Bishwa ranjan Tripathy

Others

3  

Bishwa ranjan Tripathy

Others

ନାଲି ଚା

ନାଲି ଚା

5 mins
19


ସେଦିନ ମାସର ଦ୍ଵିତୀୟ ଶନିବାର ଥାଏ,ଖାଇବା ପିଇବା ଶେଷକରି ରାତିରେ ଧ୍ରୁବ ଓ ତାର ସ୍ତ୍ରୀ ସୋନିଆ ଶୋଇବାକୁ ଯାନ୍ତି । ସୋନିଆ ବେଡ଼ ସଜାଡୁ ଥାଏ ଆଉ ଧ୍ରୁବକୁ କହୁଥାଏ, ସୋନିଆ:ଗୋଟେ କଥା କହିବି,ତୁମେ ଚିଡିବନି କି କହିବନି ଅଫିସରେ ବହୁତ କାମ ଅଛି ବୋଲି ।

ଧ୍ରୁବ: ହଁ କହୁନ, ଯାହା କହିବା କଥା କୁହ । ଚିଡିବି କଣ ପାଇଁ ଯେ? ହଁ ଅଫିସରେ ତ କାମ ରହୁଛି ।

ସୋନିଆ: କାଲି କୁଆଡେ ଗୋଟେ ବୁଲିବାକୁ ଯାଆନ୍ତେ, ବହୁତଦିନ ହେଲା କୁଆଡେ ଯାଇନେ । ଘରେ ରହି ରହି ପୁରା ବିରକ୍ତ ଲାଗିଲାଣି ।

ଧ୍ରୁବ: ଆରେ ମୁଁ ବି ସେଇକଥା ଭାବୁଥିଲି, ତମେ ମୋ ପାଟିରୁ ଏ କଥା ଛଡେଇନେଲ ।

ଏହି ଭିତରେ ବେଡ଼ ପରା ପରି ସରିଯାଏ, ସେ ଦୁହେଁ ଶୋଇଯାନ୍ତି, ତାପରେ, ଶୋଇଥିବା ଅବସ୍ଥାରେ ସୋନିଆ କୁହେ,

ସୋନିଆ: ଡାର୍ଲିଂଗ କାଲି କୋଣାର୍କ ଗଲେ କେମିତି ହୁଅନ୍ତା? 

ଧ୍ରୁବ: ହଁ ବଢ଼ିଆ ହବ । ଗୋଟେଦିନ ପୁରା ସେଇଠି କଟେଇବା ଭଲ ଲାଗିବ । ତାହେଲେ କାଲି କୋଣାର୍କ ପକ୍କା ଯିବା ।

ଦୁହେଁ ଏମିତି କଥା ହୋଇ ହୋଇ କେତେବେଳେ ଶୋଇଯାଇଥାଉ ଜଣାପଡେନି । ଧ୍ରୁବ ସକାଳୁ ଉଠି ଦେଖେ ତ ସୋନିଆ ସେମିତି ଶୋଇଛି,ସେତେବେଳକୁ ସମୟ ପ୍ରାୟ ସକାଳ ଛଅଟା ହବ । ସେ କିନ୍ତୁ ସବୁଦିନ ବହୁତ ଜଲ୍ଦି ଉଠିଯାଏ, ଘରର ସବୁ କାମ ଶେଷ କରି ସ୍କୁଲକୁ ଯିବା ପାଇଁ ରେଡି ହଉଥାଏ । ହେଲେ ଆଜି ଏମିତି ଶୋଇଥିବାର ଦେଖି ଧ୍ରୁବ କିଛି ନକହି ସେଠୁ ଚାଲିଯାଏ । ନିଜର ନିତ୍ୟ କର୍ମ ଶେଷକରି ଆସିଲା ବେଳକୁ ସୋନିଆ ସେମିତି ଶୋଇଛି । ବାଧ୍ୟହୋଇ ସୋନିଆକୁ ଧ୍ରୁବ ଡାକେ,

ଧ୍ରୁବ: ସୋନିଆ ଉଠ, ଏତେ ଡେରିହେଲାଣି ଶୋଇଛ କଣ ଯେ? ଆଜି ଯିବନି କି କୋଣାର୍କ ବୁଲିବାକୁ ।

ସୋନିଆ: କିଛି ନକହି ସେମିତି ଶୋଇରହେ ।

ଧ୍ରୁବ: ପୁଣି ଡାକେ ତାକୁ, ଆଉ ତା ପାଖକୁ ଯାଇ ହାତ ମାରି ବି ଡାକେ । ସୋନିଆ ଉଠ, ଶୋଇଛ କଣ ଯେ ଯିବା ପରା କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବାକୁ । ନହେଲେ ଲେଟ ହୋଇଯିବ ।

ସୋନିଆ: ମୁଣ୍ଡଟା କଣ ପାଇଁ ଜୋରରେ ବିନ୍ଧୁଛି ସକାଳୁ, ଉଠିବାକୁ ଜମା ବି ଇଛା ହଉନି ।

ଧ୍ରୁବ: ତାହେଲେ ଆଜି କୋଣାର୍କ ଯିବା କ୍ୟାନ୍ସଲ?

