srikant behera

Others

3  

srikant behera

Others

ପକ୍ଷୀ

ପକ୍ଷୀ

2 mins
338



ମଧୁପୁର ବୋଲି ଗୋଟେ ଗାଁ ଥିଲା, ଆଉ ସେଇ ଗାଁ ମଝିରେ ଗୋଟେ ବିଶାଳ କାୟ ବରଗଛ ଥିଲା, ସେଇ ବରଗଛରେ ଗୋଟେ ପକ୍ଷୀ କିଛି କିଛି କୁଟା, ଝଟା, ବାଡ଼ି ଓ କଣି ନିଜ କୁନି ଥଣ୍ଟରେ ଆଣି ସେ ବସା ତିଆରି କରିଥିଲା । ସେ ଅବଶ୍ୟ ଏକୁଟିଆ ଥିଲା ସିନା କିନ୍ତୁ ମନ ଖୋଲି ଖୁବ ହସ ଖୁସିରେ ଥିଲା ତାର କାରଣ ସକାଳ ହେଲେ ସେ ଆଉ ତାର ସାଙ୍ଗ ମାନେ ମିଶି ଖାଦ୍ୟ ଅନୁସନ୍ଧାନରେ ଯାନ୍ତି, ଛୋଟ ଛୋଟ ଡେଣା ଦୁଇଟିରେ ସେମାନେ ଲକ୍ଷେ ଯୋଜନ ଅତିକ୍ରମ କରି ଖାଦ୍ୟ ଖାଇ କିଛି ନିଜ ଘର ପାଇଁ ସଂଚୟ କରି ନିଜ ବେକ ଥଳିରେ ସବୁଦିନ ଆଣନ୍ତି ।


    ଏମିତି ହସ ଖୁସି ରେ ସାଙ୍ଗ ସାଥି ମେଳେ ସେ ତାର ସବୁ ଦୁଃଖ, ଶୋକ, ଏବଂ କଷ୍ଟ ଦୂର କରିଦିଏ, ଦିନେ ଦିନେତ ଏମିତି ହୁଏ ଯେମିତି ସେ ଭାବେ ମୁଁ ଆଜି ଲାଗୁଚି ମରିଯିବି । ମୋର କହିବାର ତାତ୍ପର୍ଯ୍ୟ ଏହି କି ଯେ କାରଣ ସେଇ ବରଗଛ ତଳେ ପିଲାମାନେ ଖେଳନ୍ତି ଓ ଗୋଟେ ଦୁଷ୍ଟ ଶିକାରୀ ଖାଦ୍ୟ ଅନ୍ବେଷଣ ରେ ଆସି ବହୁତ ଥର ଚେଷ୍ଟା କରିଛି ସେ ପକ୍ଷୀ କୁ ମାରିବା ପାଇଁ, ହେଲେ କଥାରେ ପରା ଅଛି ଯାହାକୁ ରଖିବେ ଅନନ୍ତ କି କରି ପାରେ ସେ ବଳବନ୍ତ । ସେ ପକ୍ଷୀଟି ଏଇଭଳି ଅସୁବିଧାର ସମ୍ମୁଖୀନ ହୋଇଛି, ସମୟ ବିତି ଆସୁଥାଏ ଏବଂ ଦିନକୁ ଦିନ ସେ ପକ୍ଷୀଟି ମାଆ ହେବା ପାଇଁ ନିଜ କୋମଳ ମନରେ ଆଶା ବାନ୍ଧି ରହିଥାଏ । ଏପଟେ କାଳ ସର୍ପ ମାନେ ସେଇ ଶିକାରୀ କଥା ଭାବି ଆଖିରୁ ଲୋତକ ଆଣେ ଆଉ ଏପଟେ ମାଆ ହେବା ଖୁସିରେ ମନ ତାର କୁଣ୍ଢେ ମୋଟ ହେଇଯାଏ ।


