STORYMIRROR

srikant behera

Others

3  

srikant behera

Others

ନାଉରି

ନାଉରି

1 min
248


ନଈର ନାଉରି  କରୁ ଥାଏ ପାରି 

   ଏପାରିରୁ ପୁଣି ସେପାରି 

ନଉକା ବାହଇ  ସୁଖ ସବୁ ଥୋଇ 

   କାତ ମାରେ ଜୋର କରି ।


କେବେ ମାରେ ପୁଣି  ନଉକାର କାତ 

   କେବେ ଲଗାଏ ଜାଲ 

ସକାଳ ଭୋରୁ   ଆସି ନଈ ଧାରେ 

   ଧରେ କୋଉ ଆଉ ଶେଉଳ


ଗାଆଁ ଗାଆଁ ବୁଲି  ନିକିତି ତଉଲି 

   ବିକଇ ମାଛ କଙ୍କଡା 

ନେଇଯା ସଭିଏଁ  ଆସିଗଲି ମୁହିଁ

   ଖୋଲିବି ହସ ପସରା


ତଥାପି ନାଉରି  କାନ୍ଦି କାନ୍ଦି ମରେ 

   ଦଳିତ ଜାତିଟି ବୋଲି 

ଆହେ ମହାପ୍ରଭୁ  ଜାତି ଆଣ ସବୁ 

   ଯାଉ ଦୁନିଆରୁ ଚାଲି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