srikant behera

Others

2.1  

srikant behera

Others

ଗରିବ ଦୁଃଖ

ଗରିବ ଦୁଃଖ

1 min
150



ସ୍ଥାନ - କଟକ, ମୋର ଜଣେ ସାଙ୍ଗ ଗୋଟେ ଫୋଟୋ ଉଠେଇ କି ମତେ କହିଲା, ଆରେ ଜାଣିଲୁ ସାଙ୍ଗ ମୁଁ ଗୋଟେ ଅନାଥ ଆଶ୍ରମକୁ ଯାଇଥିଲି | ସେଠି ଜଣେ ସହୃଦୟ ବ୍ୟକ୍ତି ମାଗଣାରେ ପିଲାମାନଙ୍କୁ ଖାଇବାକୁ ଦେଉଥିଲା || ଏବଂ ପିଲାଙ୍କର ଖୁସି କହିଲେ ନସରେ, ସେମାନେ ଧାଡ଼ିକି ଧାଡି ଠିଆ ହୋଇଥାନ୍ତି ଖାଇବା ପାଇଁ|| କିଛି ପିଲାଙ୍କୁ ଖାଇବାକୁ ଦେଇ ସାରିଲା ପରେ ମତେ ସେ ଡାକିଲା ଆଉ କହିଲା ଆରେ ସୁରେଶ ଟିକେ ଆସିଲ ଏ ପିଲାଙ୍କୁ ଟିକେ ବାଣ୍ଟିଦେଲ|| ଆଉ ମୁଁ ଯେତେବେଳେ ବାଣ୍ଟିଲି ଗୋଟେ ଛୋଟ ପିଲା ଆସିଲା ଆଉ ମତେ ଅବଲୋକନରେ ଅନେଇ ରହିଲା, ଆଉ ଖନେଇ ଖନେଇ କହୁଥିଲା ଭାଇ ମତେ ବେଶୀ ଟିକେ ଦିଅ ମୁଁ ଚାରି ଦିନ ହେଲା କିଛି ଖାଇନି || ମୁଁ ସେଇଟି ସାଙ୍ଗେ ସାଙ୍ଗେ ଲୁହ ଭିଜା ଆଖିରେ ସେଠି ମୁଣ୍ଡକୁ ଧରି ବସି ପଡିଲି || ଯେମିତି ସାରା ଦୁନିଆର ଦୁଃଖ ଏଇ ପିଲା ଉପରେ ଅଛି, କୁହନ୍ତି ଛୋଟ ପିଲା ଭଗବାନ ସଦୃଶ୍ୟ ତାଙ୍କ ଭିତରେ ଭଗବାନ ଥାନ୍ତି || ଏ ନିଚ୍ଛକ ଭରା ଦୁନିଆରେ ଏମିତି ବି ଗରିବ ପିଲା ଅଛନ୍ତି ଯୋଉମାନେ ବହୁତ ଦିନ ହେଲା ଖାଇବାକୁ ପାଉନାହାନ୍ତି || କିନ୍ତୁ ଆମ ସରକାର ବିଦେଶ ଯାତ୍ରା କରୁଛନ୍ତି || ଗରିବ ମାନେ ଆହୁରି ଗରିବ ହେଉଛନ୍ତି ଏବଂ ଧନୀ ମାନେ ଆହୁରି ଧନୀ ହେଉଛନ୍ତି || ବାଃ ବାଃ ରେ ସରକାରୀ ବ୍ୟବସ୍ଥା ଆଉ ବାଃ ବାଃ ରେ ସେଇ ଭୁଜ ମେଲେଇ ବସିଥିବା ଭଗବାନ ସତରେ କଣ ତୋର ଆଖି ଥାଇ ତୁ ଅନ୍ଧ ବାଃ ବାଃ ମୁଁ କହିବି ଏ ଦୁନିଆରେ ପାପ ହିଁ ବଡ ଆଉ ପୂଣ୍ୟ ପଥେ ଯିଏ ଚାଲେ ସେ ହିଁ ମରି ମରି ବଞ୍ଚେ || ମୋର ଆଉ କିଛି କହିବାର ନାହିଁ ବାସ ଏତିକି ବୁଝିବା ଲୋକ ନିହାତି ବୁଝିବେ || 




Rate this content
Log in