Binay Mohapatra

Others

3  

Binay Mohapatra

Others

ଘରର ଇଜ୍ଜତ

ଘରର ଇଜ୍ଜତ

2 mins
571


(ଆମ ସମ୍ବିଧାନ ନାରୀକୁ ସମାନ ଅଧୀକାର ଦେଲେ ବା ଲାଭ କଣ? ଆମେ ଆମ ପରିବାରରେ ଝିଅକୁ ପୁଅ ସହିତ ସମାନ ଅଧୀକାର ଦେବା ଏଯାଏ ଶିଖି ପାରିଲୁନି । ଗଳ୍ପରେ ପ୍ରେମକୁ ଏକ ଉଦାହରଣ ଭାବେ ନିଆ ଯାଇଛି, କିନ୍ତୁ ଝିଅଙ୍କୁ ଚାଲିବା, କଥା କହିବା, ପୋଷାକ ପିନ୍ଧିବା, ଖେଳକୁଦ୍ କରିବା ବା ପାଠ ପଢିବା ପାଇଁ ପୁଅଙ୍କ ସହିତ ସମାନ ଅଧିକାର ଦେଇ ପାରିଛୁ କି?)


ବୋଉ ବାପାଙ୍କୁ ଚୁପ କରି କହିଲା, ଜାଣିଚ, ତମ ପୁଅ ବଡପିଲା ହୋଇଗଲାଣି, ସେ ଆଜିକାଲି କୋଉ ଗୋଟେ ଝିଅକୁ ଭଲ ପାଉଛି, ପୁଅ ଆମର ପ୍ରେମ କଲାଣି । ବାପା ହୋ ହୋ ହୋଇ ହସି ଉଠିଲେ ଆଉ କହିଲେ, ହା, ହା, ହା ପୁଅ କାହାର?? ପୁଅ ମୋର ଯୁବକ ହୋଇ ଗଲାଣି କଲେଜରେ ପାଠ ପଢୁଛି ଏ ବୟସରେ ପ୍ରେମ କରିବନି ତ ଆଉ କଣ ବୁଢା ହେଲେ କରିବ? ଜାଣିଛ ମୁଁ କଲେଜ ପଢିଲା ବେଳେ ଦି ଦିଟା ଝିଅଙ୍କୁ ଏକା ସାଙ୍ଗରେ ଫସେଇ ରଖିଥିଲି । ବୋଉ ଟିକିଏ ଲାଜେଇ ଗଲା । ମୋତେ ଖୁସି ଲାଗିଲା, ମୋର ମନେହେଲା, ଯାହାହେଉ ବାପା ମୋର ଓପନ ମାଇଣ୍ଡେଡ ମଡର୍ଣ୍ଣ ବାପା ।


ଦିଦି ବି କଲେଜରେ ପଢେ, ବୋଉ ଦିନେ ପଢା ଟେବୁଲ ଝାଡୁ ଝାଡୁ ଦିଦିର କେମିଷ୍ଟ୍ରି ବହିରୁ କାହାର ଲଭଲେଟର ଦେଖିଦେଲା । ପୁରା ଘରକୁ କମ୍ପେଇ ମୁଣ୍ଡରେ ଉଠେଇ ନେଲା, ଦିଦିକୁ ଦି ଚାପୁଡା ମାରି ପଚାରିଲା କହ, କିଏ ସିଏ ଟୋକା? ତୋତେ କଲେଜ ପଠେଇ ଭୁଲ ହେଇଗଲା । ବାପାଙ୍କର ଇଜ୍ଜତ ମହତ ପଦାରେ ପକେଇଲଭଦେଲୁ ତୁ ଅଲାଜୁକି । ବାପା ଶୁଣିଲେ, ମୁଣ୍ଡରେ ହାତ ବାଡେଇ ଭାଗ୍ୟକୁ ବହେ ନିନ୍ଦିଲେ, କପାଳକୁ ଦୋଷ ଦେଲେ, ଯୁଗ କୁଆଡେ ଗଲା ବୋଲି ନିଜକୁ ନିଜେ ପଚାରି ହେଲେ । ଘରର ଇଜ୍ଜତ ଚାଲିଗଲା ବୋଲି କହିଲେ । ଝିଅ ଜନ୍ମ କରି ମନସ୍ତାପ କରୁଥିଲେ ।


ମନେ ମନେ ଭାବୁଥିଲି, କୁଆଡେ ଗଲେ ମୋର ସେଇ ଓପନ ମାଇଣ୍ଡେଡ୍ ମଡର୍ଣ୍ଣ ବାପା ? ମଣିଷ ଏପରି ଦୋହରା ମାନସିକତା କେମିତି ଦେଖାଇ ପାରନ୍ତି, ନିଜର ଜନ୍ମକଲା ପିଲାଙ୍କ ଭିତରେ ପ୍ରଭେଦ କରିପାରତି ? ପୁଅ ପ୍ରେମ କଲେ ଘରର ଇଜ୍ଜତ ବଢେ, ଆଉ ଝିଅ ପ୍ରେମ କଲେ ଘରର ଇଜ୍ଜତ ଚାଲିଯାଏ ?




Rate this content
Log in