STORYMIRROR

Jyotirmayee Panda

Children Stories Fantasy Children

3  

Jyotirmayee Panda

Children Stories Fantasy Children

ଦୀପକର ମ୍ୟାଜିକ୍ (ଭାଗ -୧୪)

ଦୀପକର ମ୍ୟାଜିକ୍ (ଭାଗ -୧୪)

3 mins
177

ସବୁକିଛି ଶୁଣିବା ପରେ ଦୀପକ କହିଲେ, ଭାଈ ମୁଁ ତ ନିଜେ ଛୋଟ ଛୁଆଟିଏ, ମୁଁ ବା ଆପଣଙ୍କୁ କି କ୍ଷମା ଦେବି। କିନ୍ତୁ ହଁ ମା କହୁଥିଲେ, ଯଦି ଜଣେ ସତରେ ତା ଭୁଲ୍ ପାଇଁ ପ୍ରାୟଶ୍ଚିତ ନିଆଁରେ ଜଳୁଛି ତେବେ ସେ ତାର ଭୁଲକୁ ନେଇକି କ୍ଷମା ପାଇ ସାରିଛି । କାରଣ ଭୁଲ୍ ସମସ୍ତଙ୍କ ଦ୍ଵାରା ହେଇଥାଏ, ହେଲେ ମହତ୍ ମଣିଷ ହେଉଚି ସେ ଯିଏ କି ନିଜର ଭୁଲକୁ ଭଲରେ ବୁଝିଥାଏ, ତାକୁ ସ୍ୱୀକାର କରିଥାଏ ଆଉ ତା ସହିତ ସେଇ ଭୁଲକୁ ଆଗକୁ ନ କରିବାର ଦୃଢ଼ ସଂକଳ୍ପ ନେଇ ଆଗକୁ ଆଗେଇ ଚାଲିଥାଏ । ଏବେ ମୋ ଜାଣିବାରେ ସେଇଟା ଭାଇ ଦୁହେଁ କରୁଛନ୍ତି, ଯଦି କରୁଛନ୍ତି ତେବେ ମା କହିବା ଅନୁସାରେ କ୍ଷମା ତ ମିଳି ହିଁ ଯାଇଚି ନା ଭାଇ, ତ ପୁଣି କ୍ଷମାର ପ୍ରଶ୍ନ ଉଠୁଛି ବା କୋଉଠୁ ?? 

ସନ୍ନି ଟନି ଦୁହେଁ ଦୀପକ ମୁହଁରୁ ଏମିତି ଶୁଣିବା ପରେ କହିଲେ, ଯଦି କ୍ଷମା ମିଳି ଯାଇଚି । ତେବେ କଣ ଆମେ ଆଜିଠୁ ସାଙ୍ଗ ହେଇ ରହି ପାରିବା, ଏକାଠି ବୁଲିବା, ଏକାଠି ଖେଳିବା ଆଉ ସବୁକିଛି ମିଳିମିଶି କରିବା । ଯଦି ଏହା ସମ୍ଭବ ଆଉ ତୁମେ ଆମକୁ ନିଜର ବନ୍ଧୁ ଭାବରେ ଗ୍ରହଣ କର ତେବେ ଯାଇକି ଆମେ ଭାବିନେବୁ ଯେ ପ୍ରକୃତରେ ଆମେ କ୍ଷମାର ପ୍ରାପ୍ତି ହେଇ ସାରିଛୁ । ଏସବୁ ଶୁଣିବା ପରେ ଦୀପକ କହିଛନ୍ତି ହଉ ତେବେ ଯଦି ଏଥିରେ ମୋର ଭାଇ ଦୁହେଁ ଖୁସି ହେବେ, ତାହାଲେ ସେଇଟା ହିଁ ହେଲା । ଆଜିଠୁ ଆମେ ସବୁ ବନ୍ଧୁ । 

ପରେ ସନ୍ନି ଟନି ଆଉ ଦୀପକ ଉଭୟ ଧୀରେ ଧୀରେ ଏକ ନିବିଡ଼ ବନ୍ଧନରେ ବାନ୍ଧି ହେଇଗଲେ, ଦୀପକ ବନ୍ଧନକୁ ହୃଦୟରୁ ନିଭୋଉ ଥିଲେ ସତ । କିନ୍ତୁ ସନ୍ନି ଆଉ ଟନି ଖଳ ପ୍ରକୃତିର ରହସ୍ୟକୁ ନିଜର ହୃଦୟରେ ସାଇତି ରଖି ଉପରେ ବନ୍ଧନକୁ ହୃଦୟରୁ ଗ୍ରହଣ କରିବାର ଅଭିନୟ ବେଶ୍ ସୁନ୍ଦର୍ ଭାବରେ ଦର୍ଶାଇ ଥିଲେ । ଯାହାକୁ କି ଦୀପକର ମା ମଧ୍ୟ ଟିକେ ବି ସନ୍ଦେହ କରି ପାରିନଥିଲେ । ଦୀପକର ମା ବରଂ ଆଶ୍ଚର୍ଯ୍ୟ ଥିଲେ ଯେ ସତରେ କେମିତି ସନ୍ନି ଆଉ ଟନି ନିଜର ମନ୍ଦ ପ୍ରବୃତ୍ତିରୁ ଦୂରେଇ ଜଣେ ଭଲ ପିଲା ହେବାର ପରିଚୟ ଦେଖାଇଲେ । ଆଉ ମନେ ମନେ କହୁଥିଲେ, ସେ ଯାହା ହେଉ ନା କାହିଁକି ଛୁଆ ଦୁଇଟି ଯେ ବାଟକୁ ଆସିଗଲେ ତାକୁ ଦେଖି ମୁଁ ବହୁତ୍ ଖୁସି । ଏମିତି ଏଇ ତିନିଜଣ ଭଲ ବନ୍ଧୁତା ସ୍ଥାପନ କରନ୍ତୁ, ଯେଉଁଠିକି ହିଂସା ରାଗ ଅହଙ୍କାର ଆଦି ସ୍ପର୍ଶ କରି ପାରିବ ନାହିଁ ।

