STORYMIRROR

Chinmayee Barik

Others

2  

Chinmayee Barik

Others

ମେସେଞ୍ଜର୍

ମେସେଞ୍ଜର୍

2 mins
16K


ପାଠକ "କ"- ହାଏ ମାମ୍

ହାଏ..

ହେଲୋ....

ହେ...

ପ୍ଲିଜ୍ ରିପ୍ଲାଏ...

ଗାଳ୍ପିକା--(ନିରୁତ୍ତର)

"କ"-ମାମ୍, କଥା ଥିଲା...ଟିକେ ତ କଥା ହୁଅନ୍ତୁ ।ଆପଣ ନା ଖୁବ୍....

ଗାଳ୍ପିକା-(ନିରୁତ୍ତର)

"କ"--ହାଏ ବ୍ୟୁଟି...

ହାଏ ସେକ୍ସି...

ୟୁ ଆର୍ ଗର୍ଜିୟସ୍....

ଗାଳ୍ପିକା-(ନିରୁତ୍ତର)

"କ"-ଆପଣଙ୍କର ଗତକାଲିର ଗପଟି ବିଷୟରେ ଟିକେ କହିବାର ଥିଲା ...

ଗାଳ୍ପିକା-ହଁ,କୁହନ୍ତୁ ସାର୍...

"କ"-ଗପ ଖୁବ୍ ଭଲ ହୋଇଛି ।ମୁଁ ଆପଣଙ୍କର ଗପ ପଢେ ।ଆପଣଙ୍କ ବିଷୟରେ କିଛି କୁହନ୍ତୁ ନା??ଜାଣିବାକୁ ଇଛା ।

ଗାଳ୍ପିକା-ମୁଁ ହାଉସ୍ ୱାଇଫ୍ ..ବାସ୍ ଏତିକି ।

"କ"-ଜଣା ତ ପଡୁ ନାହାଁନ୍ତି ।

ଗାଳ୍ପିକା-ଜଣା ନ ପଡିଲେ ବି ଏହା ସତ ସାର୍ ।

"କ"-ଅନେକ କଥା ତ କହିବାର ଅଛି... ଇସ୍...ଇଛା ହେଉଛି କି......

ଗାଳ୍ପିକା-କୁହନ୍ତୁ ସାର୍ କ’ଣ କହିବେ??

"କ"-ହଁ କହିବି ହେଲେ ହାଉଲେ ହାଉଲେ...

ଗାଳ୍ପିକା-ଓକେ ସାର୍ ..

(ଆଠ ଦଶ ଦିନ ଏଇ ଆଲୋଚନା ଆଉ ସମାଲୋଚନା)

******________********________*******

"କ"-ଆଜି କ’ଣ ରନ୍ଧା ହୋଇଛି ମାମ୍??

ଗାଳ୍ପିକା-ମୁଁ ପୁରା ଭେଜ୍ ..ତେଣୁ ସବୁ ବେଳେ ଆମର ଭେଜ୍ ।

"କ"-ବଟ୍ ଆଇ ଲାଇକ୍ ନନ୍ ଭେଜ୍ ।

"ଗାଳ୍ପିକା"-ଇଟସ୍ ଓକେ ସାର୍ ।

"କ"-ହ୍ୱାଟ୍...ଇଟସ୍ ଓକେ??ୟୁ ଆର୍ ଫୁଲ୍ ...

ଗାଳ୍ପିକା-ବଟ୍ ହାଓ ସାର୍??

"କ"-ଓଃ...ବେବୀ...ମୁଁ ନନ୍ ଭେଜ୍ କଥା ପସନ୍ଦ କରେ ...

ଗାଳ୍ପିକା-ସେଇଟା ପୁଣି କଣ ସାର୍??

"କ"-ମୁଁ ଶିଖେଇ ଦେବି ନା??...ଫାଷ୍ଟ ଆଇ ୱାଣ୍ଟ ଟୁ ମିଟ୍ ୟୁ ..

ଗାଳ୍ପିକା- ସୁବିଧା ହେଲେ ଦେଖା ହେବ ନିଶ୍ଚୟ ।

******-------********--------********-----

"କ"--ହାଏ..ବେବୀ...ପ୍ଲିଜ୍ ହେଲପ୍ ମି..

ଗାଳ୍ପିକା—କ’ଣ ହେଇଛି ତ କୁହନ୍ତୁ ଆଗେ??

