STORYMIRROR

shmitaa mohanty

Children Stories

4  

shmitaa mohanty

Children Stories

ପରିଶ୍ରମ

ପରିଶ୍ରମ

2 mins
364

ସମସ୍ତେ ସମସ୍ତଙ୍କ ବାଟରେ ପରିଶ୍ରମ କରୁଛନ୍ତି। ଫରକ ଏତିକି ଯେ କିଏ ସଚ୍ଚୋଟ ଆଉ କେହି ଠକ। ରଘୁଆର ପାଠ କମ୍ ହେଲେ ସେ ଭାରୀ ପରିଶ୍ରମୀ । ବର୍ଷା ଖରାକୁ ଖାତିରି ନଥାଏ ତାର । ପରିବାର ସହିତ ଅନ୍ୟ ମାନଙ୍କ କଥା ମଧ୍ୟ ସେ ବୁଝିଥାଏ। ପୈତୃକ ସମ୍ପତ୍ତି ବୋଲି କିଛି ନାହିଁ, ଯାହା ସେ କରିଛି ନିଜ ପରିଶ୍ରମରେ। ଯେତେବେଳେ କେହି ଉଦାହରଣ ଦିଅନ୍ତି ରଘୁଆ ଆଗ ଧାଡିରେ ଥାଏ। ଦିନଯାକ କାମ ସାରି ସନ୍ଧ୍ୟାରେ ଭାଗବତ ଟୁଙ୍ଗିରେ ବସି ଭାଗବତ ଶୁଣାଏ। ଯଦି ଗାଁରେ କିଛି ଅସୁବିଧା ହୁଏ ତେବେ ରଘୁଆ ବାହାରି ଯାଏ। କିଛି ଲୋକ ତାର ଏ ପ୍ରକାର ସ୍ବଭାବରେ ଖୁସି ହୋଇ ତାଙ୍କୁ ଭଲପାଆନ୍ତି, ଆଉ କିଛି ଖଳ ପ୍ରକୃତିର ଲୋକ ତା ଶତ୍ରୁ ।ସେହି ଶତ୍ରୁ ଭାବ ନେଇ ତାର ଫସଲ ଆଉ ଘର ସବକୁ ପୋଡି ଦେଇଛନ୍ତି। ସରକାରୀ ସହାୟତା କିଛି ନ ମିଳିବା ପାଇଁ ତା ବିରୋଧରେ ଷଡଯନ୍ତ୍ର କରିଛନ୍ତି। ଯେଉଁ କିଛି ଲୋକ ତାକୁ ଭଲ ପାଆନ୍ତି ସେମାନେ ତାକୁ ସାନ୍ତ୍ବନା ଦିଅନ୍ତି ଯେ ବ୍ୟସ୍ତ ହଅନା ରଘୁ ସବୁ ଭଲ ହେବ।

ତୋତେ ଠାକୁର ସାହା ହେବେ, ତୁ ପୁଣି ତୋ ପରିଶ୍ରମରେ ମଣିଷ ହୋଇ ଠିଆ ହେବୁ। କେହି ତାକୁ କହିଛନ୍ତି ତୁ ଆଇନ ର ସହାୟତା ନେ, ରଘୁ କହିଛି ନା...ମୁଁ ସେମିତି କିଛି କରିବିନି ।

ଯଦି ସେମାନେ ଭାବୁଛନ୍ତି ମୋର କ୍ଷତି କରି ସେମାନେ ଗଡ ଜିତିଛନ୍ତି ତେବେ ମୁଁ କାହିଁକି ତାଙ୍କୁ ଦଣ୍ଡ ଦେବି। ମୁଁ ସମସ୍ତଙ୍କୁ ସ୍ନେହରେ ବାନ୍ଧିବାକୁ ଚେଷ୍ଟା କରୁଛି। ଯାହା ହେଲା ସବୁ ପ୍ରଭୁଙ୍କ ଇଚ୍ଛାରେ । ପୋଲିସ ଯେତେବେଳେ ପଚରାଉଚରା କରିଛି ରଘୁ କହିଛି ଏ ଗାଁରେ ସମସ୍ତେ ମୋ ପରିବାର କାହା ନାଆଁରେ ମୁଁ ଅଭିଯୋଗ କରିବି। ତେଣୁ ଆପଣ ମୋତେ ମୋ ଅବସ୍ଥାରେ ଛାଡି ଦିଅନ୍ତୁ। ଅନେକ ଦିନ ଗଲା ପୁଣି ରଘୁ ନିଜ ପରିଶ୍ରମ ରେ ଫସଲ ଠାରୁ ଆରମ୍ଭ କରି ଘରଯାଏ ସବୁ କଲା କିନ୍ତୁ ଦିନ ଟେ ବି ଅବଶୋଷ କରିନି ଯେ ମୋତେ ଏତେ କଷ୍ଟ ହେଲା କି ମୋର ଏତେ କ୍ଷତି ହେଲା। ପୁଣି ଥରେ ସେ ତାର ସବୁ କିଛି ପ୍ରତିଷ୍ଠା କରିପାରିଲା। ସତରେ ପ୍ରତିଶୋଧ ପରାୟଣ ନ ହୋଇ, କାହା ଉପରେ ନ ରାଗି, ଅଭିଯୋଗ, ଅଭିମାନ ନ କରି ଭଗବାନଙ୍କ ଉପରେ ବିଶ୍ୱାସ ରଖି ନିଜ କର୍ମ କଲା ଆଉ ଧନ ସମ୍ପତ୍ତି ପ୍ରତିଷ୍ଠା ପାଇଲା। ଯେଉଁ ମାନେ ତାର କ୍ଷତି କରିଥିଲେ ସେମାନେ ନିଜ ବିବେକ ଆଗରେ ଛୋଟ ହୋଇ ଗଲେ। କେବେ ଚେଷ୍ଟା କରି ନାହାଁନ୍ତି ଆଗକୁ ଆସି ରଘୁ କୁ କ୍ଷମା ମାଗିବାକୁ। ରଘୁର ବିଶ୍ୱାସ ଆଉ ଭରସା ପୁଣି ତାକୁ ସଫଳତା ଦେଇଛି। ଏମିତି କିଛି ଅସମ୍ଭବ କାର୍ଯ୍ୟ ନାହିଁ ଯାହା ମଣିଷ ଦ୍ବାରା ସମ୍ଭବ ନୁହେଁ। ପରିଶ୍ରମ ଦ୍ବାରା ଜଣେ ଉଚ୍ଚ ଶିକ୍ଷିତ ହୋଇ ପାରିବ ଆଉ ସବୁ କ୍ଷେତ୍ରରେ ସଫଳତା ପାଇ ପାରିବ।


Rate this content
Log in