STORYMIRROR

Subrat Kumar Muduli

Others

2  

Subrat Kumar Muduli

Others

ହାପି ଏଣ୍ଡିଙ୍ଗ୍

ହାପି ଏଣ୍ଡିଙ୍ଗ୍

1 min
14.6K


ବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ?

ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ ।

ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି ।

ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି

ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ ।

ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