srikant behera

Others

3  

srikant behera

Others

ଯାଜପୁର

ଯାଜପୁର

2 mins
162


ଯାଜପୁର! ଏସିଆ ମହାଦେଶର ଭାରତ ଦେଶ ର ଓଡିଶା ରାଜ୍ୟର 30 ଟି ଜିଲ୍ଲା ମଧ୍ୟରୁ ଏକା ସୁନ୍ଦର ପରିବେଶ ଓ ପର୍ଯ୍ୟଟନ ଭରା ଜିଲ୍ଲା ହେଉଛି ଯାଜପୁର | ଯାଜପୁର 4 ଅକ୍ଷର, ଜଗନ୍ନାଥ 4 ଅକ୍ଷର ଓ ବଳଭଦ୍ର ମଧ୍ୟ 4 ଅକ୍ଷର | ତେଣୁ ଜଗତର ନାଥ ଜଗନ୍ନାଥ ସଦା ସର୍ବଦା ଘଣ୍ଟ ଘୋଡେଇ ରଖିଛନ୍ତି ଏହି ଯାଜପୁର ଜିଲ୍ଲା ଓ ବାସ କରୁଥିବା ବାସିନ୍ଦା ମାନଙ୍କୁ | କଥାରେ ମାଆ ହେଉଛନ୍ତି ଜଗତର ସାହା ଭରଷା, ଏଣୁ ଦେବୀ ମାଆ ବିରଜା ବିରାଜ ମାନ କରିଛନ୍ତି ବହୁ ଅନନ୍ତ କାଳରୁ ଏଇ ଜିଲ୍ଲା ରେ | ଏବଂ ଦୂର କରୁଛନ୍ତି ସବୁ ଦୁଃଖ, ପାପ |       

            ଏହି ସୁନାର ଜିଲ୍ଲା ଯାଜପୁର ରେ ବସବାସ କରୁଛନ୍ତି ପ୍ରାୟ 20 ଲକ୍ଷ ରୁ 21 ଲକ୍ଷ ଲୋକ | ଯାଜପୁର ର ନାମ ବହୁତ ସୁନ୍ଦର ଏବଂ ଏହାର ଗର୍ଭ ଗୃହରେ ଖୁବ ସୁନ୍ଦର ଭାବରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ, ଧାର୍ମିକ ଅନୁଷ୍ଠାନ, ସଂସ୍କୃତି ଭରା ଗ୍ରାମ, ଗଛ ଲତା, ପାଣି, ପଶୁ ପକ୍ଷୀ ଏବଂ ମନୁଷ୍ୟ ରହୁଛନ୍ତି | ଯାଜପୁର ଏକା ଐତିହାସିକ ସ୍ଥଳ କହିଲେ ଅତ୍ୟୁକ୍ତି ହେବନାହିଁ | ଏହି ଜିଲ୍ଲାକୁ ଲାଗି ଭଦ୍ରକ, କେଉଁଝର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ୍ୟ ରହିଛି |ଆଗରୁ ଏହି ଜିଲ୍ଲା ଓଡିଶା ର ରାଜଧାନୀ ଥିଲା |କିଛି ମହାପୁରୁଷ ଙ୍କ କହିବା ଅନୁଯାୟୀ ଯାଜପୁର ଜିଲ୍ଲା ରାଜା ଯଯାତି କେଶରୀ ନାମରେ 7 ଦଶନ୍ଧି ରୁ କ୍ଷାତ |ଏବଂ ଏହା ଯଯାତି କେଶରୀ ଙ୍କର ରାଜଧାନୀ ଥିଲା, ସେତେବେଳେ ରାଜା ଯଯାତି କେଶରୀ ଯାଜପୁର ର ରାଜାଥିଲେ|

         |ଏହି ଜିଲ୍ଲାକୁ ପାଦ ସ୍ପର୍ଶ କରି ଧୋଇ ଦେବା ପାଇଁ ବ୍ରାହ୍ମଣୀ, ବିରୂପା, ଖରସ୍ରୋତା ବୈତରଣୀ ଏବଂ କିଛି ଶାଖା ନଦୀ ଓ ସରୁ ସରୁ ନାଳ ମଧ୍ୟ ରହିଛି |ଏଠାରେ ଜୀବିକା ବଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର କଳକାର ଖାନା ମାନ ଗଢି ଉଠିଛି | ଯାହା ଦ୍ୱାରା ଯାଜପୁରରୁ ଏବଂ କୋଣ ଅନୁକୋଣ ରୁ ଆସି ଏଠାରେ କାମ କରନ୍ତି | ହଁ ଆଜ୍ଞା ଆହୁରି ମଧ୍ୟ ଯାଜପୁର ବିଖ୍ୟାତ ବିଭିନ ପର୍ଯ୍ୟଟନ ସ୍ଥଳ ପାଇଁ | ଯେମିତିକି ଏଠାରେ ରହିଛି ତ୍ରିଗିରି (ଲଳିତଗିରି, ଉଦୟଗିରି, ରତ୍ନଗିରି ) ଆହୁରି ମଧ୍ୟ ଓଳାଶୁଣୀ ଗୁମ୍ଫା, ବରୁଣେଶ୍ୱର ମନ୍ଦିର,ମହାବିନାୟକ ମନ୍ଦିର ଛତିଆ ବଟ, ବିଭିନ୍ନ ଜାଗାରେ ଶ୍ରୀ ଜଗନ୍ନାଥ ମନ୍ଦିର, ଦେବଦେବୀ ଙ୍କ ମନ୍ଦିର ଏବଂ ଆହୁରି ବହୁତ କିଛି ଏଠାରେ ରହିଛି|

      |ଲୋକମାନଙ୍କ ମନୋରଞ୍ଜନ ଓ ଦୃଷ୍ଟି ଆକର୍ଷଣ କରିବା ପାଇଁ ବାର ମାସରେ ତେର ପରଵ ମଧ୍ୟ ଏହି ଯାଜପୁର ଜିଲାରେ ହୁଏ |ସହିଦ ପୀଠ ମଧ୍ୟ ଏହି ଯାଜପୁର ର ବରୀ ବ୍ଲକ ରେ ଅଛି,ହଁ ଆଜ୍ଞା ବରୀ ବ୍ଲକ କଳାମାଟିଆ ଓ ଚନ୍ଦନପୁର ଗ୍ରାମରେ ସହିଦ ପୀଠ ଅଛି |ଯେଉଁଠି ଇଂରେଜ ମାନଙ୍କ ସହ ଓ ଆତଙ୍କ ବାଦୀ ମାନଙ୍କ ସହ ଲଢ଼ି ବୀର ଗତି ପ୍ରାପ୍ତ ହୋଇଛନ୍ତି |ଆହୁରି କିଛି କିମ୍ବଦନ୍ତୀ ଏଠାରେ ମଧ୍ୟ୍ୟ ଅଛି ଯାହା ଦୃଷ୍ଟି ଗୋଚର କରିବା ପାଇଁ ଆସନ୍ତୁ ସଭିଏଁ ବୁଲିଯିବା ଯାଜପୁର ସହର ଓ ଏହାର ଗଳି କନ୍ଦି |ଏବଂ ଏହାର କଳା କୃତ୍ତି ଭିତରେ ହଜି ଯିବା ଓ ସବୁବେଳେ ଗାଉଥିବା ଯାଜପୁର ଏକ କଳାର ମାଟି ଓ ପ୍ରକୃତିର ଗନ୍ତାଘର |



Rate this content
Log in