ପାଞ୍ଜୋ
ପାଞ୍ଜୋ
ମାର୍ଚ୍ଚ ମାସର୍ ଏକତିରିଶ ତାରିଖ୍ ।ବାର ବାଜିକରି ପଇଁଚାଲିଶ୍ ମିନିଟ୍ ।ବୁଢା ମୁଡେ ହାତ୍ ଦେଇ ସୋର୍ କରୁଛେ ଗଲା ଜାନୁଆରୀ ମାସର ଏକ ତିରିଶ ତାରିଖର କଥାକେ ।ଆଏଁଖ୍ ନୁ ପାଏନ୍ ନିଥିରି ଯାଉଛେ ।ତା'ର ଲାଗି ଏକତିରିଶ ତାରିଖ ଅଶୁଭ ହେନ୍ତା ଲାଗସି ।ସଖାଳୁ ଏକ୍ ବାଜସି ନ ।ପାଏନ୍ ଫୋଟେ ନେଇ କି ଚା ଫୋଟେ ନାଇଁ ।ଦୁଇ ଦୁଇଟା ଶିକ୍ଷିତ ପିଲା କେ ଶିକ୍ଷିତ ବହୁ ଆନି ଦେଇଛେ ବୁଢା ।ବୁଢୀ ଦୁଇ ବଛର୍ ହେବା ଆର୍ ପାରିକେ ଗଲା ନ।ଯାହା ବି ହଉ ତାହାକେ ଇ ଦିନ୍ ଦେଖବାକେ ନେଇ ମିଲି ।ହେତକି ବେଲେ ଗୋଟେ ବହ ଥିଲା ବୋଲି ସଭେ ମିଶି ଗୋଟେକ୍ ଘରେ ରାନ୍ଧୁଥିଲୁ ।ହେଲେ ସାନ ପୋଓ କେ ବହ ଆନିଦେଲା ଦିନୁ ବୁଢା କେ ବଡ ବହ ପନ୍ଦର ଦିନ ଆଉ ସାନ୍ ବହ ପନ୍ଦର ଦିନ ଖାଏବା କେ ଦେସି ।ଏକ ତାରିଖ ନୁ ପନ୍ଦର ତାରିଖ ବଡ ଘରେ ଆଉ ଷୋହଳ ତାରିଖ ନୁ ତିରିଶ ତାରିଖ ସାନ ଘରେ ।ଏକ ତିରିଶ ଉପାସ।
ବୁଢା କେଡେ ସୁନ୍ଦର ତା'ର ଦୁଇ ପୋଓ କେ ପାଳିଥିଲା ପୁଷିଥିଲା ।ଛୋଟ ନୁ ବଡ କରିଥିଲା ।ଭୋକେ ଶୋଷେ ବି ପାଠ ଦୁଇ ଅକ୍ଷର ପଢେଇ କରି ଦୁଇ ଝନ ପୋଓ କେ ଚାକିରି ଥି ଲଗେଇ ଦେଇଥିଲା।ବୁଢା କେଡେ ଖୁସି ବାସି ନେ ଦିନ କାଟୁଥିଲା ।ତା'ର ଦିନ କେଡେ ସୁନ୍ଦର ନେ କଟୁଥିଲା।ଯେତକି ବେଳେ ଯାହା ମନ କଲା ପୋଓ ମାନେ ଆଣି ଦଉଥିଲେ ।ପୋଓ ଦୁଇଟା ଚାକିରି କଲାକେ ତା'ର କିଛି ବି ଅଭାବ ନାଇଁ ଥାଇ।
ସମିହାଁ ସବୁ ଦିନ ସମାନ ନାଇଁ ଯାଏ ।କେଭେ ଦୁଖ୍ ତ କେଭେ ସୁଖ୍ ।ହେନ୍ତା ଆଏଜ୍ ବୁଢାର ସମିହାଁ ଦୁଖ୍ ନେ ବିତୁଛେ ।କାହାକେ କହେବା ମନର କଥାକେ ।କିଏ ହେଲେ ସୁନବା ଯେ ।ଏତକି ବେଳେ ତା'ର ପିଲା ବେଳର ସାଙ୍ଗ ପିଲ ବୁଢା ଘର ଆଡୁ ଆସୁଥିଲା ଆଉ ବୁଢାକେ ପିଣାଥି ବସିଥିବାଟା ଦେଖି ପଚାରସି।