ଦୀପକର ମ୍ୟାଜିକ୍ (ଭାଗ -୨୧)
ଦୀପକର ମ୍ୟାଜିକ୍ (ଭାଗ -୨୧)
ଫୋନ୍ ପାଇବା ପରେ ସମସ୍ତଙ୍କ ଘରୁ ପିତା ମାତା ଆସି ନିଜର ସନ୍ତାନଙ୍କୁ ନେଇ ଯାଇଥିଲେ , କିନ୍ତୁ ଯେଉଁ ଛାତ୍ରର ଦେହ ଅସୁସ୍ଥ ହେଇ ପଡ଼ିଥିଲା , ସେଇ ଛାତ୍ରର ପିତା ପ୍ରଧାନଶିକ୍ଷକଙ୍କୁ ଧନ୍ୟବାଦ୍ ଜଣାଇଥିଲେ , ଯେହେତୁ ଏତେ ଝଡିରେ ବି ସେ ନିଜର କର୍ତ୍ତବ୍ୟ ତୁଲେଇବାରେ ସଫଳ ଥିଲେ । ପ୍ରଧାନଶିକ୍ଷକ ଧନ୍ୟବାଦ୍ ର ଶ୍ରେୟକୁ ଦୀପକକୁ ଦେବାପାଇଁ କହିଥିଲେ , ଯେହେତୁ ସିଏ ହିଁ ଶେଷ ସମୟରେ ଇଞ୍ଜେକସନ ଆଣି ଉପସ୍ଥିତ ହେଇଥିଲା । ଯାହାକୁ ଶୁଣିବା ପରେ ସେଇ ଛାତ୍ରର ପିତା ବି ଦୀପକକୁ କୃତଜ୍ଞତା ଜଣେଇଥିଲେ ଆଉ କହିଥିଲେ ଧନ୍ୟ ତୁମର ପିତାମାତା ଯିଏକି ତୁମପରି ରତ୍ନ ଟିଏ ପାଇଛନ୍ତି । ଏତିକି ବେଳେ ଦୀପକର ମା ଆସି ସବୁକିଛି ଶୁଣିଥିଲେ , ଆଉ ନିଜର ପୁଅ ପାଇଁ ଗର୍ବ ଅନୁଭବ କରୁଥିଲେ ।
ପରେ ଦୀପକର ମା ଦୀପକକୁ ନେଇକି ବିଦ୍ୟାଳୟରୁ ଘରକୁ ବାହାରିଥିଲେ , ଏହିପରି ଭାବରେ ସମସ୍ତ ଛାତ୍ର ଛାତ୍ରୀ ନିଜର ପିତା ମାତାଙ୍କ ସହିତ ଧୀରେ ଧୀରେ ଘରକୁ ଫେରିଥିଲେ । ଦୀପକ ତା ମାଙ୍କୁ ନେଇକି ଯିବା ବାଟରେ ଆକାଶର ଗଛ ସବୁ ମାର୍ଗରେ ପଡ଼ି , ମାର୍ଗ ଅବରୋଧ ହେଇ ପଡ଼ିଥିଲା , ଝଡିର ପ୍ରକୋପ ଏମିତି ଥିଲା ଯେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଥିଲା । ମାର୍ଗ ଅବରୋଧ କାରଣରୁ ଉଭୟ ମା ଆଉ ପୁଅ ଦୀପକକୁ , ଆଗକୁ ଯାଇ ହେଇ ନଥିଲା । ତେଣୁ ଦୀପକ ଆଉ କାଳ ବିଳମ୍ୱ ନ କରି ନିଜର ଚମତ୍କାରୀ ବାକ୍ସ ସାହାଯ୍ୟରେ ଚେଷ୍ଟାରେ ଲାଗିଗଲେ ଗଛଗୁଡ଼ିକୁ ହଟେଇବା ସହିତ ପୁନଃସ୍ଥାପିତ ପାଇଁ ।
ଦୀପକ ବାକ୍ସ ସାହାଯ୍ୟରେ ପ୍ରାର୍ଥନା କରି ଏକ ସୁଗନ୍ଧଯୁକ୍ତ ଯାଦୁ ର ଜଳକୁ ହାସଲ କରିଥିଲେ ଯାହାର ଛିଞ୍ଚନରେ ଗଛ ଗୁଡ଼ିକ ରାସ୍ତାରୁ ହଟିଯାଇ ନିଜ ନିଜ ସ୍ଥାନରେ ପୁନଃସ୍ଥାପିତ ହେଇ ପାରିଥିଲା । ଯାହାକୁ ଦେଖିବା ପରେ ମା ଖୁବ୍ ଖୁସି ହେଇଗଲେ କିଛି ବ୍ୟବଧାନର ପଛରେ ସନ୍ନି ଆଉ ଟନି ସହିତ ତାଙ୍କ ମାତା ପିତା ମଧ୍ୟ ଆସୁଥିଲେ , ସେ ଏଇ ମାର୍ଗର ପରିବର୍ତ୍ତନ ଦେଖି ଆଶ୍ଚର୍ୟ୍ଯ ହେଇଥିଲେ , ଯାହାକୁ ନେଇ ସନ୍ନି କହିଥିଲା ଏଇଟା ହେଉଚି ସେଇ ଚମତ୍କାରୀ ରୋବର୍ଟ ର କମାଲ୍ । ଆମେ ସମସ୍ତେ ଯେବେ ଡାକ୍ତରଖାନା ଯିବା ପାଇଁ ବହୁ ବାଧା ବିଘ୍ନର ସମ୍ମୁଖୀନ ହେଇଥିଲୁ ସେତେବେଳେ ସେଇ ଚମତ୍କାରୀ ରୋବାର୍ଟ ଆମକୁ ସାହାଯ୍ୟ କରିଥିଲା , ଏବେ ସେ ହିଁ ପୁଣି ବୋଧେ ଏଇ ସଙ୍କଟରେ ସମସ୍ତଙ୍କୁ ସାହାଯ୍ୟ କରୁଚି ।
