Bishwa ranjan Tripathy

Others Drama Romance

3.2  

Bishwa ranjan Tripathy

Others Drama Romance

ମଡ଼ର୍ଣ୍ଣ ବୋହୁ

ମଡ଼ର୍ଣ୍ଣ ବୋହୁ

6 mins
67



ଆରମ୍ଭ:

ଆଜିର ଦୁନିଆରେ ଗୋଟେ ପୁଅ ପାଇଁ ଝିଅଟିଏ ମିଳିବା ଯେତିକି କଷ୍ଟ ନୁହେଁ ଘରକୁ ସମ୍ଭାଳି ପାଞ୍ଚ ପ୍ରାଣୀଙ୍କୁ ବୁଝି ସମସ୍ତଙ୍କୁ ନିଜର କରି ଚଳିପାରୁଥିବା ବୋହୁଟିଏ ମିଳିବା ବହୁତ କଷ୍ଟ। ମୁଁ କହୁନି ଯେ ସବୁ ସ୍ଥଳରେ ବୋହୁମାନେ ଖରାପ, କିଛି ଜାଗାରେ ଶାଶୁ, ଶଶୁର ଏମିତି ସ୍ୱାମୀମାନେ ବି ଖରାପ ଥାନ୍ତି।

ଆଜିର ଦୁନିଆରେ ବି ଯୌତୁକ ଜନିତ ହତ୍ୟା ସବୁଦିନ କୋଉଠି ନା କୋଉଠି ଘଟୁଛି ଯାହା ପ୍ରାୟ ସବୁ ଖବର କାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ ମଣ୍ଡନ କରୁଛି। ଏମିତି ବି କିଛି ଘଟଣା ଘଟୁଛି, ବୋହୁମାନଙ୍କ ଅତ୍ୟାଚାର ସହିନପାରି ବିଚରା ବୃଦ୍ଧ ଶାଶୁ ଶଶୁର ବି ଘର ଛାଡି ଜରାଶ୍ରମରେ ଆଶ୍ରୟ ନେଉଛନ୍ତି। ଏମିତି ଘଟିବାର କାରଣ କିଛି ବି ହେଇପାରେ। ତଥାପି ବୃଦ୍ଧ ବାପା,ମାଆଙ୍କୁ ଏମିତି ଅବସ୍ଥାରେ ଛାଡିଦବା କେତେ ଯୁକ୍ତି ଯୁକ୍ତ ସେଇଟା ଆପଣମାନେ ବିଚାର କରନ୍ତୁ।

ଆଜି ଆମେ ପଢିବା ସେମିତି ଏକ ବୋହୂର କାହାଣୀ, ଯିଏ ମୁଣ୍ଡରେ ଓଢଣୀ ଦବା ତ ଦୁରର କଥା, ଘରେ ଜିନ୍ସ ପିନ୍ଧେ, ଦିନ ୯ ନବାଜିଲେ ଶେଜ ଛାଡେନି, ଶାଶୁକୁ ତାର ଚା ପାଇଁ ଆଦେଶ ଦିଏ। ରୋଷେଇ ଘରେ ଚପଲ ପିନ୍ଧି ପଶେ ଓ ଅନେକ କିଛି। ଆଉ ସେ କାହାଣୀର ନାମ ହେଲା ମଡ଼ର୍ଣ୍ଣ ବୋହୁ।

କାହାଣୀର ପୃଷ୍ଠଭୂମି:

ଉଦୟ ଲେଙ୍କା ବହୁତ ଚିନ୍ତିତ ଥାଆନ୍ତି କାହିଁକି ନା ତାଙ୍କର ଏକମାତ୍ର ପୁଅ ରାଜେନ୍ଦ୍ର ଲେଙ୍କା ପାଇଁ ଗୋଟେ ମନଲାଖି ଝିଅ ଠିକ ହୋଇ ପାରୁନଥାଏ। ବହୁତ ଲୋକ,ବନ୍ଧୁବାନ୍ଧବ, ଅଫସି ଷ୍ଟାଫ ଓ ମଧ୍ୟସ୍ତି ଏମିତି ବହୁତ ଲୋକଙ୍କୁ କହିଥାନ୍ତି। ସେପଟେ ରାଜେନ୍ଦ୍ର ମାଟ୍ରିମୋନି ସାଇଟରେ ଗୋଟେ ଆକାଉଣ୍ଟ ଖୋଲି ସେ ନିଜେ ବି ଚେଷ୍ଟା ଚଳେଇଥାଏ।ଏହି ଭିତରେ ବୋଧେ ୫୦ରୁ ଅଧିକ ପ୍ରସ୍ତାବ ଦେଖିସାରିବେଣି, ହେଲେ କୋଉଠି କିଛି ଠିକ ହୋଇପାରୁନଥାଏ। କାରଣ ଥିଲା ସେ ଯାହା ସବୁ ଗୁଣ ଖୋଜୁଥିଲେ,ତାଙ୍କ ଘରର ବୋହୁ ହବା ପାଇଁ, ସେସବୁ ଗୁଣ ପାଉନଥିଲେ ସେହି ଝିଅମାନଙ୍କ ପାଖରେ।

କାହିଁକି ବା ଖୋଜିବେନି, ଗାଁରେ ତାଙ୍କର ଏକ ମାତ୍ର ପୁଅ ଯିଏ ଇଂଜିନିଅର ସେ ପୁଣି ସରକାରୀ ଚାକିରୀ କରିଛି, ମୋଟା ଅଙ୍କର ବେତନ ବି ପାଉଛି। ଛଅଟା ନାଈଁ କି ନଅଟା ନାହିଁ ଗୋଟିଏ ବୋଲି ପୁଅ। ଲେଙ୍କା ବାବୁଙ୍କ ସ୍ତ୍ରୀ ସାବିତ୍ରୀ ଦେବୀ ବି ଗର୍ବରେ ଫାଟିପଡନ୍ତି ସାହି ପଡ଼ିଶା ସ୍ତ୍ରୀ ଲୋକଙ୍କ ଆଗରେ। କଥା କଥାରେ ପୁଅକୁ ନେଇ ବହୁତ ଗର୍ବ ବି କରନ୍ତି। ତାଙ୍କ ପୁଅ ରାଜେନ୍ଦ୍ର ବି ସେମିତି ଥିଲା, ଆଜିକାଲି ଦୁନିଆରେ ଏମିତି ପୁଅ କୋଟିଏରେ ଗୋଟିଏ। ଯେ କୌଣସି ବାପା ମା ଗର୍ବ କରିବା ସ୍ୱାଭାବିକ। ସେ ଯାହା ହଉ କଥାରେ ଅଛି ପରା ଚାଖି ହଉଥାଏ ଯିଏ, ଶେଷେ ଚାଖଣା ଟିକେ ନପାଏ।

ଏମିତି ଖୋଜା ଖୋଜି କରୁଥାଆନ୍ତି ଲେଙ୍କା ବାବୁ, ଦିନେ ଅଫସିରୁ ରାଜେନ୍ଦ୍ର ଫୋନ କରି କୁହେ ବାପା ଆମ ଘରକୁ ସୁହାଇଲା ଭଳିଆ ବୋହୁ ମିଳିଯାଇଛି, ମୁଁ ସନ୍ଧ୍ୟାରେ ଘରକୁ ଗଲେ ସବୁ କହିବି। ଦିନ ଯାଇ ସନ୍ଧ୍ୟା ହେଲା ରାଜେନ୍ଦ୍ର ଆସି ଘରେ ପହଂଚି ଖୁସିରେ ଫାଟି ପଡୁଥାଏ। ପୁଅର ଏମିତି ଖୁସି ଦେଖି ଲେଙ୍କା ବାବୁ ଓ ତାଙ୍କ ସ୍ତ୍ରୀ ବି ବହୁତ ଖୁସି। କାହିଁକି ବା ନହେବେ, ତାଙ୍କର ଏକମାତ୍ର ପୁଅର ଖୁସିରେ ତ ତାଙ୍କର ଖୁସି। ଏମିତି ଆଗରୁ କେବେ ବି ରାଜେନ୍ଦ୍ରକୁ ଏତେ ଖୁସି ହବାର ସେମାନେ ଦେଖିନଥିଲେ। ଏହି ଭିତରେ ରାଜେନ୍ଦ୍ର ଫ୍ରେଶ ହୋଇ ଆସି ବସିଯାଏ ତାର ବାପା ମାଆଙ୍କ ପାଖେ ଆଉ କହିବାକୁ ଲାଗେ ସବୁ କଥା।