ଖାଏଲୁ ନା କେଁ ବୋ ଦଦା ? କାଏଁ ତୁନ୍ ଖାଏଲୁ ? ଆଏଜ୍ ତୋର ସାନ୍ ପୋଓ କଂସେଇଖାନା ନୁ ମାଂସ ଆଣୁଥିଲା ।ଆଏଜ୍ ମାଂସ ଖାଇକରି ପେଟକେ ଟୁମ ଟୁମା କରିଥିବୁ ।ହେ କିନି ଦଦା ? ବୁଢା ସଖାଳୁ କିଛି ନାଇଁ ଖାଏବାର।ଘରର ଇଜତ୍ ଘରେ ଥାଉ ।କାହାକେ ସୁନାଲେ ଭଲ ନୁହେଁ ।ଘରର ଇଜତ୍ ଭଟାଥି ଗଲେ ମୋର ନାଆ ବୁଡି ଯିବା ବୋଲି ବୁଢା ମନେ ମନେ ଭାବିଲା ।ଆଉ ପିଲ ବୁଢା କେ କହେଲା ।ହଁ ରେ ଭାଇ ।କାଏଲ୍ ସାନ୍ ପୋଓ କେ କହିଥିଲି ତ, ସେଥିରେ କାଯେ ସେ ସଖାଳୁ ସଖାଳୁ ଗଲା ଆଉ ଧରି ଆସିଥିଲା।ବହ ମାନେ କେଡେ ସୁନ୍ଦର ରନ୍ଧା ରୁନ୍ଧି କରି କିନା ମୋତେ ଆଘୋ ବାଢି ଦେଲେ ।ମୁଇଁ ପେଟ ପୁର୍ଣ୍ଣି ଖାଏଲି ଆଉ ଏଛନ୍ ଇ ପିଣା ଥି ବସିଛେଁ ଆଉ ତୁଇ ଆସୁଛୁ।
କହ ତୁଇ କାଏଁ ତୁନ୍ ଖାଏଲୁ ? ଦୁଇ ଦିନ ନାଇଁ ଦିଶୁଥାଇ, କାହିଁ ଯାଇଥିଲୁ କେଁ ବୋ? ସମଧି ଘର ଯାଇଥିଲୁ ହେନ୍ତା ଲାଗସି ।ବୁଢା ନିଜର ଅନ୍ତରର କୋହ କେ ଛାତିଥି ଚାପି କରି ଉପରେ ଉପରେ ହସି ହସି କରି କଥା ହଉଛେ ।ପିଲ ବୁଢା ବୁଢାର କଥା କେ ସୁନି କରି କହୁଛେ ।ହଁ ଗୋ ଦଦା ।ଦୁଇ ଦିନ ସମଧି ଘର ଯାଇଥିଲି ଆଉ ଆଏଜ୍ ସଖାଳେ ଆଏଲି ।ତତେ ସୋର୍ ପଡଲା ତ ଟିକେ ଭେଟ ପଡମି ବୋଲି ତୋର ପାଖକେ ଧାଇଁ ଆସଲି।ହଁ ହଁ ଭଲ କଲୁ ଭାଏ ।ଏନ୍ତା ତୋ ଆମର ଦିନ କାଲ କଟିଯିବା ।ଆର୍ କେତେଦିନ ବଁଚମୁଁ ଯେ ଅଏଧକା ବେଳେ ଆର୍ ଦୁଇ ଚାଏର୍ ବଛର୍ ।ହେନ୍ତା ବିତ ସତୁର ବଛର୍ ହଉଛେ।ହଁ ଗୋ ଦଦା ।ପିଲ ବୁଢା ଆଉ ବୁଢା ଗୋଟେ ପଡାର ।ଦୁହେଁ ପିଲା ଦିନୁ ଗୋଟେ ଠାନେ ବଢିଛନ୍ ଗୋଟେ ଠାନେ ବଁଚିଛନ ।
ସମିହାଁ ଏତକି ବେଲେ ପାଁଚ ବାଜି ବସଲା ନ। ଗାଈ ଗୋରୁ ମାନେ ଗୁହାଲ କେ ଢୁକୁଛନ୍।ବୁଢା ସବୁ ଦିନର ଲେଖେନ୍ ଆଏଜ ବି ଗୁହାଲ୍ କେ ଯାଇ କରି ଗାଈ ଗୋରୁକେ ପୁଆଲ୍ ମୁଠେ ଦେଇ ଗୁହାଲର କବାଟ ଦେଇ ଦେସି ।ରାଏତ୍ ମାଡି ଆସୁଛେ ବୁଢା କେ ଭୋକ୍ କଲବଲିଗଲାନ ।