STORYMIRROR

Jyotirmayee Panda

Children Stories Fantasy Children

3  

Jyotirmayee Panda

Children Stories Fantasy Children

ପଙ୍କରୁ ପଦ୍ମ (ଭାଗ -୧୦)

ପଙ୍କରୁ ପଦ୍ମ (ଭାଗ -୧୦)

4 mins
159

ଆଲୋକ ହାସଲ କରିଥିବା ଜାଦୁଗରୀ ଚାଦର ସାହାଯ୍ୟରେ ପ୍ରଥମେ ସେଇ ଅସ୍ତ୍ର ନିକଟରେ ଉଡ଼ିବାରେ ଲାଗିଛନ୍ତି ଏବଂ ପରେ ନିଜ ହାତରେ ଚମତ୍କାରୀ ପଥରକୁ ଧରି ଘର୍ଷଣ କରି ନିଜର ଇଚ୍ଛାକୁ ନେଇ ପ୍ରବାହିତ ଜଳଟି ସ୍ଥିର ହେଇ ଅସ୍ତ୍ର ଉପରେ ନ ପଡ଼ିପାରୁ ବୋଲି କହିଛନ୍ତି । କହିବା ପରେ ଶେଷରେ ସେଇଟା ହିଁ ହେଇଚି , ଜଳ ସ୍ଥିର ହେଇ ଆଉ ଅସ୍ତ୍ର ଉପରେ ପଡ଼ି ପାରି ନାହିଁ। ଫଳରେ ଆଉ ବୈଦୁତିକ ଶକ୍ତିର ଉତ୍ପନ୍ନ ମଧ୍ୟ ହେବାରେ ବାଧା ସୃଷ୍ଟି ହେଇଚି । ଯାହାକୁ ନେଇ ଆଲୋକ ଖୁସି ହେଇଯାଇଚି , ସେ ବୁଝି ପାରିଛି ଯେ ଚାଦର ସାହାଯ୍ୟରେ ଅସ୍ତ୍ରର ନିକଟତର ହେଇ ଅସ୍ତ୍ରକୁ ହାସଲ କରିବାରେ ଏବେ ଆଉ ତାକୁ କେହି ବି ରୋକି ପାରିବେ ନାହିଁ । ଆଉ ସେଇଟା ହିଁ ଘଟିଛି , ଆଲୋକ ତୃତୀୟ ଅସ୍ତ୍ରକୁ ହାସଲ କରି ବାହାରକୁ ଆସିଚି । କିଛି ବାଟ ଆସିବା ପରେ ସେ ଥକା କାରଣରୁ ଏକ ବିଶାଳ ଗଛ ନିକଟରେ ବସି ପଡିଚି । ଯାହାକି ବରଫ ମହଲର ନିକଟରେ ହିଁ ଅଛି । ସେଠି ସେ କିଛି ସମୟ ବସିବା ପରେ ସାଧାରଣ ମନୁଷ୍ୟର ଚିତ୍କାର ଶୁଣିବାକୁ ପାଇଛି ।

