ଏକ ରାତିର କଥା
ଏକ ରାତିର କଥା
ଗାଁ ଶେଷ ମୁଣ୍ଡରେ ଥାଏ ଏକ ବରଗଛ।
ବରଗଛ କେବେ ଠାରୁ ଅଛି କେହି ଜାଣି ନାହାଁନ୍ତି।ଦୁଇଶହ ବର୍ଷ ହେବ ବୋଲି ଏ ଗାଁ ର ବୁଢ଼ା ବୁଢ଼ୀ ମାନେ କୁହା କୁହି ହେବାର ଆମେ ଶୁଣିଛୁ।ଆମ ଗାଁ ର ରତ୍ନ ଅଜା କହନ୍ତି କାଳେ ଏ ଗଛରେ ଗୋଟିଏ ଭୂତ ଅଛି। ସଂଧ୍ୟା ସମୟ ହେଲେ ଦର୍ପଣ ଧରି ବାଳ କୁଣ୍ଡେଇ ହେବାର ଆମେ ଗାଁ ର କେତେକ ବୁଢ଼ା ବୟସର ଲୋକ ମାନେ ସ୍ବଚକ୍ଷୁରେ ଦେଖିଛନ୍ତି।ହେଲେ ଏଭୁତ ଫୁତ କଥା ମୋତେ ଟିକେ ବିଶ୍ବାସ ଲାଗେ ନାହିଁ।
ଦିନେ ସଂଧ୍ୟାବେଳେ ରତ୍ନାକର ସେହି ବରଗଛ ରାସ୍ତା ଦେଇ ଗାଁ ଭିତରକୁ ଆସୁଥିଲା।ବରଗଛ ପାଖକୁ ଯେତେବେଳେ ପହଞ୍ଚିଛି କିଏ ଜଣେ ପଛ ପଟୁ କିଛି କହିଲା ଭଳି ଲାଗିଲା।କିଛି ଗୋଟାଏ କହିଲା ଭଳିଆ ଶବ୍ଦ ଶୁଭିଲା। ରତ୍ନାକର ହଠାତ୍ ପଛକୁ ଚାହିଁଲେ।ହେଲେ କାହାରିକୁ ଦେଖିଲେ ନାହିଁ। ରତ୍ନାକର ଟିକେ ଡରିଗଲେ। ଅନ୍ଧାର ମାଡି ଆସୁଥାଏ। ସାଙ୍ଗରେ କେହି ନ ଥାନ୍ତି। କ'ଣ କରିବି କିଛି ବି ଭାବି ପାରୁ ନ ଥାନ୍ତି । ପଛକୁ ନ ଅନାଇ ଏଥର ଆଗକୁ ଦେଖିବାକୁ ଲାଗିଲେ।ହେଲେ ଆଗରେ କେହି ଜଣେ ଚାଲୁ ଥିବାର ପାଦ ଶବ୍ଦ ଶୁଣିଲେ। ଡାକିବାକୁ ଚେଷ୍ଟା କଲେ ରତ୍ନାକର।ହେଲେ ପାଟିରୁ ଆବାଜ ବାହାରୁ ନଥାଏ।ଶୀତଦିନ ହେଲେ ରତ୍ନାକର ଦେହରେ ଝାଳ ଘମ୍ ଘମ୍ ହୋଇ ବାହାରୁ ଥାଏ। ଟିକିଏ ଦୂର ଆଗକୁ ଯାଇଛନ୍ତି କି ନାହିଁ ପଛପଟୁ କିଏ ଜଣେ ସର କିନା ଧୁଳି ଫୋପାଡିଲା ।ଧୁଳି ରତ୍ନାକର ଦେହରେ ନ ପଡି କିଛି ଦୂର ଆଗକୁ ପଡ଼ିଲା।
ମନରେ ସାହାସ ବାନ୍ଧି ଘର ଅଭିମୁଖେ ଅଗ୍ରସର ହେଉଥିଲେ ରତ୍ନାକର।ହେଲେ ଯିବେ କ'ଣ ତାଙ୍କ ମୁହଁ ସମ୍ମୁଖରେ କିଏ ଜଣେ ଭୋ ଭୋ ହୋଇ କାନ୍ଦିବାର ଶୁଣାଗଲା। ଅବଶ୍ୟ ବାଦ୍ ତାଙ୍କୁ ଚିହ୍ନା ଚିହ୍ନା ଲାଗୁଥିଲା। ହଠାତ୍ ସେହି କାନ୍ଦ ଶବ୍ଦ ନିମିଷେ କୁଆଡେ ଉଭେଇଗଲା।ଆରେ ଏ କଣ ହେଉଛି ରତ୍ନାକର ଚିନ୍ତା କରି କହିଲେ। ପିଲାବେଳେ ରତ୍ନାକର ଶୁଣିଛନ୍ତି, ଏବରଗଛ ତଳେ ଗୋଟିଏ ଭୂତ ଅଛି।ଏ ସେଇ ଭୂତ ନୁହଁ ତ।ଏତିକି ବେଳେ ପଛ ଆଡୁ କେହି ଜଣେ ଚିତ୍କାର କରି ଡାକୁଥିଲା ମୋତେ ବଞ୍ଚାଅ ମୋତେ ବଞ୍ଚାଅ।ଆଃ ମୁଁ ମରିଗଲି।ଏଥର ରତ୍ନାକର ନିଜକୁ ସମ୍ଭାଳି ପାରିଲେ ନାହିଁ।ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲେ ରତ୍ନାକର।ତାଙ୍କ ପଛେ କେହି ଜଣେ ଦୌଡୁ ଥିବା ଭଳି ଲାଗୁଥିଲା। ରତ୍ନାକର ତଳେ ପଡ଼ିଗଲା।ତା'ର ହୋମ୍ ଉଡ଼ଗଲା।