ରାଜେନ୍ଦ୍ର: ଆଜି ଅଫସିରେ ବସିଥିବା ସମୟରେ ମୁଁ ମୋ ମାଟ୍ରିମୋନି ଆକାଉଣ୍ଟ ଖୋଲି ଏମିତି ଦେଖୁଥାଏ, ହଠାତ ଦେଖିଲି ସେଇ ଝିଅର ଆକାଉଣ୍ଟ, ତାପରେ ତାର ପ୍ରୋଫାଇଲ ଖୋଲି ଦେଖିଲି, ବହୁତ ବଢିଆ ଲାଗିଲା ଦେଖିବାକୁ ବି ପୁରା ସୁନ୍ଦରୀ, ତାସହିତ ଏମ.ଟେକ. ବି କରିଛି। ତାର ବାପା ଜଣେ ଆର୍ମି ରିଟାୟାର୍ଡ ଅଫିସର। ଆଉ ଗୋଟେ କଥା ହେଲା କି ସେ ଚାକିରୀ କରିବାକୁ ଚାହୁଁନି, ସେ ତା ବାପାଙ୍କର ଗୋଟିଏ ବୋଲି ଝିଅ, ଧନ ସମ୍ପତ୍ତି ବି ବହୁତ ମିଳିବ, ହଁ ତାର ରୋଷେଇ କରିବାରେ ବହୁତ ସଉକ ଅଛି।ଆମର ଆଉ କଣ ଦରକାର ଯେ ତୁମେ ତ ଯାହା ଯାହା ଚାହୁଁଥିଲ ସବୁକିଛି ସେଥିରେ ସେ ଲେଖିଛି।

ଲେଙ୍କା ବାବୁ: ହଉ ହେଲା, କିନ୍ତୁ ତାସହ କଥା ହେଇଛୁ କି ନାହିଁ, ଆଉ ତାର ନାମ କଣ?

ରାଜେନ୍ଦ୍ର: ହଁ ବାପା, କଥା ହେଇଛି, ତାର କଣ୍ଠ ଓ କଥାରୁ ତ ଲାଗୁଥିଲା ବହୁତ ସରଳ ଆଉ ସୁଶୀଳ ହୋଇଥିବ। ତାର ନାମ ହେଲା ଶ୍ରଦ୍ଧା ସାମଲ।ଆମେ ପାଖା ପାଖି ୨ଘଣ୍ଟା କଥା ହେଲୁ, ସେ ବି ମୋ ବିଷୟରେ ସବୁ କିଛି ପଚାରି ବୁଝିଲା,ମତେ ଲାଗୁଛି ସେ ବି ରାଜି ଅଛି, ଖାଲି ଯାହା ତାଙ୍କ ଘରେ କହି ସବୁକିଛି ଠିକ କରିବା କଥା।

ଲେଙ୍କା ବାବୁ: ହଉ କାଲିକୁ ବୁଝିବା, ଯାହା ହଉ ଏତେଦିନ ପରେ ତୋ ମନ ପସନ୍ଦର ଝିଅଟିଏ ମିଳିଗଲା, ଆମ ଘରକୁ ଯିଏ ସମ୍ଭାଳି ପାରିବ।

ରାଜେନ୍ଦ୍ର: ହଁ ବାପା ଲେଟ ହଉ ପଛେ ଠାକୁର ଆମ କଥା ଶୁଣିଲେ।

ସାବିତ୍ରୀ ଦେବୀ: ଆରେ ଦେଖା ନାହିଁ, ଜଣା ନାହିଁ ଖାଲି ଫୋନରେ କଥା ହୋଇ ସବୁ ଜାଣିଗଲୁ?

