Sunanda Mohanty

Others

3  

Sunanda Mohanty

Others

ଗାନ୍ଧୀ ବୁଢା

ଗାନ୍ଧୀ ବୁଢା

2 mins
131


•  

  ବଡ ପୁଅର ଝିଅ ନାମ ବାପା ବା ତା ଜେଜେ ରଖିଥିଲେ ସିଦ୍ଧି। ଆଉ ସମସ୍ତେ ବି ସେହି ନାମରେ ତାକୁ ଡାକୁଥିଲେ। ସାନପୁଅର ପୁଅଟିଏ ହେଲା ତ ବାପା, ତା ଜେଜେ ତା ନାମ ରଖିଥିଲେ ଗାନ୍ଧୀ ବୁଢ଼ା କିନ୍ତୁ କେହି ସେ ନାମରେ ଡାକୁନଥିଲେ ତାକୁ, କେବଳ ଡାକୁଥିଲା ତା ବୋଉ। ତା ଜନ୍ମ ବେଳେ ତା ଯତ୍ନ ଓ ହେପାଜତକୁ ଖୋଜି ଖୋଜି ମିଳିଥିବା ବୁଢ଼ୀକୁ ଗାନ୍ଧୀ ବୁଢ଼ା ବୋଉ ଡାକୁଥିଲା ଆଉ ମାମା ପାପ ଅଫିସ ଓ ବ୍ୟାଙ୍କ ଗଲାପରେ ବୋଉ ପାଖରେ ବଢୁଥିଲା ଗାନ୍ଧୀ ବୁଢ଼ା। ଖୁଆଇ, ଗାଧୋଇ, ପାଧେଇ, ବଡ କଳା ଟୋପାଟେ ଗାନ୍ଧୀ ବୁଢ଼ା ମୁଣ୍ଡରେ ଲଗେଇ ନଣ୍ଡେ ଛେପ ପକାଇ ଦେଉଥିଲା ଗାନ୍ଧୀ ବୁଢ଼ା ଉପରକୁ ବୁଢ଼ୀ ମାଉସୀ। ପ୍ରଥମେ ପ୍ରଥମେ କିଛି କହିବାକୁ ଯାଇ ମଧ୍ୟ କହିପାରନ୍ତି ନାହିଁ ପିତା ମାତା। ବୁଢ଼ୀ ଦିନେ ନରହିଲେ ନଚଳେ । ଏବେ କିନ୍ତୁ ସହି ହୁଏନାହିଁ। ସେଥିରେ ପିଲା ଦିନୁ ବୁଢୀ ପିନ୍ଧିଥିବା ଶାଢ଼ୀ ପଣତରେ ମୁହଁ ଘଷୁ ଘଷୁ ପାଟିରେ ପୁରେଇବା, ସେଥିରେ ବୁଢ଼ୀ ପୁଅର ମୁହଁ ପୋଛିବା ଦେଖି ସହି ହୁଏନି। ଯେତେ ସର୍ଫ ସାବୁନ ଦେଲେ ବି ମନ ମାନେନି। ଏବେ ପୁଅ ଠୁକୁ ଠୁକୁ ଚାଲିଲାଣି ଓ ବୋଉ ବୋଲି ଡାକିଲାଣି ବୁଢ଼ୀକି ତ ଗାନ୍ଧୀ ବୁଢ଼ାକୁ ମଇଳା ପଣତରେ ଘୋଡେ଼ଇ ପକାଇ ଗେଲ କରୁଥାଏ ବୁଢୀ ମାଉସୀ।

  ବାପା ଚାଲିଗଲେ। ଗାନ୍ଧୀ ବୁଢ଼ା ସହ ପାପା ମାମା ଓ ବୁଢ଼ୀ ମାଉସୀ ଆସିଲେ ପୁରୀ। ସବୁ କାମ ସାରି ଗଲାବେଳେ ସାନପୁଅ ବୋଉର ଦେଖାଶୁଣା ପାଇଁ ବୁଢ଼ୀ ମାଉସୀଙ୍କୁ ଛାଡ଼ି ଦେଇ ଯିବାକୁ ଚାହିଁଲେ ପୁରୀରେ। ଗାନ୍ଧୀ ବୁଢ଼ାକୁ ଛାଡି ବୋଉ ପାଖେ ରହିବାକୁ ଅନିଚ୍ଛୁକ ବୁଢ଼ୀ ମାଉସୀଙ୍କୁ ଜଗନ୍ନାଥଙ୍କ ଦର୍ଶନର ଲୋଭ ଦେଖାଇ ଗାଡ଼ିରେ ବସିବା ଦିନ ଗାନ୍ଧୀ ବୁଢ଼ାର ବୋଉ ପଣତ ଭିଡି କାନ୍ଦିବାର ଦୃଶ୍ୟ ଖାଲି ବୁଢ଼ୀ ମାଉସୀ କାହିଁକି, ସମସ୍ତଙ୍କୁ ଚକିତ ଓ ବିଚଳିତ କରିଥିଲା। ଗାନ୍ଧୀ ବୁଢ଼ା ଚାଲିଯିବା ପରେ ପୁରୀର ଜଗନ୍ନାଥଙ୍କ ଭିତରେ ବୁଢ଼ୀ ମାଉସୀ ଦେଖୁଥିଲେ ଗାନ୍ଧୀ ବୁଢ଼ାକୁ ତ ଗାନ୍ଧୀ ବୁଢା ବି ଖୋଜୁଥିଲା ବୋଉକୁ। ପୁଣି ସାନପୁଅର ବଦଳି, ବୁଢ଼ୀ ମାଉସୀଙ୍କୁ ଫେରେଇ ଆଣିଲା ଗାନ୍ଧୀ ବୁଢ଼ା ପାଖକୁ ବ୍ରହ୍ମପୁର। ବୋଉ ଓ ଗାନ୍ଧୀ ବୁଢ଼ା ପରସ୍ପରକୁ ପାଇ ଖୁବ ଖୁସି। ଏଥର ବୁଢୀ ମାଉସୀ କାନ୍ଧରେ ପଡ଼ିଥାଏ ବୋଉ ଦେଇଥିବା ଚାଦର, ଯୋଉଟା ପଣତର କାମ କରେ ବୁଢ଼ୀ କାନ୍ଧରେ ଥାଇ, ଗାନ୍ଧୀ ବୁଢ଼ା ସେବାରେ ଲାଗୁଥାଏ। ଗାନ୍ଧୀ ବୁଢ଼ା ଚନ୍ଦ୍ରକଳା ପରି ବଡ଼ ହେଉଥାଏ।

