STORYMIRROR

srikant behera

Others

3  

srikant behera

Others

ଭାଇ ଭଉଣୀ ସମ୍ପର୍କ

ଭାଇ ଭଉଣୀ ସମ୍ପର୍କ

1 min
248


ସେନେହ ଶରଧା  ଅଳି ଅର୍ଦ୍ଦଳିରେ 

    ବିତି ଯାଏ ସାରା ଦିନ 

ଭଉଣୀର ରାଗ   ଆଉ ତା ସାଶନେ 

    ଭରି ଯାଏ ଏଇ ମନ ||1


ଭଉଣୀର ସ୍ଥାନ  ଏଇ ଦୁନିଆରେ 

   ନେଇ ପାରି ନାହିଁ କେହି 

ଦୁଃଖରେ ମନ ମୋ ରହିଥାଏ ଯେବେ 

    ପାରେ ନାହିଁ ପରା ସହି ||2


ମାଆର ସେନେହ ବାପାଙ୍କ ଶରଧା 

    ଭାଇ ପରି ସହଯୋଗ 

ବିପଦରେ ଥିଲେ  ଦୁର୍ଗା ପରି ଆସି 

     ଠିଆ ହୋଇଥାଏ ଆଗ ||3


ରାକ୍ଷୀ ବାନ୍ଧିଥିଲେ  ରକ୍ଷା କରିବାକୁ 

    ରହିଥାଏ ସଦା ଭାଇ 

ବାପା ପରି ଭାଇ  ବୁଝାଇ ଦିଏ ସେ 

    ମିଠା ମିଠା କଥା କହି ||4


କାଳିଆ ବଳିଆ  ଦୁହିଁଙ୍କ ମଝିରେ 

   ସୁଭଦ୍ରା ରହିଛି ଯେମିତି 

ଭାଇ ଭଉଣୀର  ପବିତ୍ର ସମ୍ପର୍କ 

    ଥାଉ ଯୁଗ ଯୁଗ ସେମିତି 

    ଥାଉ ଯୁଗ ଯୁଗ ସେମିତି ||5



Rate this content
Log in