ସୋନିଆ: ନାଇଁ ମ, ଆଉ ଟିକେ ଯାଉ ଯଦି ଦେହ ଭଲ ଲାଗିବ ନିଶ୍ଚିତ ଯିବା ।

ଧ୍ରୁବ: ହଉ ଦେଖେଇଲ ମୁଣ୍ଡ ଟା, ମୁଁ ଟିକେ ଚିପିଦିଏ ଭଲ ଲାଗିବ ।

କିଛି ସମୟ ସୋନିଆର ମୁଣ୍ଡକୁ ଧ୍ରୁବ ଚିପିଦିଏ, ଏମିତି ଦଶ ମିନିଟ ଚିପିଲା ପରେ ସୋନିଆ କୁହେ ହଁ ଏବେ ଟିକେ ଭଲ ଲାଗୁଛି । ତାପରେ ଉଠିକି ଯାଏ ବ୍ରଶ କରିବା ପାଇଁ । ତାର ଅଜାଣତରେ ଧ୍ରୁବ ଯାଇ ଅଦା, ତେଜପତ୍ର, ଶୁଣ୍ଠି, ଗୋଲମରିଚ ପକେଇ ଗୋଟେ କଡା ଭାଗରେ ନାଲି ଚା କପ ଦୁଇଟା କରିକି ନେଇ ଆସେ । ଏ ଭିତରେ ସୋନିଆ ବ୍ରଶ କରିସାରି ଫ୍ରେଶ ହୋଇଆସେ ।ତଥାପି ତାର ମୁଣ୍ଡ ବିନ୍ଧା ଭଲସେ ଯାଇନଥାଏ । 

ଧ୍ରୁବ: ଆରେ ଏଇ ନିଅ କପଟେ ମୋ ହାତ ତିଆରି ନାଲି ଚା ପିଇ ଦିଅ ବଢ଼ିଆ ଲାଗିବ, ଆଉ ଦେଖିବ ସେ ମୁଣ୍ଡ ବିନ୍ଧା କୁଆଡେ ପଳେଇବ ।

ସୋନିଆ: ହସିକି କୁହେ ହଉ ଦିଅ ।

ତାପରେ ଉଭୟ ବସିକି ଖୁସିରେ ଚା ପିଅନ୍ତି, ଏହି ଭିତରେ ସୋନିଆ କହୁଥାଏ ।

ସୋନିଆ: ଡାର୍ଲିଂଗ ଚାଟା ପୁରା ମସ୍ତ ହେଇଛି ।

ଧ୍ରୁବ: ଖାଲି ମସ୍ତ ହେଇନି, ଦେଖିବ ଏବେ ତମ ମୁଣ୍ଡ ବିନ୍ଧା କୁଆଡେ ଗାଏବ ହୋଇଯିବ ।

ସୋନିଆ: ଚା ପିଉଥାଏ, ଆଉ କହୁଥାଏ, ସତରେ ତୁମ ହାତରେ ଯାଦୁ ଅଛି, ମୁଣ୍ଡ ଚିପିଦେଲ ଯେ ଅଧା ମୁଣ୍ଡ ବିନ୍ଧା ଯାଇଥିଲା ଆଉ ଏବେ ଚାରେ ଅଧା ଚାଲିଗଲା । ଡାର୍ଲିଂଗ ଆଜି ଆଉ ଯିବାନି କୋଣାର୍କ, ବହୁତ ଡେରି ହେଲାଣି ।

