Puspita Bhuyan

Others

3  

Puspita Bhuyan

Others

ମା'ର ପଣତକାନି

ମା'ର ପଣତକାନି

3 mins
1.3K


କାନି

ମା ର ପଣତ କାନି.....

ମା ର ପଣତ କାନି ର ମୂଲ୍ୟ ସଂସାର ରେ କାହା ସହିତ ତୁଳନା କରାଯାଇ ନ ପାରେ। ପିଲାର ଆଖିରେ ଲୁହ ଦେଖିଲେ ମା ତା ପଣତ କାନିରେ ପୋଛି ଦିଏ । ପିଲାର ଧୂଳିଧୁସର ଦେହକୁ ମା ତା କାନିରେ ପୋଛି ଦେଇ କୋଳକୁ ଆଉଜାଇ ନିଏ। ମା ର ପଣତ କାନି ରେ ମୁଣ୍ଡ ରଖି ସନ୍ତାନ ଶାନ୍ତିରେ ଶୋଇଯାଏ। ସେ ଜନ୍ମଦାତ୍ରୀ ,ସେ ପାଳନ କାରି, ସେ ରକ୍ଷା କାରି। ସନ୍ତାନର ଆଖିରେ ଟୋପାଏ ଲୁହ ଦେଖିଲେ ତାର ଅନ୍ତର କାନ୍ଦିଉଠେ । ନିଜେ ଓପାଷ ରହି ଛୁଆ ମୁହଁ ରେ ଦାନାଦିଏ । ପିଲା ର ସବୁ ସମସ୍ୟା ଆଗରେ ପାଚିରି ହୋଇ ଛିଡା ହୁଏ ।

ଏକୁଟିଆ ରହୁଥିବା ବାସନ୍ତୀ ଆଜି ପରିଣତ ବୟସରେ ଉପନୀତ ହୋଇଥିଲେ ମଧ୍ୟ ଏବେବି ତା ପୁଅ ବୋହୂଙ୍କ ଉପରେ ଆଶା ଓ ଭରସା ରଖିଛି। ତା ମତରେ ଗୋଡ଼ ହାତ ଚାଲୁ ଥିବା ଯାଏ ସେ କାହିଁକି ପିଲାଙ୍କୁ ହଇରାଣ କରିବ । ଯେତେ ବେଳେ ସେ ଆଉ ଉଠି ବସି ପାରିବନି ସେତେ ବେଳେ ତା ପୁଅ ନିଶ୍ଚୟ ଆସି ତାକୁ ତା ପାଖକୁ ନେଇ ଯିବି ।

ସ୍ୱାମୀ ଗଲା ଦିନରୁ ବହୁତ ଅଭାବ ଅନାଟନ ଭିତରେ ସେ ପୁଅକୁ ପାଳି ପୋଷି ବଡ କରିଛି । ହାତକୁ ଦୁଇ ହାତ କରିଛି । ପର ଘର ପାଇଟି କରି ସେ ତା ପିଲାର ଯତ୍ନ ନେଇଛି , ତାକୁ ଦୁଇ ଅକ୍ଷର ପାଠ ବି ପଢାଇଛି। ସେଥି ପାଇଁ ସେ ଗୋଟେ ଛୋଟ ମୋଟ ଚାକିରି କରିପାରିଛି । ତା ର ଏଇ ପଣତ କାନିରେ ପୁଅର ଧୂଳି ଧୂସର ଦେହ ଝାଡ଼ିଛି, ତାର ଝାଡା ପରିସ୍ରା ଏଇ ହାତରେ ସଫା କରିଛି, ଦେହ ଖରାପ ହେଲେ ରାତି ରାତି ଅନିଦ୍ରା ହୋଇ ପାଣି ପଟି ବଦଳାଇଛି, ଡାକ୍ତର ପାଖକୁ ନେଇ ଔଷଧ ଖୁଆଇଛି। ଆଜି ସିନା ପୁଅ ପାଖରେ ନାହିଁ , କାଲି ସେ ନିଶ୍ଚିତ ତାକୁ ନେବାକୁ ଆସିବ। ତା ମନର ଆଶା ପୂରଣ କରିବ। ସୁବିଧା ପାଇଁ ଅଫିସ୍ ପାଖରେ ଘର ନେଇ ରହୁଛି।

ମା ବୋଲି ତାର ସେବା ଶୁଶ୍ରୁଷା ନିଶ୍ଚୟ କରିବ। ପୁଅ ନା ରେ ପଦୁଟିଏ ଖରାପ ଶୁଣିବା ପାଇଁ ସେ ପ୍ରସ୍ତୁତ ନୁହଁ । ସେ ତାର ମା' ଅନ୍ତ ଫାଡ଼ି ତାକୁ ଜନମ ଦେଇଛି। ପିଲା ଦିନୁ ତାର କେତେ ଅଳି ଅର୍ଦ୍ଧଳି ସହିଛି । ସ୍ୱାମୀ ତାର ରୋଗରେ ପଡ଼ି ଆରପାରିକୁ ଚାଲି ଗଲେ ,ସେଥିରେ ସେ ଧୌର୍ଯହରା ନ ହୋଇ ପୁଅ ଆଗରେ ବାପା ମା ଉଭୟ ହୋଇ ଛିଡା ହୋଇଛି।