"କ"-ତୁମେ ତ ଜାଣିଛ ମୁଁ ଦିଲ୍ଲୀରେ ରୁହେ ।ଓଡିଶା ଆସିଥିଲି ...ଭୁବନେଶ୍ଵର ।ପକେଟ୍ ମାର୍ ହୋଇଗଲା ।ନାଓ ଆଇ ଆମ୍ ହେଲପ୍ ଲେସ୍ ।ପ୍ଲିଜ୍ ହେଲପ୍ ମି ।ଆଇ ୱାଣ୍ଟ୍ ସମ୍ ମନି ।

ଗାଳ୍ପିକା-ମୁଁ ବି ତ ବାହାରେ ଅଛି ସାର୍ କିନ୍ତୁ ହଜବ୍ୟାଣ୍ଡ ଭୂବେନଶ୍ୱରରେ ।ଆପଣଙ୍କ ଫୋନ୍ ନମ୍ବର ଦିଅନ୍ତୁ ସେ ଆପଣଙ୍କୁ ଦେଖା କରି ସାହାଯ୍ୟ କରିବେ ।

"କ"-ଫୋନ୍ ନମ୍ବର ନେଇ କ’ଣ କରିବେ? ତାଙ୍କୁ କହିବେ ଦିନ ଦଶଟା ବେଳେ ରାମ ମନ୍ଦିରରେ ଦେଖା କରିବେ ।ମୋ ନାଁ ବି କହିଦେବେ ତାଙ୍କୁ ।ମୁଁ ଗୋଟେ ବ୍ଲ୍ୟୁ କଲର୍ ସାର୍ଟ ପିନ୍ଧି ଥିବି ।ହଁ ତୁମ ହଜବ୍ୟାଣ୍ଡଙ୍କ ନାମ କ’ଣ??

ଗାଳ୍ପିକା-ତାଙ୍କ ନାମ ସୁରେଶ ପଟ୍ଟନାୟକ ।ହେଲେ ଆପଣ ଟିକେ ତାଙ୍କୁ ଅପେକ୍ଷା କରିବେ ।ସେ ସବୁବେଳେ ବ୍ୟସ୍ତ ।ସେ କ୍ରାଇମ୍ ବ୍ରାଞ୍ଚରେ ଜବ୍ କରନ୍ତି ।ଯାଉ ଯାଉ ଟିକେ ଲେଟ୍ ହୋଇପାରେ..

"କ"-- ଆଁଆଁ......କ’ଣ??କ୍ରାଇମ୍ ବ୍ରାଞ୍ଚର ସୁରେଶ ପଟ୍ଟନାୟକ ଆପଣଙ୍କ ହଜବ୍ୟାଣ୍ଡ??

ଗାଳ୍ପିକା--ହଁ ସାର୍...ସେ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ ....ଖୁସି ବି ହେବେ ଆପଣଙ୍କୁ ଦେଖା କରି ....

"କ"-ଉଁ...ହଁ......ନେଟ୍ ସ୍ଲୋ ଅଛି ବେବୀ ...କାଲି କଥା ହେବି ।ବାଏ ।

(ନେଟ୍ ସ୍ଲୋ ହୋଇଗଲେ ଏକାଉଣ୍ଟ ବ୍ଲକ ହୋଇ ଯାଏ କି ଆଉ ??କାଇଁ ପାଠକ "କ"ଙ୍କର ଶାଗୁଆ ବତୀ ଆଉ ଜଳୁ ନଥିଲା କି ଫେସବୁକରେ ତାଙ୍କ ଆଇ.ଡି ହନ୍ତାଳି ଆଉ ପାଉ ନଥିଲେ ଗାଳ୍ପିକା ।ଅନେକ କିଛି ବାକି ରହିଯାଇଥିଲା...ତାଙ୍କୁ ଦେଖା କରିବାର କରିଥିଲା ଆଉ ନନ୍ ଭେଜ୍ କଥା କ’ଣ ଶୁଣିବାର ବି ଥିଲା...ହୁଏତ କିଛି ଗୋଟିଏ ଅନୁଭୂତିରୁ ନୂଆ ଗପଟିଏ ଲେଖାଯାଇ ପାରି ଥାଆନ୍ତା ...ହେଲେ ସବୁ ବେକାର... ନେଟ୍ ସବୁ ବରବାଦ କରିଦେଲା ସ୍ଲୋ ହୋଇ......)


Rate this content
Log in