ରାଜେନ୍ଦ୍ର: ଆଲୋ ବୋଉ ତୁ ବୁଝିପାରୁନୁ, ଆଜିକାଲି ଦୁନିଆରେ ଏମିତି ହିଁ ବିବାହ ହଉଛି, ଏ ମଧ୍ୟସ୍ତିମାନେ ଖାଲି ଲୁଟି ଜାଣନ୍ତି, ଆଉ କିଛି ନୁହଁ, ତୁ ଦେଖୁନୁ ୨ବର୍ଷ ହେଲାଣି ଆମ ଘରକୁ ଫିଟ ହେଲା ଭଳିଆ ଝିଅଟେ ଖୋଜିଦେଇ ପାରିଲେ କି? ଏ ୨ବର୍ଷରେ କେତେ ଟଙ୍କା ଆମଠୁ ଲୁଟିଲେଣି କହିଲୁ।

ସବିତ୍ରୀଦେବୀ: ହଉ ଯାହା ବି କରୁଛ ବୁଝି ବିଚାରି କର ହେଲା।

ଲେଙ୍କା ବାବୁ: ହଁ ହେଲା ,ତମେ ଚାଲିଲ ଖାଇବାକୁ ଦବ,ଭୋକ ଜୋରରେ ହେଲାଣି।

ସବିତ୍ରୀଦେବୀ: ଏବେ ତ ବୋହୁ ହାତ ପରସା ଖାଇବାକୁ ମିଳିବ ଆଗକୁ ଆଉ କଣ ।

ରାଜେନ୍ଦ୍ର: ହଉ ହଉ ବୋଉ ତୁ ଚାଲିଲୁ ଆଗେ ଖାଇବାକୁ ଦବୁ, ବୋହୁ ଆସିଲେ ସେ ପରେ ଦବ ଖାଇବାକୁ, ତୁ ବିଶ୍ରାମ କରିବୁ ସେତେବେଳେ।

ତାପରେ ସମସ୍ତେ ଖାଇପିଇ ଶୋଇଯାନ୍ତି। ଏମିତି କିଛିଦିନ ଭିତରେ ଲେଙ୍କାବାବୁ ସବୁ ବୁଝାବୁଝି କରି,ସେଇଠି ବିବାହ ଠିକ କରିଦିଅନ୍ତି, ଏହାର କିଛିଦିନ ଭିତରେ ଉଭୟଙ୍କ ଶୁଭପରିଣୟ ହୋଇଯାଏ। ପ୍ରଥମେ ପ୍ରଥମେ କିଛି ଦିନ ଠିକ ଠାକ ଚାଲିଲା, ଯେମିତି ଲେଙ୍କାବାବୁଙ୍କ ପରିବାର ଚାହୁଁଥିଲେ, ହେଲେ ବି ସେଥିରେ କିଛି ବ୍ୟତିକ୍ରମ ଥିଲା, ଯାହା ସବିତ୍ରୀଦେବୀ ଚାହିଁଥିଲେ ସମ୍ଭାଳି ପରିଥାନ୍ତେ, କିନ୍ତୁ ସେ ପ୍ରତି ଛୋଟ ଛୋଟ ଭୁଲକୁ ଧରି ବୋହୂକୁ କିଛି ନା କିଛି ଶୁଣାନ୍ତି। ଶ୍ରଦ୍ଧା ନୂଆ ନୂଆ ବୋହୁ ହୋଇ ଆସିଥିବାରୁ କିଛି କହୁନଥାଏ, ହେଲେ ମନେ ମନେ ରଗୁଥାଏ ଆଉ କହୁଥାଏ ରହଲୋ ବୁଢ଼ୀ ଟିକେ ଅପେକ୍ଷା କରେ ଏ ଶ୍ରଦ୍ଧା କଣ ଚିଜ଼ ବହୁତ ଜଲ୍ଦି ବୁଝିଯିବୁ। ଜିନ୍ସ ପିନ୍ଧି ନୂଆ ନୂଆ ବୟ ଫ୍ରେଣ୍ଡ ଧରି ପାର୍ଟି ଆଟେଣ୍ଡ କରୁଥିବା ଝିଅକୁ ତୁ ଧମକୋଉଛୁ, ବହୁତ ଜଲଦି ଏହାର ଉତ୍ତର ପାଇଯିବୁ।