ଚିତ୍କାର ଶୁଣି ସେ ଭାବିଛି ବୋଧେ ଏଇଟା ମୋର ଭ୍ରମ ନଚେତ୍ କିଏ ବା କେମିତି ଏଠାରେ ପାଣି ଭିତରେ ଆସି ରହି ପାରିବ ଯେ , କୌଣସି ସାଧାରଣ ମନୁଷ୍ୟ ପାଇଁ ତ ଏଇଟା ସମ୍ଭବପର ହିଁ ନୁହେଁ , ମତେ ଯଦି ଏ ପାତ୍ରରେ ଥିବା ଜଳର ଶକ୍ତି ପ୍ରାପ୍ତ ହେଇ ନଥାନ୍ତା ତେବେ ମୁଁ ବି ଗୋଟେ ସାଧାରଣ ମନୁଷ୍ୟ ହେଇ ପାଣି ଭିତରେ ଏତେ ସମୟ ପର୍ଯ୍ୟନ୍ତ ରହିବା, ଅସ୍ତ୍ରକୁ ଖୋଜିବା ଏବଂ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯିବାଟା କେବେବି ସମ୍ଭବ ହିଁ ହେଇ ନଥାନ୍ତା , ଯଦି ଏକଥା ସତ ତେବେ ଏଠାରେ ସାଧାରଣ ମନୁଷ୍ୟର ସ୍ୱର ଆସୁଚି କୋଉଠୁ , ନିହାତି ଏଇଟା ମୋ ମନର ଭ୍ରମ ହେଇଥିବ। ଏମିତି ଭାବି କିଛି ସମୟ ପରେ ଯେତେବେଳେ ଆଲୋକ ଆଗକୁ ଅଗ୍ରସର ହେଇ ସେଠାରୁ ବାହାରିବାକୁ ବସିଛନ୍ତି ସେତେବେଳେ ସେ ପୁନଃ ଚିତ୍କାର ଶୁଣିଛନ୍ତି , ରକ୍ଷା କର ମତେ ! ଏଠାରୁ ମତେ ଉଦ୍ଧାର କର । ଆଲୋକ ସେଇଠି ରହିଯାଇଛନ୍ତି ଏବଂ ପଛକୁ ବୁଲି ଦେଖିଛନ୍ତି ତ ତାଙ୍କୁ ସେଇ ବରଫ ମହଲ ଭିତରେ ଜଣେ କନ୍ୟାର ସ୍ୱର ଶୁଭୁଚି ଯିଏ କି ବରଫ ମହଲର ଝରକା ଫାଙ୍କରେ ଆଲୋକକୁ ସାହାଯ୍ୟ ଭିକ୍ଷା ମାଗୁଚି । ହେଲେ ଆଲୋକ ଏକଥା ଜାଣିପାରି ଆଶ୍ଚର୍ୟ୍ଯ ହେଇଚି ଯେ ଜଣେ ସାଧାରଣ କନ୍ୟା କିପରି ଜଳ ଭିତରେ ଏମିତି ଜୀବିତ ରହି ପାରିଛି । ଆଉ ଯଦି ଜୀବିତ ଅଛି ତେବେ ଏଠାରୁ ବାହାରିବା ତ ତା ପାଇଁ ଏତେ ବି କଠିନ ନୁହେଁ , ତାହାଲେ ତାର ଅସୁବିଧା କଣ ଯେ , ସେ ମତେ ସାହାଯ୍ୟ ପାଇଁ ଡାକୁଛି । ନିହାତି ମତେ ତା ନିକଟକୁ ଯାଇକି ତାକୁ ପଚାରିବାକୁ ପଡ଼ିବ, ତେବେ ଯାଇ ମୁଁ ହୁଏତ ଏ ବିଷୟରେ କିଛି ସନ୍ଧାନ ପାଇ ପାରିବି ଏବଂ ଯଦି ସମ୍ଭବ ହୁଏ ତେବେ ତାକୁ ସାହାଯ୍ୟ ମଧ୍ୟ କରି ପାରିବି ।

