ଞାନ ଦିଅ
ନ୍ତି ବୋଲି ଯୁଗେ ଯୁଗେ ପୂଜା ପାଆନ୍ତି. ଏହି ଦୃଷ୍ଟିକୋଣରୁ ବିଚାର କଲେ ଜାପାନର ସ୍କୁଲ ଗୁଡିକ ପ୍ରଥମେ ନଜରକୁ ଆସେ. ସେଠି ସବୁ ଛାତ୍ର ଛାତ୍ରୀଙ୍କ ଭିତରେ ସମନ୍ୱୟ ଓ ସାମ୍ୟବାଦକୁ ଗୁରୁତ୍ୱ ଦିଆଯାଇ ଏକା ପ୍ରକାର ସ୍କୁଲ ବ୍ୟାଗ ସହିତ, ପାଣିବୋତଲ, ଛତା ଓ କମ୍ପାସ ଇତ୍ୟାଦି ସବୁ ଗୋଟିଏ ପ୍ରକାରର ବ୍ୟବହୃତ ହେଉଥିବାରୁ ପ୍ରତ୍ୟେକ ପିଲା ମନରେ ଆମେ ସବୁ ଏକ ଓ ଏକାଭଳି ଜୀଵନ ଶୈଳୀର ଭାବନାରୁ ଜାଗ୍ରତ ହେଉଥିଲା ମିଳିତ ଉଦ୍ୟୋଗରେ ନୂତନ କିଛି ସୃଜନୀ. ଯେମିତିକି କିଛି କଳା କୌଶଳର ଉଦ୍ଭାବନ ବା ଶିଳ୍ପ କାରିଗରୀର ଯନ୍ତ୍ରପାତି. ସେଇ ଦେଶର ଯୁବ ବୈଜ୍ଞାନିକଙ୍କ ଦୃଷ୍ଟିକୋଣ ଏତେ ସୁଦୂର ପ୍ରସାରୀ ଯେ ଏବେ ଫୋନରେ ଏମିତି ସବୁ ଆପ ଡାଉନଲୋଡ଼ ହେଉଛି ଯେ ଯୋଉଠି ଇଛା ସେଇଠି ବସି କାନ୍ଥ ଆଦିରେ ଟିଭି ଚଳାଇ ନିଜ ଦେଶ ସହ ଅନ୍ୟ ଦେଶର ଖବର ଜାଣି ପୃଥିବୀ ଏକ ଗ୍ଲୋବାଲ ଗାଁରେ ପରିଣତ ହୋଇପାରିଛି.ଏ କ୍ଷେତ୍ରରେ ଆଉ ଟିକେ ଆଗରେ ଜାପାନ ସ୍କୁଲ. ଖାଲି ପିଲାମାନଙ୍କ ଭିତରେ ଐକ୍ୟ ଭାବଧାରା ନୁହେଁ ଗୁରୁ ଶିଷ୍ୟଙ୍କ ଭିତରେ ମଧ୍ୟ ପ୍ରଭେଦ ନରଖିବା ଭାବନାକୁ ଜାଗ୍ରତ କରି ପିଲାମାନେ ଓ ଗୁରୁ ଏକା ଖାଦ୍ୟ, ଏକାଠି, ଗୋଟିଏ ପ୍ରକାର ଥାଳିରେ ତଥା ଗୋଟିଏ ଡାଇନିଂରେ ବସି ଭୋଜନ କରନ୍ତି. ସଫା ବା ସଫେଇ କାର୍ଯ୍ୟ ମଧ୍ୟ ନିଜେ କରନ୍ତି. ଖାଲି ଛାତ୍ର ଛାତ୍ରୀ ନୁହଁନ୍ତି ବରଂ ଶିକ୍ଷକମାନେ ମଧ୍ୟ ଘର, କ୍ଳାସରୁମ, ଖାଇବାସ୍ଥାନ, ଟେବୁଲ, ବେଞ୍ଚ ଅର୍ଥାତ ନିଜ ବାସନ କୁସନକୁ ମଧ୍ୟ ତୋର, ମୋର କି ତାଙ୍କର ନଭାବି ପରିସ୍କାର କରନ୍ତି ସବୁକିଛି. ପରିବାର ହିଁ ପିଲାଟିର ମୁଳୁଦୁଆ ଓ ବାପା ମାଆ ହିଁ ପିଲାର ପ୍ରଥମ ଗୁରୁ ଅନୁଭବକୁ ସୁଦୃଢ କରିବାକୁ ଶନି ରବି ଦୁଇ ଦିନ ସପ୍ତାହର ପିଲାଏ ଯେପରି ଘରୋଇ ପରିବେଶରେ ପରସ୍ପରକୁ ବୁଝୁ ବୁଝୁ ସମାଜର ପ୍ରତ୍ୟେକ ସ୍ରୋତରେ ସାମିଲ ହେବେ ସେଥିପାଇଁ ମଧ୍ୟ ସ୍କୁଲରେ ଖୁବ ଗୁରୁତ୍ୱର ସହ ବିଚାର କରାଯାଏ. ଫଳରେ ପ୍ରତ୍ୟେକ ପିଲା ଭିତରେ ସୃଜନୀଶୀଳତାର ଚରମ ପରିପ୍ରକାଶ ସହ ସମସ୍ତେ ଭବିଷ୍ୟତରେ ଜଣେ ଜଣେ କୁଶଳୀ ଶିଳ୍ପୀ ହୋଇ ବାହାରନ୍ତି. ପ୍ରଥମ ପାଞ୍ଚ କି ସାତ ବର୍ଷ ପାଖାପାଖି ପିଲାଟିକୁ ପାଠ ପଢ଼େଇ ଘୋଷା ବଳଦ ପରି ନକରି ପରୀକ୍ଷା ଦେଇ ନମ୍ବର ଅଧିକା ରଖିବା ଅପେକ୍ଷା କିଣ୍ଡରଗାର୍ଟନ ଶ୍ରେଣୀରୁ ହିଁ ସ୍ୱାବଲମ୍ବନ କରିବା ପ୍ରଣାଳିରେ ଶିଳ୍ପ ଅର୍ଥାତ କାରିଗରୀ ବିଦ୍ୟାରେ ସୃଜନୀଶୀଳତା ଆଣିବା ପାଇଁ ସାମଗ୍ରିକ ଚେଷ୍ଟା କରାଯାଇଥାଏ.