      କିନ୍ତୁ ସବୁ କିଛି ପାସୋରି ଦେଇ ସେ ଦିନେ ମାଆ ହେଲା, ଯେବେ ମାଆ ହେଲା ତାର ଖୁସି କହିଲେ ନସରେ, ସେ ପକ୍ଷୀଟି ଚଉଦଟି ଅଣ୍ଡା ଦେଲା, ଆଉ ସେ ଅଣ୍ଡାର ରକ୍ଷଣା ବେକ୍ଷଣ ପାଇଁ ଯେମିତି ପିଲାର ମାଆ ତା ପିଲା ପାଇଁ ସବୁ କିଛି କରିଦିଏ, ସେମିତି ସେ ପକ୍ଷୀଟି ମଧ୍ୟ୍ୟ ସେଇଆ କଲା, ମାସେ ହେଇଗଲା ପରେ ସେ ପକ୍ଷୀ ଦିନେ ଯାଇଥାଏ ଖାଦ୍ୟ ଅନ୍ୱେଷଣ ରେ ହେଲେ ଫେରିଲା ବେଳକୁ ଦେଖେତ ସେ ଯମରୁପି ଶିକାରୀ ତଳେ ଛିଡା ହୋଇଛି, ଏବଂ ଆଖିରେ ପଡିଲା ଯେ ତାର ବସା ପାଖରୁ ଧୂଆଁ ଉଠୁଛି । ସେ ବିଚଳିତ ହୋଇ ବହୁତ କଷ୍ଟରେ ଯାଇ ପହଂଚିଲା, ହେଲେ ପହଂଚିଲା ବେଳକୁ ତାର ବସା ଚାରି କଡେ ନିଆଁ ହୁତୁହୁତୁ ହେଇ ଜଳୁଛି, ସେ କଣ କରିବ କିଛି ଭାବି ପାରୁନି, ହେଲେ ଭାଗ୍ୟର ବିଡମ୍ବନା ଅଲଗା ପ୍ରକାର ଥିଲା, ବହୁତ କଷ୍ଟରେ ନିଜ ଥଣ୍ଟରେ ପାଣି ଆଣି ଲିଭେଇ ଦେଇ ତାର ଛୁଆ କୁ ସିନେ ସେ ବଂଚେଇ ଦେଲା କିନ୍ତୁ ନିଜେ ସେ ସେଇ ନିଆଁରେ ଜଳି ପୋଡି ମରିଗଲା, ହେଲେ ତାର ସେଇ ପିଲା ମାନଙ୍କୁ ଦେଖିବା ଆଗରୁ ଆଖି ବୁଜି ଦେଲା, । ସତରେ କଣ ଏମିତି ହୁଏ ନିଜ ସ୍ୱାର୍ଥ ପାଇଁ କଣ ଏଠି ମଣିଷ ପଶୁ ପାଲଟି ଯାଏ, କାହିଁକି କଣ ଦୋଷ କରିଥିଲା ସେଇ ପକ୍ଷୀ, ଆଉ କଣ ଦୋଷ କରିଥିଲେ ସେ ଅବୋଧ ଶିଶୁ ମାନେ ଯାହା ଦ୍ୱାରା ସେମାନେ ମାଆ ଛେଉଣ୍ଡ ହେଇଗଲେ ।


   ଏହା ସିନା ଗୋଟେ କାହାଣୀ ହେଲେ ଏହା ଆଜି କାଲି ଗୋଟେ କମନ କଥା ହେଇଗଲାଣି, ଯେଉଁମାନେ ନ୍ୟାୟରେ ଚଳନ୍ତି ସେମାନେ ବହୁତ କଷ୍ଟ ପାନ୍ତି ହେଲେ ଯେଉଁମାନେ ଅନ୍ୟାୟ, ଅଧର୍ମ କରି ଜୀବନ ଜୀବିକା ନିର୍ବାହ କରନ୍ତି ସେମାନେ ମନ ଖୋଲି ହସନ୍ତି ।

 

   ମୁଁ ଜାଣେ ଅବଶ୍ୟ ଏ କାହାଣୀଟି ପଢି ଆଖିରେ ଲୁହ ଆସିଯିବ ହେଲେ ଥରେ ନିଜେ ସେଇ ପକ୍ଷୀ ଜାଗାରେ ରହି ଭାବନ୍ତୁ, ନିଜେ ମାଆ ଜାଗାରେ ରହି ଭାବନ୍ତୁ, ମାଆ ସିନା ଦୁଇଟି ଅକ୍ଷର ହେଲେ ତାର ଋଣ ସାତ ଜନମ ଯାଏ କେହି ସୁଝି ପାରିବେନି ।


Rate this content
Log in