ଧୀରେ ଧୀରେ ଶ୍ରଦ୍ଧା ତାର ପ୍ରକୃତିରେ ଜାଣିଶୁଣି ପରିବର୍ତ୍ତନ କରେ ଓ ତାର ପୁରୁଣା, କଲେଜ ପଢିବା ବେଳର ରଙ୍ଗ ଦେଖେଇବା ଆରମ୍ଭ କରେ,ସାବିତ୍ରୀଦେବୀ ପୁଅ ରାଜେନ୍ଦ୍ରକୁ ବି ସେ ବିଷୟରେ କୁହନ୍ତି, ହେଲେ ରାଜେନ୍ଦ୍ର ହାଲକା ଭାବେ ସେ କଥାକୁ ଗ୍ରହଣ କରେ, ଏମିତି ଭାବେ କିଛି ଦିନ ବିତିଯାଏ। ଶ୍ରଦ୍ଧା ତାର ପ୍ରକୃତି ଦିନକୁ ଦିନ ଖୁଲମ ଖୁଲା ଦେଖେଇବାକୁ ଲାଗେ, ଯେମିତିକି ଘରେ ଛୋଟ ଛୋଟ ଡ୍ରେସ ପିନ୍ଧିବା, ଜୋରରେ ସାଉଣ୍ଡ ଦେଇ ଟିଭିରେ ଲଂଗଳା ନାଚ ଦେଖିବା, ତାସହିତ ଘରଭିତରେ କବାଟ ଦେଇ ଡାନ୍ସ କରିବା,ଫୋନରେ ଘଣ୍ଟା ଘଣ୍ଟା ଗପିବା, କାହାରିକୁ କିଛି ନକହି ବଜ଼ାର ବୁଲିବା,ଡେରିରେ ଘରକୁ ଫେରିବା ଇତ୍ୟାଦି।ଆଉ ଯଦି ତାକୁ କେହି କିଛି ସେ ବିଷୟରେ ପଚାରନ୍ତି, ସେ ସବୁ କଥାରେ ପୋଲିସର ଡର ଦେଖେଇ ଧମକାଏ, କୁହେ ମିଛ କେସରେ ଫସେଇ ଭିତରେ ପୁରେଇଦେବୀ। ସେମାନେ ବି ଡରରେ ଓ ଲୋକ ଲଜ୍ୟାରେ କିଛି କୁହନ୍ତିନି। ଏମିତି ନୀତିଦିନ ଘରେ ଚାଲେ, ବାହାର ଲୋକ ବି ତାଙ୍କ ଘର ବିଷୟରେ ଟୁପୁର ଟାପର ହୁଅନ୍ତି ଏମିତି ସବୁଦିନ ବୋହୂର ଅତ୍ୟାଚାରରେ ବ୍ୟତିବ୍ୟସ୍ତ ହୋଇପଡନ୍ତି ସାବିତ୍ରୀଦେବୀ।

ସେଦିନ ମାଣବସା ଗୁରୁବାର ଥାଏ, ସାବିତ୍ରୀଦେବୀ ସକାଳୁ ଉଠି ବାସି କାମ କରୁଥାନ୍ତି, ହେଲେ ଶ୍ରଦ୍ଧା ସେମିତି ଶୋଇରହିଥାଏ। ସାବିତ୍ରୀଦେବୀ ଯାଇ ଡାକନ୍ତି ବୋହୂକୁ,

ସାବିତ୍ରୀଦେବୀ: ଶ୍ରଦ୍ଧା ଏତେବେଳ ଯାଏଁ ଶୋଇଛୁ କଣ? ଆଜି ପରା ମାଣବସା ଗୁରୁବାର ଜଲ୍ଦି ଉଠ, ଉଠିଲେ ପୁଣି ତୁ ଆଜି ପ୍ରଥମ ଥର ଘରେ ମାଣ ବସେଇବୁ।