ଏବେ ଭାରତର ମଧ୍ୟପ୍ରଦେଶରେ ସେହିଭଳି ଏକ ଅଭିନଵ ପଦକ୍ଷେପ ଗ୍ରହଣ କରାଯାଇ, ସ୍କୁଲ ମାନଙ୍କରେ ପିଲାକୁ ପ୍ରଥମେ ଗୋଟେ ହାତରେ ଲେଖିବାକୁ ଶିଖେଇବା ଓ ତା ପରେ ଅନ୍ୟ ହାତରେ ଲେଖେଇବାକୁ ଶିଖାଇ ପରେ ପରେ ଏକାସାଙ୍ଗରେ ଦୁଇହାତରେ ଦୁଇ ପଟେ ଲେଖିବାକୁ ଶିକ୍ଷା ଦିଆଯିବା ସହ ମସ୍ତିଷ୍କର ସିମେଟ୍ରିକ ଶକ୍ତିକୁ ଉଜ୍ଜୀବିତ କରି ଏହି ପ୍ରଣାଳୀରେ ପିଲାଟି ଏକାସାଥେ ଲେଖିପାରୁଛି ଦୁଇଯୋଡ଼ା ଭାଷା.ଏକାସାଥେ ଦୁଇ ବିପରୀତ ଭାଷା ଲେଖିବା ପରି କରିସ୍ମାକୁ ଆପଣେଇ ଏହି ପ୍ରକାର ବୀଣା ବାଦିନୀ ସ୍କୁଲରେ ଛାତ୍ର ଛାତ୍ରୀମାନେ ସମୁଦାୟ ଛଅ ଗୋଟି ଭାଷାକୁ ଦୁଇଯୋଡା ଲେଖାଏଁ ଏକାଠି ଲେଖି ନିଜକୁ ଆମ୍ବିଟେକ୍ସଚର ଛାତ୍ରରୂପେ ପ୍ରତିଷ୍ଠିତ କରିପାରିବା ଏକ ସ୍ୱତନ୍ତ୍ର କଥା ନିଶ୍ଚୟ. ତିନି ଘଣ୍ଟାରେ ହେଉଥିବା ପରୀକ୍ଷାକୁ ପିଲାମାନେ ସାଧାରଣତଃ ଠିକ ସମୟରେ ସାରି ପାରୁନଥିବା ବେଳେ ଏପରି ଆମ୍ବିଟେକ୍ସଚର ପିଲାମାନଙ୍କୁ ମାତ୍ର ଏକଘଣ୍ଟା ସମୟ ଲାଗୁଛି.ଏସବୁ କଥା ଶୁଣି ଆଭା ଓ ନିଭା ଜେଜେମାଙ୍କ କାନରେ କହୁଥିଲେ ବାପାଙ୍କୁ କୁହ ଆମେ ସେହି ସ୍କୁଲରେ ପଢି ଆମ୍ବିଟେକ୍ଚର ଛାତ୍ରୀ ହୋଇ ବାହାରିବୁ. ଜେଜେମା କିଛି କହିବା ପୂର୍ବରୁ ବାପା କହୁଥିଲେ ମୋର ମଧ୍ୟପ୍ରଦେଶକୁ ବଦଳି ହୋଇଛି ତ ଆଭା ଓ ନିଭା ତାଳି ମାରିବା ଦେଖି ବାପା ମାଆ ଆଶ୍ଚର୍ଯ୍ୟ ହେଉଥିଲା ବେଳେ ଜେଜେମା ହସୁଥିଲେ ଠିକ ପ୍ରକୃତି କନ୍ୟା ବର୍ଷାବାରି ଝରୁଥିଲା ପରି ।