 ସବୁ ଅଳି, ଅର୍ଦ୍ଦଳି, ଅଝଟ ଗାନ୍ଧୀ ବୁଢ଼ାର, ତା ବୋଉ ପାଖରେ। ମାମା ଥିଲେ ନଥିଲେ ତାର ଯାଏ ଆସେନା। ବ୍ୟସ୍ତ ବିବ୍ରତ ମାଆ ମନ। ବୁଝାଇ ଦିଅନ୍ତି, ଆଉ କେତେ ଦିନ। ବୁଢ଼ୀ ଲୋକ। ତାଙ୍କ ଉପରେ ହିଂସା ରାଗ କରି ଲାଭ କଣ ଭାବିଲେବି କେମିତି କେମିତି ଲାଗେ ମାମାଙ୍କୁ, ଗାନ୍ଧୀ ବୁଢ଼ାର ମାଆଙ୍କୁ। ଏମିତିକି ପାପାଙ୍କ ପାଖକୁ ଗଲେ ବି ଗାନ୍ଧୀ ବୁଢ଼ା ରହେ ବୋଉ ପାଖରେ। ସତକୁ ସତ ବୁଢ଼ୀ ଦୁଇ ଚାରିଦିନ ବାଧିକା ପଡ଼ିବା ପରେ ଚାଲିଯିବ ବୋଲି କେହି ଭାବିନଥିଲେ। ଶବ ସହ ବୁଢ଼ୀଙ୍କର୍ ଯାବତୀୟ ଲୁଗା ପଟା ଦେଇ ଶୁଦ୍ଧି କ୍ରିୟା କରି ସାରିବା ପରେ, ଏ ଭିତରେ ବାର ବର୍ଷର ପୁଅକୁ ନିଜ କୋଳରେ ଶୁଆଇବାକୁ ଚେଷ୍ଟା କରି ପାରୁନଥିଲେ ମାଆ। ସେଦିନ ଖାଇସାରି ମୁହଁ ମାଡ଼ି ବୋଉ ଖଟରେ ବୋଉ ଚଦରରେ ଲୁହ ଗଡ଼ାଇ ଚାଲିଥିଲା ପୁଅ। ମାଆ ଯାଇ ଆସ୍ତେ ଚାଦର କାଢ଼ି ପୁଅକୁ ନିଜ ପାଖକୁ ଆଣିବା ବେଳେ ଭୋ ଭୋ କାନ୍ଦି ଉଠି, ପୁଅ କହିଥିଲା, ମତେ ଏଇଠି ବୋଉ ପାଖରେ ଶୋଇବାକୁ ଦିଅ ମାମା। ସେ ଚାଦର ଭିତରେ ମୋ ବୋଉ ଏବେ ବି ବଞ୍ଚିଛି ମାମା। ତାରି ଭିତରେ ବୋଉର ଅନୁଭବକୁ ଆଉ କିଛି ଦିନ ପାଇବାରୁ ବଞ୍ଚିତ କରନା ମୋତେ। ମାଆ ପୁଅ ଦୁହେଁ କାନ୍ଦୁଥିଲେ। ମୁଁ ଭାଉଜ ପିଠିରେ ହାତ ରଖିଥିଲି ସାନ୍ତ୍ୱନା ମୁଦ୍ରାରେ। ଆଉ କିଛି ଦିନ ଗାନ୍ଧୀ ବୁଢ଼ାକୁ ଏକୁଟିଆ ଛାଡି ଦେବାକୁ ଇଶାରା ଦେଉଥିଲି ମାତ୍ର।



Rate this content
Log in