ଆଗକୁ ଅଗ୍ରସର ହେଇ ଯେତେବେଳେ ଆଲୋକ ସେଇ ବରଫ ମହଲର ମୁଖ୍ୟ ଦ୍ଵାର ଦେଇ ପ୍ରବେଶ କରିବାରେ ଲାଗିଛନ୍ତି ସେତେବେଳେ ପୁନଃ ଝରକା ଫାଙ୍କରୁ ଶବ୍ଦ ଆସିଚି , ରହିଯାଅ ଏ ମାର୍ଗ ଦେଇ ପ୍ରବେଶରେ ବିପଦ ଅଛି । ତୁମେ ଭସ୍ମ ହେଇଯିବ , ଅନ୍ୟ କିଛି ବାଟରେ ଉପରକୁ ଆସିବାକୁ ଚେଷ୍ଟା କର। ହଠାତ୍ ଏମିତି ଶୁଣିବାପରେ ଆଲୋକ ଭାବିବାରେ ଲାଗିଛନ୍ତି କଣ ହେଇପାରେ ପ୍ରକୃତ ସତ୍ୟ , ଏମିତି ଆଉ ନୁହେଁ ତ ଏ କନ୍ୟା ହିଁ କିଛି ଛଳ କରିକି ମତେ ଫସେଇବାରେ ଚେଷ୍ଟା କରୁଛନ୍ତି ?ନଚେତ୍ ଏଇଟା ବି ହେଇପାରେ ସେ ପ୍ରକୃତରେ କିଛି ବଡ଼ ସମସ୍ୟା ଭିତରେ ଫସିକରି ଅଛନ୍ତି । ଦେଖିବା ମୋ ପାଖରେ ତ ଭଗବାନ୍ ଙ୍କ ମାଧ୍ୟମରେ ପ୍ରାପ୍ତ ହେଇଥିବା ଦୁଇଟା ଚମତ୍କାରୀ ଶକ୍ତି ଅଛି ଆଉ ସେଇ ଶକ୍ତିକୁ ନେଇ ମୁଁ ଏବେଯାଏଁ ସବୁ ବିପଦକୁ ପଛରେ ପକେଇ ଆସିଚି । ଏବେ ବି ସେଇ ସାହସ ଧରି ଆଗକୁ ଅଗ୍ରସର ହୁଏ , ତେଣିକି ଯାହା ଭଗବାନ୍ ଚାହିଁବେ । ଏମିତି ମନରେ ଚିନ୍ତା କରି ଆଲୋକ ନିଜର ଚାଦର ଶକ୍ତି ସାହାଯ୍ୟରେ ଉପରକୁ ଉଡ଼ିଯାଇ ପହଞ୍ଚିଛି ସେ ବରଫ ମହଲର ଝରକା ନିକଟରେ । ପହଞ୍ଚିବା ପରେ ପ୍ରଶ୍ନ କରିଚି ସେଇ କନ୍ୟାକୁ କିଏ ତମେ ଆଉ କାହିଁକି ମତେ ଏପରି ଉପରକୁ ଆସିବାକୁ କହିଲ ? ଉତ୍ତରକୁ ନେଇ କନ୍ୟା ଜଣଙ୍କ କହିଛି ଭାଇ ମତେ ଏଠାରୁ ନେଇଚାଲ ! ଶୀଘ୍ର ନେଇ ଚାଲ ! ମୋର ଯାହାବି କହିବାର ଅଛି ମୁଁ ତୁମକୁ ସ୍ଥଳ ଭାଗରେ ପହଞ୍ଚିବା ପରେ ହିଁ କହିବି । ଜଲଦି ନେଇଚାଲ ମତେ ଏଠାରୁ , ନଚେତ୍ ରାକ୍ଷସ କୁମ୍ଭୀର ଆସିଲେ ମତେ ତ କଷ୍ଟ ଦେବ ଆଉ ତୁମକୁ ବି ମାରିଦେବ ।

କିଛି ଉପାୟ ଚିନ୍ତା ନ କରି , ବାରମ୍ବାର କ୍ରନ୍ଦନର ସହିତ ସେଇ କନ୍ୟାର କଥାକୁ ନେଇ ଆଲୋକ ଶେଷରେ ତାକୁ ବି ସେଇ ପାତ୍ରର ଜଳକୁ ପିଇବାକୁ ଦେଇ ଉପରକୁ ଆଣିବାରେ ସାହାଯ୍ୟ କରିଛି । ଉଭୟ ସମୁଦ୍ରକୂଳ ନିକଟରେ ପହଞ୍ଚିବା ପରେ ଆଲୋକ ସେଇ କନ୍ୟାକୁ ପ୍ରଶ୍ନ କରିଚି , ତୁମେ ଏବେ ନିରାପଦରେ ଅଛ । ତୁମ କଥା ଅନୁସାରେ ମୁଁ ଏବେ ତୁମକୁ ଉପରକୁ ନେଇ ଆସିଚି , ଏବେ ତୁମେ କୁହ ତୁମେ ସେଠାରେ କେମିତି ପହଞ୍ଚିଲ ଏବଂ କଣ ବିପଦ ଥିଲା ସେଠି । ଡ଼ରର ସହିତ କନ୍ୟାଟି ଉତ୍ତର ଦେଇଚି ଭାଇ ମୋ ଉପରେ ବିଶ୍ଵାସ ରଖ , ଏବେ ବି ବିପଦ ଯାଇନି । ଏଠାରୁ ଯେତେ ଶୀଘ୍ର ସମ୍ଭବ ଆମେ ଚାଲିଯିବାଟା ହିଁ ଠିକ୍ ରହିବ ।