ଯେତେ ଦିନ ଯାଏ ତାର ଗୋଡ଼ ହାତ ଚାଲୁଛି , ସେ କାମ ଧନ୍ଦା କରି ପେଟ ପୋଷିବ । ରାତି ପହିଲେ ନିତ୍ୟ କର୍ମ ସାରି ଘର ଘର ବୁଲି ଶାଗ ବିକିବା ତାର କାମ। ସେ ଖଣ୍ଡ ମଣ୍ଡଳ ରେ ବାସନ୍ତୀ ଶାଗ ବାଲିର ଭାରି ଆଦର। ତାର ସରଳିଆ ସ୍ନେହ ଭରା ମିଠା ମିଠା କଥା ତା ଶାଗର ସ୍ୱାଦ ଦୁଇ ଗୁଣ ବଢ଼ାଇ ଦିଏ। ତେଣୁ ସମସ୍ତେ ତା ଆସିବା ବାଟକୁ ଚାହିଁ ରହି ଥାନ୍ତି। ଘରେ ଘରେ ସେ ପରିଚିତ।

ବସନ୍ତ ପଞ୍ଚମୀ ତିଥି ରେ ସେ ତା ମା ପେଟ ରୁ ଗୋଡ଼ ପଟୁ ଜନମ ହୋଇଥିଲା। ସେଥିପାଇଁ ତା ମା' ତା ନା' ରଖିଥିଲା ବାସନ୍ତୀ । ସମସ୍ତଙ୍କ ବିଶ୍ୱାସ ଏମିତି ଜନମ ହୋଇଥିବା ଲୋକ ର ହାତ ବାଜିଲେ ରକା ,ବିନ୍ଧା, ଦରଜ ସବୁ ଭଲ ହୋଇଯାଏ। ସେଥିପାଇଁ ବସ୍ତିରେ ଯାହାର ରକା ପଶେ ବିନ୍ଧା ଛିଟିକା ହୁଏ, ସମସ୍ତେ ତାକୁ ଖୋଜନ୍ତି । ଶାଗ ନେବା ବାବୁ ଘର ମାନେ ବି ଜାଣିଛନ୍ତି ତାର ଏଇ ଗୁଣ ଟିକୁ। ସେମାନେ ବି ବେଳେ ବେଳେ ଡାକନ୍ତି। ବାସନ୍ତୀ ଖୁସି ଖୁସି ଯାଇ ସମସ୍ତଙ୍କୁ ସ୍ନେହରେ ଆଉଁସି ଦିଏ। ତାର ଏଇ ମମତା ବୋଳା ସ୍ପର୍ଶରେ ସମସ୍ତଙ୍କ କଷ୍ଟ ଲାଘବ ହୁଏ ।

କଥା ଛଳରେ ତାକୁ ଯିଏ ତା ପୁଅ ବୋହୂ କଥା ପଚାରେ , ସିଏ ତା ସରଳିଆ ମନରେ ପୁଅ ବୋହୂଙ୍କର ପ୍ରଶଂସା କରେ ଓ ସମୟ ପଡିଲେ ସେମାନେ ତାକୁ ନିଶ୍ଚୟ ନେବାକୁ ଆସିବେ ବୋଲି କହେ ।

ସେ ପରା ମା ସେ କେମିତି ତା ପିଲା ନା ରେ ଖରାପ କରି କହିପାରିବ। ତା ବିରୁଦ୍ଧ ରେ ଅପଶବ୍ଦ ବ୍ୟବହାର କରି ପାରିବ। ମନର କୋହ କୁ ମନରେ ଚାପି ରଖି ପୁଅ , ବୋହୂ, ନାତି ନାତୁଣୀଙ୍କର ମଙ୍ଗଳ କାମନା କରି ଠାକୁରଙ୍କୁ ପ୍ରାର୍ଥନା କରେ। ତା ମନରେ ଛନ୍ଦ କପଟ ନଥାଏ। ତାର ବିଶ୍ୱାସ ଯାହାର ମା ଅଛି ସେ ଜଗତ ଜିତା। ତାର ପଣତ କାନି ସବୁ ବେଳେ ତା ପୁଅ କୁ ଦୁଃଖ ଦୁର୍ଦ୍ଦଶା ରୁ ଘଣ୍ଟ ଘୋଡେଇ ରଖିବ। ଆଉ ତାର ଆଖି ତା ପୁଅ ର ଫେରିବା ବାଟକୁ ଚାହିଁରହିଥିବ । ପୁଅ ନିଶ୍ଚୟ ଆସିବ।

..............................😒..............

ପୁଷ୍ପିତା ଭୂୟାଁ , ଜରିପଡା ,ପ୍ରତାପନଗରୀ ,କଟକ ।


Rate this content
Log in