ଯାହାକୁ ଶୁଣିବା ପରେ ସନ୍ନି ଆଉ ଟନିର ମାତା ପିତା କହିଥିଲେ ବାଃ ସିଏ ନିଶ୍ଚିନ୍ତ ଆମ ପାଇଁ ଭଗବାନ୍ ଙ୍କ ଆଶିଷ ରୂପରେ ଆସିଚି । ନଚେତ୍ ଯେଉଁ ସଙ୍କଟ ସମୟରେ ନିଜ ଲୋକ ବି ହାତ ଛାଡ଼ି ଦେଉଛନ୍ତି , ସେ କେହି ନ ହେଇକି ବି , ବିନା କିଛି ସ୍ବାର୍ଥରେ ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇଛି । ସିଏ ତ ଆମ ପାଇଁ କୌଣସି ଭଗବାନ୍ ଠୁ ବି କିଛି କମ୍ ନୁହେଁ ଏସବୁ ଶୁଣିବା ପରେ ଟନି ମନରେ ଈର୍ଷା ଆସିଚି । କାରଣ ସେ ହେଉଚି ଜଣେ ଯିଏ କି ତାଙ୍କ ଭିତରେ ପ୍ରକୃତ ସତ କଥା କଣ ଜାଣିଛି । ସେ ଜାଣିଚି ଯେ ପ୍ରକୃତରେ ଏସବୁ ଦୀପକ ନିଜର ଯାଦୁ ସାହାଯ୍ୟରେ କରିଚି । ଏଥିରେ ଦୀପକ ଭଗବାନ୍ ଙ୍କ ଦରଜା କାହିଁକି ପାଇବ ? । ଯଦି ସେଇ ବାକ୍ସ ମୋ ପାଖରେ ଥାଆନ୍ତା ତେବେ ମୁଁ ବି ସବୁକିଛି କରି ପାରିଥାନ୍ତି । ତ ସେ ଏମିତି କଣ ଭିନ୍ନ କରୁଚି ଯେ ତାକୁ ଏତେ ପ୍ରଶଂସା ଆଉ ଶେଷରେ ଭଗବାନ୍ ଙ୍କ ସହିତ ତୁଳନା କରାଯିବ । ନା ମୁଁ ଏଇ ସତକଥା ବିଷୟରେ ପ୍ରଥମେ ସନ୍ନିକୁ ଜଣେଇବି । ଆମେ କାଇଦା କରି କୌଣସି ଉପାୟରେ ଦୀପକଠୁ ସେଇ ଶକ୍ତିପୂର୍ଣ୍ଣ ବାକ୍ସ କୁ ଛଡ଼ାଇ ଆଣିବୁ , ତେବେ ଯାଇ ଲୋକେ ସେ ଚମତ୍କାରିତାକୁ ନେଇକି ଆମକୁ ଭଗବାନ୍ ଭାବିନେବେ ଆଉ ଆମେ ଆମ ଘର ଲୋକଙ୍କ ଆଗରେ ବି ପ୍ରଶଂସାର ପାତ୍ର ହେଇ ପାରିବୁ ।
ଏତିକି ସଂପୂର୍ଣ୍ଣ ମାର୍ଗଯାକ ମନେ ମନେ ବିଚାର କରି ଶେଷରେ ଟନି ନିଜର ଘରକୁ ପ୍ରବେଶ କରିଥିଲା । ଆଉ ସନ୍ନି ମଧ୍ୟ ନିଜର ପିତାମାତାଙ୍କ ସହିତ ଘରକୁ ଅଗ୍ରସର ହେଇଥିଲା । ପରେ ସନ୍ଧ୍ୟାରେ ଉଭୟ ଯେତେବେଳେ ଏକାଠି ଖଟି କରୁଥିଲେ , ସେତେବେଳେ ସନ୍ନି ଟନିକୁ ସେଇ ଚମତ୍କାରିତା ବିଷୟରେ କହୁଥିଲା , ଆଉ ଏକଥା ଜଣାଉଥିଲା ଯେ ଯଦି ସେଇ ରୋବର୍ଟ ର ଶକ୍ତି ତାଙ୍କ ପାଖରେ ଆସିଯାଏ ତେବେ ସେ ବି ଚର୍ଚ୍ଚାରେ ରହିବେ । ଯାହାକୁ ଶୁଣି ଟନି କହିଲା , ସେ ଶକ୍ତି ଆମ ପାଖରେ ଆସିଯିବ । ତାକୁ ଆଣିବା ଆମ ପାଇଁ ବେଶୀ କାଠିକର ପାଠ ନୁହେଁ ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।