ଆଉ ରହିଲା କଥା ମୋ ବିଷୟରେ କହିବାର , ଚାଲ ମୁଁ ତୁମକୁ ସେଇଟା ମୋ ଘରେ ହିଁ କହିବି , ମୋ ଉପରେ ଭରସା ରଖି ମୋ ସହିତ ଆମ ଘରକୁ ଚାଲ । ମୁଁ ସେଠାରେ ହିଁ ସବୁକିଛି ଖୋଲିକି ତୁମକୁ ଜଣେଇ ଦେବି । ମୋ ବାପା ମା ବି ଖୁବ୍ ଖୁସିହେବେ ମତେ ଜୀବିତ ଦେଖିକି ଆଉ ତୁମେ ମତେ ରକ୍ଷା କରିଛ ଜାଣିଲେ ସେ ତୁମକୁ ନିହାତି କିଛି ବିଶେଷ ଉପହାର ପ୍ରଦାନ କରିବେ । ଆଲୋକ ସବୁକିଛି ଶୁଣି ଉତ୍ତରରେ କହିଲେ , ମୋର ଉପହାରରେ ଲୋଭ ନାହିଁ । ମୁଁ ଖୁସି ଯେ ମତେ କିଏ ନିଜର ଭାଈ ବୋଲି ଭାବି ସ୍ବୀକାର କରୁଚି । ମୋର ଭଉଣୀ ନାହିଁ , ତୁମଠୁ ଭାଇର ଡାକ ଶୁଣି ମତେ ବହୁତ ଆନନ୍ଦ ଅନୁଭବ ହେଲା। ତେବେ ତୁମେ ଯଦି କହୁଚ ମୁଁ ନିଶ୍ଚିନ୍ତ ତୁମ ସହିତ ତୁମକୁ ତୁମ ଘରେ ନିରାପଦରେ ଛାଡ଼ିବାକୁ ଯିବି ।

ଅଗ୍ରସର ହେଲେ ଦୁଇଜଣ ୠଷିଙ୍କ ଗୃହକୁ , ସେଠାରେ ଆଲୋକ ଜାଣି ପାରିଲେ ଯେ ସେ ଜଣେ ୠଷି କନ୍ୟାଙ୍କୁ ରକ୍ଷା କରିଛନ୍ତି ବୋଲି । ଯାହାକୁ ନେଇ ଋଷି ମଧ୍ୟ ତାଙ୍କ ଉପରେ ପ୍ରସନ୍ନ ଅଛନ୍ତି । ତେବେ କଣ ଘଟିଥିଲା , ପ୍ରକୃତରେ କେମିତି ଋଷିଙ୍କ କନ୍ୟା ସମୁଦ୍ର ଭିତରକୁ ଯାଇ ସେଇ ବରଫ ମହଲରେ ଫସି ଯାଇଥିଲା ସେଇଟା ନିଜେ ସ୍ଵୟଂ ସେଇ କନ୍ୟା ହିଁ ଆଲୋକକୁ ଭାଇ ବୋଲି ସମ୍ବୋଧନ କରି କହିବାରେ ଲାଗିଛନ୍ତି। କନ୍ୟା ଜଣଙ୍କ କହିଛନ୍ତି କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in