STORYMIRROR

Binapani Pradhan

Others

3  

Binapani Pradhan

Others

ଝୁଣ୍ଟିଆ

ଝୁଣ୍ଟିଆ

2 mins
568


ଅଳଙ୍କାର ନାରୀକୁ କଣ ସତରେ ସୁନ୍ଦର କରିପାରେ।ଓଡିଆ ବାହାଘରରେ ଝୁଣ୍ଟିଆକୁ ବହୁତ ମହତ୍ତ୍ୱ ଦିଆଯାଏ।ମୁଁ ଯୋଉଦିନ ଶୁଣିଥିଲି ମୋ ଶାଶୁଘରେ ଝୁଣ୍ଟିଆ ପ୍ରଥା ପ୍ରଚଳିତ ନାହିଁ ବହୁତ ଖୁସି ହେଇଥିଲି ଭାବିଥିଲି ଏକରକମ ବେଡିରୁ ମୁକ୍ତି। କ୍ରମେ କ୍ରମେ କାହିଁକି କେଜାଣି ବୋଉର ଝୁଣ୍ଟିଆ ପ୍ରତି ମୋ ଆଗ୍ରହ ବଢି ବଢି ଚାଲିଲା।ମଣିଷ ପାଖରେ ଯାହା ନଥାଏ ମଣିଷ କଣ ତାରି ପଛରେ ଗୋଡାଏ! ପରେ ପରେ ମୋ ବୋଉ ପାଦଦୁଇଟି ଜଣେ ଦେବୀର ପାଦ ବୋଲି ଉପଲବଧି ହେଲା । ଦୁଇଟି ସୁନ୍ଦର ପାଦରେ ସେ ଝୁଣ୍ଟିଆ ଦୁଇଟି ଖୁବ୍ ମାନେ।ତା ପାଦରେ ହାତ ରଖିଲେ  ମନେହୁଏ ସତେ କି ଶାନ୍ତି ସେଠି।କିଛି ଆବିଳତା ନାହିଁ ସବୁ ଅସହାୟତା ଯେମିତି ଆପେ ଆପେ ମିଳେଇଯାଏ।


ସେଦିନ ପଡିଶା ଘର ମାଉସୀ ଆସି କହିଲେ ତୁମ ବୋଉଙ୍କ ଝୁଣ୍ଟିଆ ଦୁଇଟି ମୁଁ ନେବି ,ମା ମନାକରିବନି ମୋତେ, ତାଙ୍କ ଦେହରେ ଲକ୍ଷ୍ମୀ ଥିଲେ ,ସେ ଅହ୍ୟ ଡେଙ୍ଗୁରାରେ ମଶାଣିକୁ ଗଲେ। ମୋର ବି ସେହିତକ ସୁଖ ଦରକାର।

ଏଇ କି ସୁଖ । ମୃତ୍ଯୁ ବି କଣ ଏକ ସୁଖ ?ମଣିଷ କି ପ୍ରକାର ସୁଖର ପଛରେ ଧାବମାନ ।ସତରେ କଣ ଅହ୍ୟଡେଙ୍ଗୁରା ରେ ମଶାଣିକୁ ଗଲେ ସ୍ୱର୍ଗ ପ୍ରାପ୍ତ ହୁଏ। କି ପ୍ରକାର ମାନସିକତା ଇଏ!

ୁଁ ହସିଲି କହିଲି ମାଉସୀ ନେଇଯିବେ।ଏମିତି ରେ ବି ମଣିଷତ୍ୱ ଆଉ ସୁଖ କୁ ଚିହ୍ନିଲା ଭଳି ବ୍ୟକ୍ତିତ୍ୱ ଖୁବ୍ କମ୍ ଏ ସମାଜରେ ,ଆପଣ ଯଦି ନେବାକୁ ଚାହୁଁ ଛନ୍ତି ମୋ ବୋଉ ର ଝୁଣ୍ଟିଆ ଆପଣଙ୍କ ପାଖରେ ରହିବ ସ୍ମୃତି ସ୍ୱରୁପ।ମୁଁ ବା କାହିଁକି ମନା କରିବି।ପରିତ୍ୟକ୍ତ ହୋଇ ପଡିଥିବା ଜିନିଷଟି କେବଳ ଝୁରୁଥିବା ମଣିଷଟିଏ ପାଇଁ ସ୍ମୃତି ସାଜେ।ନଲୋଡିଲା ଲୋକଙ୍କ ପାଇଁ କେବଳ ଅଦରକାରୀ।


ମାଉସୀ ବହୁତ ଖୁସିରେ ସେଦିନ ବୋଉ ର ଝୁଣ୍ଟିଆ ନେଇଥିଲେ। ପାଖରେ ରଖି ବହୁତ ଖୁସି ହୋଇ କେତେ କଣ ମନେ ମନେ କହିଲେ। ସତେକି ହଜିଲା ଦରବ ପାଇଛନ୍ତି। କେତେକଣ ଆଶୀର୍ବାଦ କରିଗଲେ ଏକାଥରକେ।


ଭାଉଜ ଆରପଟୁ ବଖରାରୁ ପାଟିକରି କହୁଥାନ୍ତି , କିଏ ରଖିଥାନ୍ତା ସେ ପୁରୁଣା ହଳେ ଝୁଣ୍ଟିଆ ,ମୋର ସେସବୁ ରେ ବିଶ୍ୱାସ ନାହିଁ । ନେଇଗଲେ ଭଲ ହେଲା ,ନହେଲେ ଅଳିଆ ଗଦାରେ ଫୋଫଡା ହେଇଥାନ୍ତା।ମୋ ଆଖିରେ ବୋଉର ସୁନ୍ଦର ପାଦଟି ଲୁହ ଜଡସଡ ହୋଇ ଭାସିଯାଉଥିଲା।ମୋ ପାଦଟିରେ ଝୁଣ୍ଟିଆ ନଥାଇ ବି ବେଡି ପଡିଥିଲା।ମୁଁ ଆଉ ଜଣେ ଦେବୀଙ୍କୁ ମୋ ହାତରୁ ଝୁଣ୍ଟିଆ ନେବାର ଦେଖୁଥିଲି।ସନ୍ତକ ଝୁଣ୍ଟିଆ ସ୍ୱର୍ଗପ୍ରାପ୍ତିର ମାଧ୍ୟମ ସାଜି ସାରିଥିଲା।



Rate this content
Log in