ଏମିତି ଭାବରେ ଉଭୟଙ୍କର ବନ୍ଧୁତା ନିବିଡ଼ ହେବାରେ ଲାଗିଲା, ସମସ୍ତେ ନିଜର ସବୁକିଛି ଉଭୟଙ୍କ ନିକଟରେ କହିବାକୁ ଲାଗିଲେ, କାହା ପାଖରେ କିଛି ବି ଲୁଚା ଛପା ରହିଲା ନାହିଁ । ଉଭୟ ଉଭୟଙ୍କୁ ସବୁକିଛି ସତ ସତ କହିଦେଇଥିଲେ । ଏତେ ନିବିଡ ସମ୍ପର୍କ ପରେ ବି ଦୀପକ କିନ୍ତୁ ତାଙ୍କର ବାକ୍ସର ରହସ୍ୟ ସେଇ ଦୁହିଁଙ୍କୁ ଜଣେଇ ନଥିଲେ, ଯାହାକୁ ଅପେକ୍ଷା କରି କରି ଶେଷରେ ଦିନେ ସନ୍ନି ଆଉ ଟନି ଏକାଠି ଗୋଟେ ସ୍ଥାନରେ ବସି ଭାବୁଥିଲେ ଆଉ କୁହାକୁହି ହେଉଥିଲେ, ଆରେ ଆମେ ତ ସବୁକିଛି ରହସ୍ୟ ତା ସହିତ ଆଲୋଚନା କରିଛୁ କିନ୍ତୁ କାଇଁ ଆମେ ଏତେ ମାତ୍ରାରେ ତାର ନିକଟତର ହେଇବି ସେ ତ ଆମକୁ ନିଜର ଯାଦୁଶକ୍ତି ବିଷୟରେ କିଛି ବି କହିଲା ନାହିଁ ।

ତା'ମାନେ କଣ ସେ ଏବେ ଯାଏଁ ଆମକୁ ପ୍ରକୃତରେ ବନ୍ଧୁ ରୂପରେ ସ୍ୱୀକାର କରି ହିଁ ନାହିଁ । ଯଦି କରି ଥାଆନ୍ତା ତେବେ କଣ ସେ ଆମକୁ ସେଇ ଯାଦୁଶକ୍ତି ବିଷୟରେ ଅତି କମରେ କିଛି ତ କେବେ ଜଣେଇ ନ ଥାଆନ୍ତା, ଯଦି ଏବେ ଯାଏଁ ହିଁ ଜଣେଇ ନାହିଁ । ତାହାଲେ ସତ ତ ଏହା କି ସେ ଆମକୁ ନିଜର ବନ୍ଧୁ ରୂପରେ ସ୍ୱୀକାର ହିଁ କରି ନାହିଁ। ଆଜି ଆମେ ଦୁହେଁ ଏକ କାମ କରିବା, ଆମେ ଦୁହେଁ ଆମର ଗୋଡ଼କୁ ଜାଣି ଜାଣି ଖଣ୍ଡିଆ କରିବା, ପରେ କଷ୍ଟ ବହୁତ୍ ହେଉଚି ବୋଲି ଦୀପକ ଆଗରେ ଦେଖେଇ ହେବା । ତେବେ ଯଦି ସେ ଆମ ନିକଟରେ ନିଜର ଯାଦୁଶକ୍ତିକୁ ପ୍ରୟୋଗ କରେ, ତାହାଲେ ତାକୁ ଆଜି ପ୍ରଶ୍ନ ପଚାରି ପଚାରି ସବୁକିଛି ତଥ୍ୟକୁ ତାଠୁ ହାସଲ କରିନେବା ।

ହଁ ଏଇଟା ହିଁ ଠିକ୍ ରହିବ । ଦେଖିବା ସେ କେମିତି ଏବେ ଆମକୁ ନିଜର ଯାଦୁଶକ୍ତି ବିଷୟରେ ଜଣେଇବାରୁ ବଞ୍ଚିତ ରହିବ । 

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in