ଧ୍ରୁବ: ହଉ ତାହେଲେ ଆଜି ଯାହା ବାକି କାମ ଅଛି ଶେଷ କରିଦେବା ।

ସୋନିଆ: ହଉ କରିଦେବା । ତୁମ ଡ୍ରେସ, ମୋର ବି ଡ୍ରେସ, ଲୁଗା ସବୁ ମଇଳା ହୋଇ ରହିଲାଣି, ସଫା ହବ ।

ଧ୍ରୁବ: ହଉ ଠିକ ଅଛି ଆଜି ସେସବୁ ଶେଷ କରିଦେବା ।

ଉଭୟ ମିଶି ସେସବୁ ଡ୍ରେସ ପତ୍ର ୱାସିଂମେସିନରେ ପକେଇ ସଫା କରନ୍ତି । ସଫା ସରିଲା ପରେ ସୋନିଆ ଚାଲିଯାଏ ଗାଧେଇବା ପାଇଁ, ଧ୍ରୁବ ସବୁ ଡ୍ରେସକୁ ଶୁଖାଉଥାଏ । ଏହି ସମୟରେ ସୋନିଆର ବାପା ମାନେ ଧ୍ରୁବର ଶ୍ୱଶୁର ରଜ ଭାର ଧରି ଆସି ପହଞ୍ଚନ୍ତି । ଧ୍ରୁବ ଯାଇ ପ୍ରଣାମ କରେ । ଆଉ ତାଙ୍କୁ ଗୋଟେ ଚେୟାର ଦିଏ ବସିବା ପାଇଁ । ସେ ଯାଇ ଗୋଡ ହାତ ଧୁଆ ଧୋଇ ହୋଇ ସେଠି ବସି ଯାଆନ୍ତି ।ଆଉ କୁହନ୍ତି,

ଶଶୁର: ପୁଅ, ସୋନିଆ କାଇଁ ଦିଶୁନି ତ, ସେ କୁଆଡେ ଗଲା? ଆଉ ତୁମେ କଣ ଡ୍ରେସ ଶୁଖୋଉଛ?

ଧ୍ରୁବ: ଡ୍ରେସ ସୁଖଉଥାଏ ଆଉ କହୁଥାଏ, ବାପା ସେ ଯାଇଛି ଗାଧେଇବାକୁ, ଏବେ ଆମେ ମିଶିକି ସଫା କରୁଥିଲୁ,ତାକୁ ଜୋରରେ ଦୁଇ ଲାଗିଲା ତ ମୁଁ କହିଲି, ତୁ ଯାଆ ଏକାଥରେ ଗାଧେଇକି ପଳେଇଆସିବୁ ।

ଶଶୁର: ହସିକି କୁହନ୍ତି,ଆଛା ହଉ ହଉ ।

ଏହିଭିତରେ ଧ୍ରୁବର ଡ୍ରେସ ଶୁଖା କାମ ସରିଯାଇଥାଏ । ସେ ଯାଇ ତାର ଶଶୁରଙ୍କ ପାଇଁ ଚା କରିକି ଆଣି ଦିଏ । ଶଶୁର ଚା ପିଇ କୁହନ୍ତି, ପୁଅ ତୁମେ ତ ବଢ଼ିଆ ଚା ବନଉଛ । ଏହି ଭିତରେ ସୋନିଆ ଗାଧେଇକି ଆସେ ଓ ତାର ବାପାଙ୍କୁ ପ୍ରଣାମ କରେ, ତାପରେ ଯାଏ ଲୁଗା ବଦଳି କି ଆସି,ବାପା ଆଣିଥିବା ଜିନିଷ ସବୁ ସଜାଡିକି ରଖେ ।

ଧ୍ରୁବ:ସୋନିଆକୁ କୁହେ ତୁ ବାପାଙ୍କ ସହ ବସି କଥା ହଉଥା ମୁଁ ବଜ଼ାର ରୁ ପରିବା, ସଉଦା ପତ୍ର ଧରିକି ଆସେ ।

ସୋନିଆ: ଆରେ ପରିବା କିଛି ଆଣିବନି,ବାପା ସବୁ ନେଇକି ଆସିଛନ୍ତି । ଖାଲି ଚିକେନ, ଆଉ କିଛି ସଉଦା ପତ୍ର ନେଇଆସିବ । ଏଇ ଧର ଲିଷ୍ଟ ଟା, ହଁ ଆସିଲା ବେଳେ ଦୁଇ ଲିଟର ଵାଲା ଥଣ୍ଡା ବୋତଲ ଗୋଟେ ନେଇଆସିବ ।

