Dambarudhar Bag

Others

3  

Dambarudhar Bag

Others

ମୁନିର ଜନମ ଦିନ୍

ମୁନିର ଜନମ ଦିନ୍

3 mins
442



ହାପି ବାର୍ଥ ଡେ ଟୁ ୟୁ…..ହାପି ବାର୍ଥ ଡେ ଟୁ ୟୁ…… ହାପି ବାର୍ଥ ଡେ ଟୁ ୟୁ ସୋନି । ସୋନି ବଡ ଘରର ଝି । ଆଉ ସେ ବୁଆ ମାଁର ଗୋଟେ ବଲି ଝି । ବୁଆ ମା କେଡେ ଲାଡେ ଗେଲେ ପାଲିଛନ୍ ପୁଷିଛନ୍ ସୋନି କେ । କେଭେ ବି ତା'ର ମନ କେ ଊନା ନୁହେଁ କରି ଆଏଜ୍ ଦିନ ତକ୍ । ବିଚରି ସୋନି ଦୁଖ୍ ବଏଲେ କାଣା ଯେ ନୁହେଁ ଜାନି । ଅଭାବ ବେଲେ କାଣା ଆଏ ଯେ ନୁହେଁ ଦେଖି । ବାସ୍ ଇନ୍ତି କରି ସୋନି କେ ଦଶ ବଛର୍ ହେଇଗଲା । ତା'ର ଜନମ ଦିନ ଥି ତା'ର ବୁଆ ମା ସବୁ ଲୋକ୍ ବାକ୍ କେ ଠୁଲେଇ କରି ଜନମ ଦିନ ପାଲସନ୍ ଫି ବଛର୍ । ଇ ବଛର୍ ବି ହେନ୍ତା ଜନମ ଦିନ ପାଳନ ଚାଲିଛେ ତା'ର ଦୁଇ ମହଲା ବିଲଡିଙ୍ଗ ଘରେ । ଡିଜେ ବାଜୁଛେ ଟେଣ୍ଟ୍ ଗଡା ହେଇଛେ । ଫୁକା ବନ୍ଧା ହେଇକରି ଲାଲ୍ ନିଲି ବଲ ଜଲି କରି ଠାନ୍ ଝଲସି ଯାଉଛେ । ସଭେ ଲୋକ୍ ହାତେ ଗୋଟେ ସୁନ୍ଦରା ସୁନ୍ଦରା ଗିଫ୍ଟ ଧରି କରି ସୋନି କେ ମଚାନ ଉପରେ ଯାଇକରି ଧରେଇ ଦଉଛନ୍ । ସୋନି ବିଚରି ନୂଆ ଡ୍ରେସ୍ ଗୋଟେ ପିନ୍ଧି ଦେଇକରି ପରୀ ହେନ୍ତା ଦିଶୁଛେ । କେଡେ ଶର୍ଧା ମନେ ସବକର୍ ନୁ ଜନମ ଦିନ ର ଗିଫ୍ଟ ଛିନୁଛେ । ତା'ର ଜନମ ଦିନେ ତାଙ୍କର ଆଖ ପାଖର ସବୁ ଲୋକ କେ ଡାକିଛନ୍ । ସେଥିକେ ତାଙ୍କର ଘର ପାଖର ଗୋଟେ ଛୋଟ ଟୁକେଲ୍ ମୁନି ବି ଯାଇଛେ । ମୁନି ଇ ସବକେ ଦେଖି କରି ତା'ର ଜନମ ଦିନ ମାନବା ଲାଗି ଇଛା କରୁଛେ । ଗଲା ବଛର୍ ବି ସୋନିର ଜନମ ଦିନେ ଆସିଥିଲା । ତା'ର ମା ବୁଆ କେ ବି କହିଥିଲା ଜନମ ଦିନ ପାଳନ କରବାକେ । ହେଲେ ତା'ର ମା ବୁଆ ଗରିବ ଲୋକ କାହୁଁ ପାଏମୁଁ ଏତିକି ଟଙ୍ଗା ପେସା ବୋଲି ମୁନି କେ ମନା କରିଥିଲେ । ଭୁତି ଗଲେ ଘର ଚଲସି ନାଇଁ ହେଲେ ଦିନେ ଦିନେ ଭୋକେ ବି ଶୁଇବାକେ ପଡସି ମୁନି ଘରକେ । ମୁନି ଗଲା ବଛର୍ ସୋନିର ଜନମ୍ ଦିନ ଥି ଖୋବ୍ ଆଇସ୍କ୍ରିମ୍ ଖାଇଥିଲା । ଇ ବଛ୍ରେ ବି ଖାଇବା ଲାଗି ତା'ର ଇଛା । ହେଲେ ଦେଖ୍ଲା ଆଉ କାଣା ମନେ ଭାବି କରି ଘର କେ ଦୌଡି ଆସଲା । ଖଟେ ଯାଇ କରି ମୁହଁ ତଲକେ କରି ଶୁଇ ଦେଲା । ତାକେ ବି ଦଶ ବଛର୍ ହଉଥାଏ । ସେ ଗାଁର ଇସ୍କୁଲେ ପଡୁଥିଲା । ସୋନି ପବ୍ଲିକ ସ୍କୁଲନେ ପଢସି । ହେଲେ ପାଶେ ପାଶେ ଘର ବୋଲି ଦୁହେଁ ଗୋଟେ ସାଙ୍ଗେ ଖେଲସନ ।