ଶ୍ରଦ୍ଧା: ବୋଉ ତମେ ବସେଇଦିଅ, ମୁଁ ଆରବର୍ଷ ଦେଖିବି, ଏବେ ମୋ ପାଇଁ ଚା କପ ଟେ ନେଇକି ଆସିଲ।

ସାବିତ୍ରୀଦେବୀ: ରାଗିକି କୁହନ୍ତି, ଜଲ୍ଦି ଉଠିକି ଆସେ, ଏଣେ ବହୁତ କାମ ଅଛି।

ଶ୍ରଦ୍ଧା: କହିଲି ପା ଚା ନେଇକି ଆସ, ମୋ ଥକାପଣ,ଅଳସ ଛାଡୁ ଆଗେ।

ସାବିତ୍ରୀଦେବୀ: ତୁ ରାତିରେ କଣ ଶୋଇନଥିଲୁ କି? ତୋର ନିଦ ଏତେବେଳ ଯାଏଁ ଭାଙ୍ଗୁନି କି ଅଳସ ଛାଡିନି ।

ଶ୍ରଦ୍ଧା:ରାତିରେ କଣ ପାଇଁ ଶୋଇନି ଏବେ ଲେଟ କଣ ପାଇଁ ହଉଛି, ଯାଇକି ତୁମ ପୁଅକୁ ପଚାର, ସେ ବୁଝରିଦେବେ ଭଲରେ ବୁଝିଲ।

ସାବିତ୍ରୀଦେବୀ:କେଡେ ବେସରମ,ଅଲାଜୁକି ଝିଅଟେ କିଲୋ ତୁ।

ଶ୍ରଦ୍ଧା: ହଉ ଆଉ ବେସି ଗପନି, ଜଲ୍ଦି ଚା କରିକି ନେଇଆସ, ନହେଲେ ଆହୁରି ଉଠିବାରେ ଲେଟ ହବ।

ସାବିତ୍ରୀଦେବୀ ରାଗନ୍ତି ଆଉ ମନଦୁଃଖ ବି କରନ୍ତି, ଆଉ ମନେ ମନେ କୁହନ୍ତି ଆଜି ରାଜେନ୍ଦ୍ର ଆସୁ ତୋ କଥା ବୁଝିବାକୁ ପଡିବ କିଛି ନକହିଲାରୁ ତାର ମୁହଁ ଦିନକୁ ଦିନ ବଢ଼ିବାରେ ଲାଗିଛି, ଆଜି ତୋର ଦିନେକୁ ମୋର ଦିନେ।ଏମିତି ଭାବି ଭାବି ସବୁ କାମ କରନ୍ତି। ଆଉ ରାଜେନ୍ଦ୍ରକୁ ବି କିଛି କହିପାରନ୍ତିନି,କାହିଁକି ନା ପୁଅକୁ କହିଲେ କାଳେ ଝଗଡା ହେବ ଘରେ ଅଯଥା ଅଶାନ୍ତି ସୃଷ୍ଟି ହେବ, ତେଣୁ ସେ ତାଙ୍କ ପୁଅର ଖୁସି ଛଡେଇନେବାକୁ ଚାହୁଁନଥିଲେ। ଏହି ଭିତରେ ଗୋଟେ ବର୍ଷ ସେମିତି ବିତିଯାଏ। ଶ୍ରଦ୍ଧା ଗର୍ଭବତୀ ହୁଏ, ସାବିତ୍ରୀ ଦେବୀ ଏ ଖବର ଶୁଣି ବହୁତ ଖୁସି ହୁଅନ୍ତି, ଏବେ କିନ୍ତୁ ଶ୍ରଦ୍ଧାକୁ ଚହଲିଲା ପାଣିକୁ ଗୋଡ ବଢ଼େଇବାକୁ ଦେଉନଥିଲେ, କାହିଁକି ନା ତାଙ୍କ ଘରକୁ ତାଙ୍କ ଉତ୍ତରାଧିକାରୀ ଆସିବାକୁଥିଲା। ଶ୍ରଦ୍ଧା ବି ମନେ ମନେ ଭାବେ ଏମିତି ଗର୍ଭବତୀ ହେଇକି ସବୁବେଳେ ହେଲେ ରହିଥାନ୍ତି।