ଧ୍ରୁବ: ହଉ ତାହେଲେ ମୁଁ ଏବେ ଆସୁଛି । ଏତିକି କହି ବାଇକ ଷ୍ଟାର୍ଟ କରି ଚାଲିଲି ବଜ଼ାରକୁ ।

ସବୁ ଜିନିଷ ପତ୍ର କିଣା କିଣି କରି ଘରେ ଆସି ପହଁଚିଲା ବେଳକୁ ସୋନିଆ ସବୁ କାମ ଶେଷ କରିଦେଇଥାଏ । ତାପରେ ଦୁହେଁ ମିଶି ରୋଷେଇ ଶେଷ କରନ୍ତି, ଧ୍ରୁବ କିନ୍ତୁ ଚିକେନ ରୋଷେଇ କରିଥାଏ । ତାପରେ ସାଙ୍ଗ ହୋଇ ସମସ୍ତେ ଖାନ୍ତି, ବାପା କହୁଥାନ୍ତି ଚିକେନଟା ବଢ଼ିଆ ହୋଇଛି । ସୋନିଆ କହୁଥାଏ, ବାପା ଚିକେନ ମୁଁ କରିନି, ଇଏ କରିଛନ୍ତି । ଖାଇବା ପିଇବା ସରିଲା ପରେ ସୋନିଆର ବାପା ଯାଆନ୍ତି ରେଷ୍ଟ କରିବା ପାଇଁ, ଧ୍ରୁବ ଓ ସୋନିଆ ବି ଯାନ୍ତି ରେଷ୍ଟ କରିବା ପାଇଁ । ଚାରିଟା ବେଳେ ଯେବେ ତାଙ୍କ ବାପା ବାହାରନ୍ତି ଘରକୁ ଯିବା ପାଇଁ । ଦୁହେଁ ବହୁତ ବାଧ୍ୟ କରିବାରୁ ସେଦିନ ସେ ରୁହନ୍ତି । 

ସନ୍ଧ୍ୟାରେ ସେମାନେ ସମସ୍ତେ ଯାନ୍ତି ବରୁଣେଇ ପାହାଡ ଆଡେ ବୁଲା ବୁଲି କରିବାକୁ, କାହିଁକି ନା ସେଠି ରଜ ପୂର୍ବରୁ ତିନି ଦିନ ଓ ରଜ ପରେ ତିନି ଦିନ ଏମିତି ସେଠି ୭ଦିନ ପୁରା ଯାକ ଯମକରେ ଯାତ୍ରା ଓ ମେଳା ପଡେ । ସେଦିନ ବୁଲାବୁଲି ଶେଷ କରି ଖାଇପିଇ ଘରକୁ ଫେରିଲା ବେଳକୁ ରାତି ଆଠଟା । ତାପରେ ଫ୍ରେଶ ହୋଇ ସମସ୍ତେ ଶୋଇବାକୁ ଯାନ୍ତି । ଶୋଇବା ସମୟରେ ଧ୍ରୁବ ସୋନିଆକୁ କହୁଥାଏ,

ଧ୍ରୁବ: ଆରେ ଆମେ ଯଦି ଆଜି କୋଣାର୍କ ପଳେଇଥାନ୍ତେ,ବଡ ଅସୁବିଧା ହୋଇଯାଇଥାନ୍ତା ।

ସୋନିଆ: ହଁ ପରା,ଯାହା ହଉ ଭଗବାନ ରକ୍ଷା କରିବା କଥା । ମୋ ମୁଣ୍ଡ ବିନ୍ଧା ହବାରୁ ସିନା ଆଜି ଆମେ ରହିଲେ ।

ଧ୍ରୁବ : ଆଉ ମୋର ଚା ପିଇଲାରୁ ସିନା ତୋ ମୁଣ୍ଡ ଭଲ ହେଲା ।

ସୋନିଆ: ଆରେ ହଁ, ତୁମେ ଯେତେବେଳେ ବଜ଼ାର ଯାଇଥିଲ, ବାପା ତୁମ ଚାକୁ ବହୁତ ତାରିଫ କରୁଥିଲେ ।

ଧ୍ରୁବ: ତାହେଲେ କାଲି ସକାଳୁ କପଟେ କରିକି ପିଏଇଦେବୀ ।

ଏମିତି କଥା ହୋଇ ହୋଇ ଉଭୟ ଶୋଇଯାନ୍ତି । ସକାଳୁ ଉଠି ଦେଖନ୍ତି ତ ବାପା ତାଙ୍କର ଘରକୁ ଯିବା ପାଇଁ ପୁରା ରେଡି ହୋଇ ବସିଥାନ୍ତି ଓ ବସି ପେପର ପଢୁଥାନ୍ତି । ଧ୍ରୁବ ଫ୍ରେଶ ହୋଇ ଚା ତିନି କପ କରି ଆଣେ, ସମସ୍ତେ ଏକାଠି ବସିକି ଚା ପିଅନ୍ତି, ତାପରେ ବାପା ସେ ଦୁଇଜଣଙ୍କୁ ଆଶୀର୍ବାଦ କରି, ବାଇକ ଷ୍ଟାର୍ଟ କରି ଘରକୁ ଫେରିଯାନ୍ତି ।



Rate this content
Log in