ଛନେ ଗଲାକେ ଉଠି କରି ତା'ର ମାଁ କେ କହେଲା । ମାଁ ମୋର ଜନମ୍ ଦିନ୍ କେବେ ଗୋ । ତାର ମା ମୁନିର କଥା ଶୁନି କରି କହୂଛନ ତୋର୍ ଜନମ୍ ଦିନ ଆଏଜ୍ ରେ ମାଁ । ତୁଇ ଆର୍ ସୋନି ଗୋଟେ ଦିନେ ଜନମ ହେଲ । ତାଙ୍କର ଟଙ୍ଗା ପଏସା ଗୁର୍ଦୁ ଗୁର୍ଦୁ ଅଛେ ବଲି ଜନମ୍ ଦିନ୍ ଫି ବଛର୍ ମନଉଛନ । ଆମେ କାହୁଁ ପାଏମୁଁ ଗୋ ; ଯେ ଜନମ୍ ଦିନ ପାଲମୁଁ । ତୁଇ ମନ ଦୁଖ ନାଇଁ କରବୁ ମାଁ । ଦେଖୁଛୁ ତୋ ତୋର ବୁଆ ଆର ମୁଇଁ ଭୁତି କୁତିଆ ଗଲେ ଖାଏବାକେ ଗଣ୍ଡେକ୍ ମିଳୁଛେ ନାଇଁ ହେଲେ ନାଇଁ । ତୋର କାଯେ ବନେ ଡ୍ରେସ ଗୋଟେ ବି ଘେନି ନେଇ ପାରବାର୍ । ଇ ବାଟେ ଦୁଖ୍ କେ ଦୁଖ୍ । ହସପାତାଲ ଯାଇ ଯାଇ ସବୁ ଟଙ୍ଗା ସରିଯାଉଛେ । କେବେ ଜର୍ କେବେ ମୁଡ । କେବେ ଗୋଡ ଦୁଖୁଛେ କେବେ ମୁଡ୍ ଦୁଖୁଛେ । ଏନ୍ତା ହେଇ ହେଇ ଆମେ ବୁଡି ଯାଉଛୁଁ ଦିନୁ ଦିନ୍ କେ । ମୁନି ତା'ର ମାଁ ର କଥାକେ ଗାଲେ ହାତ ଦେଇ କରି ଶୁନୁଛେ । କାଁ ହେଲେ କରବା ବିଚରି । ଘରର ପରିସ୍ଥିତି କେ ଛୁଆ ବେଲୁନ ବୁଝି ପାରୁଛେ । ତା'ର ତ ଖେଲବାର ବୟସ ବି ନୁହେଁ ଯିବାର ।


     ମୁନିର ମାଁ ମୁନି କେ ସବୁ ଦିନ କହେସନ୍ । ପାଠ ପଢ । ବଡ ହେଲେ ଭଲ ପାଠ ପଢିଥିଲେ ବଡ ଚାକିରି ଟେ କରବୁ ଆଉ ତୋର୍ ଜନମ ଦିନ ସେ ଦିନକେ ଧୁମ ଧାମ ନେ ପାଲନ କରବୁ । ସତକେ ସତ ମୁନି ତା'ର ମାଁର କଥା ମାନି କରି ଭଲ ପାଠ ପଢସି ଆଉ କଲେକ୍ଟର ବନସି । ମାଁ ର ବୁଆର ସପନ ପୁରା କରସି । ଆଉ ହେନ୍ତା ସବୁ ଲୋକ କେ ଡାକି କରି ଜନମ ଦିନ ପାଳନ କରସି । ସଭେ ଖୁସି ହେସନ୍ । ମୁନିର ସପନ ପୁରା ହେସି । ସେ ଦିନ ମୁନିର ଘର ଝଲସି ଉଠୁଥିସି । ଲୋକ ତାକର ଘରେ ଗଜଗଜି ଯାଉଥିସନ । ଡିଜେ ବାଜୁଥିସି । ଲୋକ ମୁନି କେ ହାପି ବାର୍ଥ ଡେ ଟୁ ୟୁ ମୁନି କହୁଥିସନ୍ । ମୁନି ର ମା ଆଉ ବୁଆ ର ଆଏଁଖ୍ ନୁ ପାଏନ୍ ନିଥିରି ଯାଉଥିସି । ମୁନି ବି ଇ ଦିନ କେ ଟାକିଥିଲା ଆଉ ମନେ ମନେ ସୋର କରି କରି କେତେ କେତବେଳେ ଆଏଁଖ୍ ନୁ କିଏ ନେଇଁ ଜାନି ପାରଲା ହେନ୍ତା ଦୁଇ ଥିପା ପାଏନ୍ ନିଥରେଇ ପକଉଥିଲା । ଲୋକ୍ ମୁନି ଘରକେ ଆସି କରି ମନ ଇଛା ସୁଆଦ ସୁଆଦ ଖାନା ଖାଇକରି ଘର କେ ଫେରିଯାଏସନ ।



Rate this content
Log in