କିଛିଦିନ ପରେ ଶ୍ରଦ୍ଧାର ହଠାତ ଦେହ ଖରାପ ହୋଇଯାଏ, ତା ସହିତ ଅସହ୍ୟ ଗର୍ଭଯନ୍ତ୍ରଣା ବି ହୁଏ। ତେଣୁ ବାଧ୍ୟ ହୋଇ ରାଜେନ୍ଦ୍ର ସେଦିନ ରାତିରେ ଭୁବନେଶ୍ୱରର ସମ ହସ୍ପିଟାଲରେ ଶ୍ରଦ୍ଧାକୁ ନେଇ ଆଡ଼ମିଟ କରାଏ, ପ୍ରତିଟି ମୁହୂର୍ତ୍ତରେ ଶ୍ରଦ୍ଧାର ପାଖେ ପାଖେ ଥାଆନ୍ତି ସାବିତ୍ରୀଦେବୀ। ନର୍ମାଲ ଡେଲିଭରି ନହେବାରୁ ଡାକ୍ତର ବାଧ୍ୟ ହୋଇ ସିଜରିୟାନ କରି ଡେଲିଭରି କରନ୍ତି ଓ ଏକ ପୁତ୍ର ସନ୍ତାନ ଜନ୍ମ ହୁଏ।ଛୁଆ ସିନା ଭଲରେ ଭଲରେ ଜନ୍ମ ହୋଇଯାଏ, ହେଲେ ଶ୍ରଦ୍ଧାର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗେ। ବଞ୍ଚିବାର ଆଶା କ୍ଷୀଣ ଥାଏ, ସାବିତ୍ରୀଦେବୀ ସେମିତି ତାର ପାଖେ ପାଖେ ରହି ସେବା କରୁଥାନ୍ତି, ତାର ଖାଇବା, ପିଇବା, ଗାଧୁଆ, ଦାନ୍ତ ଘସା, ଝାଡା, ପରିସ୍ରା ତାସହ ଛୋଟ ଛୁଆର କଥା ବୁଝିବା ଇତ୍ୟାଦି ସବୁକିଛି କରନ୍ତି। ରାଜେନ୍ଦ୍ର ପୁତ୍ର ସନ୍ତାନ ହେବା ସହ ପିତା ହୋଇ ଖୁସି ହବ ନା ଶ୍ରଦ୍ଧାର ସ୍ୱାସ୍ଥ୍ୟ ବିଗୁଡୁ ଥିବାରୁ ଦୁଃଖୀ ହବ କିଛି ବୁଝିପାରୁନଥାଏ। ଇତିମଧ୍ୟରେ ଶ୍ରଦ୍ଧା ଭଗବାନଙ୍କ ଦୟାରୁ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗେ। କିଛିଦିନ ପରେ ଶ୍ରଦ୍ଧା ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଆସେ।

ଘରକୁ ଫେରିଲା ପରେ ସମସ୍ତେ ଦେଖନ୍ତି ଏକ ଭିନ୍ନ ଶ୍ରଦ୍ଧାକୁ, ସମସ୍ତେ ଉଠିବା ଆଗରୁ, ନିଜେ ଉଠି ଘରର ସବୁ କାମ ଶେଷ କରିଦେଇ, ଛୁଆ କଥା ବୁଝେ, ରୋଷେଇ ବାସ ଠୁ ଆରମ୍ଭ କରି ସବୁକିଛି ସେ କରୁଥାଏ। ସମସ୍ତେ ଏସବୁ ଦେଖି ବହୁତ ଖୁସି ହୁଅନ୍ତି। ଶ୍ରଦ୍ଧା ବି ତାର ଭୁଲ ବୁଝିପାରେ ଆଉ ସାବିତ୍ରୀଦେବୀଙ୍କୁ କ୍ଷମା ମାଗେ, ଆଉ ଆଗକୁ ସେମିତି ଭୁଲ ନକରିବା ପାଇଁ କଥା ଦିଏ। ସାବିତ୍ରୀଦେବୀ ବି କ୍ଷମା କରିଦିଅନ୍ତି। ଏମିତି ଭାବେ ତାଙ୍କର ହସ ଖୁସିର ସଂସାର ଆଗକୁ ଗଡିଚାଲେ।



Rate this content
Log in