କାଁ କରବା ବୁପରା।ତା'ର ଶୁଇବାଠାନେ ଲିଆ ଦୁଇଟା ଗାମୁଛା ନେ ବାନ୍ଧି କରି ରଖିଥିଲା ଯେ ଖୁଲଲା ଆର ଖାଏଲା ।ବୋତଲ ନେ ବାସି ପାଏନ୍ ଫୋଟେ ଥିଲା ଯେ ପେଟେ ପିଇ କରି ଶୁଇ ଦେଲା ।ରାଏତ୍ ବିତି ଗଲା ।ସଖାଲ୍ ହେଲା ।ଅପ୍ରେଲ ଏକ ତାରିଖ ।ବଡ ଘର ପାଲି ।ବଡ ପୋ ସଖାଳୁ ବୁଢାର ପାଖକେ ତା'ର ସାନ ପୋଓ କେ ଧରିକରି ଜଳଖିଆ ଦୁଇଟା ଆଣିଦେଲା ।ନାତି କେ ଦେଖିକରି ବୁଢାର ଭୋକ ଶୋଷ ମିଟି ଯାଏସି ।ଦୁଇଟା ପୋଓ ର ଦୁଇ ଦୁଇଟା ନାତି ।ହେତକି ବେଲେ ତା'ର ନାତି ପଚରାସି ତା'ର ବୁଆ କେ ।ବାପା ବାପା ।କାଲି ତୋ ବୁଢାର ଦାଦା ଆମର ଘରେ ନାଇଁ ଖାଇ ।ଆଏଜ୍ ନୁ ଆମ ଘରେ ଖାଏବା କେଁ ? ଆଉ ପନ୍ଦର ଦିନ ଗଲେ ସାନ କାକା ଘରେ ଖାଏବା ?ବେଲେ ପନ୍ଦର ପନ୍ଦର ଦିନ ପାଲି ଉଲି ହେବା।ପାଞ୍ଜୋ କାଏଁ ଗୋ ଆମ୍ ବୁଢା ଦାଦା ?
ତା'ର ବୁଆ କିଛି ଉତ୍ତର ନେଇ ଦେଇ ପାରୁଥାଏ ।ବୁଢାର ବଡ ପୋଓ ।ପାଖର ବଖରାନୁ ସାନ ପୋଓ ଘର ଦୁଇଝନ୍ ସୁନୁଥାଆନ ।ପିଲାର ମାଆ ବି ସୁନୁଥାଏ।ଏତିକି ବେଲେ ପିଲା ସଭେ ସୁନଲା ହେନ୍ତା କହୁଛେ ।ବାପା ବାପା ।ଆମ ଘର ଦୁଇ ଭାଇ ।ଚାଚା ଘର ପୋଓ ମାନେ ବି ଦୁଇଭାଇ ।ବଡ ବଡ ହେଲେ ଆମେ ମାନେ ବିହା ହେମୁଁ ।ଆଉ ଆମେ ବି ତମକୁ ପାଞ୍ଜୋ କରମୁଁ ।ବୁଢା ଦାଦା ହେନ୍ତା ।ଖୋବ୍ ବଢିଆ ହେବା କି ନେଇ ଗୋ ବାପା ?
ଏତକି କେ ସବୁ ତାଟକା ହେଇ ଯାଏସନ୍।ଆଉ ନିଜର ନିଜର୍ ଭୁଲ ବୁଝି ପାରସନ୍।ବୁଢାର ଗୋଡ ତଲେ ଆସି ଚାଏର୍ ପୋଓ ବହ କ୍ଷମା ମାଙ୍ଗସନ। ଆଉ ଦୁଇ ଭାଇ ମିଳିମିଶି କରି ଗୋଟେ ରନ୍ଧା କରସନ ।ବୁଢା କେ ସବୁଦିନ ବଢିଆ ବଢିଆ ଖାଏବା କେ ଦେସନ୍ ।ଜରମୁଡ ହେଲେ ଦୁଇ ଝନ ମିଶି କରି ହସପାତାଲ ନେସନ ।ବୁଢା ତେନକେ ବାକି ଜୀବନ ନାତି ପୁତି ସଙ୍ଗେ ମିଶିକରି ବିତେଇ ଦେସି।
ଆଉ ସେ ଆଘୋ ହେନ୍ତା ପାଞ୍ଜୋ ହେଇ କରି ନେଇ ରହେ ।