STORYMIRROR

Jyotirmayee Panda

Others

3  

Jyotirmayee Panda

Others

ବିଶ୍ଵାସର ମାହାତ୍ମ୍ୟ (ଭାଗ - ୬)

ବିଶ୍ଵାସର ମାହାତ୍ମ୍ୟ (ଭାଗ - ୬)

2 mins
139

ଏପଟେ ବାଦଲ ଡାଏରୀ ଲେଖିବାର ଏକ ଅଭ୍ୟସ୍ତରେ ପଡ଼ିଯାଇଥିଲେ ଏବଂ ସେ ତାଙ୍କ ଜୀବନର ପ୍ରତ୍ୟେକ ଘଟଣାକୁ ଡାଏରୀ ମାଧ୍ୟମରେ ରୂପ ଦେଉଥିଲେ | ଏହା କରିବା ଦ୍ୱାରା ସେ ନିଜ ହୃଦୟ ଏବଂ ମନରେ ବହୁତ ସନ୍ତୁଷ୍ଟତା ଭରି ଦେଉଥିଲେ | ବାସ୍ତବରେ, ଚାନ୍ଦନୀ ଏବଂ ଆକାଶଙ୍କ ବିବାହ ପରେ ସହରକୁ ଯାଇଥିବାରୁ ଡାଏରୀ ତାଙ୍କ ପାଇଁ ପ୍ରକୃତ ବନ୍ଧୁ ପରି ଥିଲା | କିଛି ମାସ ପରେ ବାଦଲ ନୂଆ ଚାକିରୀ ସହିତ ବଡ଼ ପଦବୀ ହାସଲ କଲେ । ଖୁସିରେ ଚିଠି ଗୋଟେ ଲେଖି ଡାକ ମାଧ୍ୟମରେ ସହରକୁ ଆକାଶ ଏବଂ ଚାନ୍ଦିନୀଙ୍କ ପାଖକୁ ପଠାଇ ବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ନିଜର ବିବେକ ସେଥିରେ ତାଙ୍କୁ ବାଧା ଦେଲା । ତାଙ୍କୁ ଲାଗିଲା ଯେ ଉଭୟଙ୍କ ସୁଖର ଜୀବନ ଭିତରେ ସେ ଧସେଇ ହେଇ ପଶିବାଟା ଠିକ୍ ନୁହେଁ । ତେଣୁ ସେ ଚିଠି ଗୋଟେ ବି ପଠେଇ ପାରି ନଥିଲେ ସତ ହେଲେ ମନର ସବୁ ଭାବନାକୁ ସେ ଲେଖା ମାଧ୍ୟମରେ ଡାଏରୀ ରେ ସାରା ଜୀବନ ପାଇଁ ସଜେଇ ରଖୁଥିଲେ ।

ପରେ ପରେ ଘରେ ବାଦଲଙ୍କ ବିବାହ କୁ ନେଇକି ପ୍ରଶ୍ନ ଉଠିଲା । ହଁ ଆଗରୁ ବି ଏ ପ୍ରଶ୍ନ ଉଠିଥିଲା । କିନ୍ତୁ ସେତେବେଳେ ସେ ଯେହେତୁ ଭଲ ଚାକିରୀ ହାସଲ କରି ନଥିଲେ , ତେଣୁ ସେ କଥାକୁ ଏ ଚାକିରୀ ମାଧ୍ୟମରେ ଚାପି ପାରୁଥିଲେ । କିନ୍ତୁ ଏବେ ତାଙ୍କ ପାଖରେ ଆଉ କୌଣସି ଜିନିଷର ଅଭାବ ନାହିଁ । ତେଣୁ କିଛି ବି ବାହାନା ତାଙ୍କ ପାଇଁ ବ୍ୟର୍ଥହୀନ ସାଦୃଶ୍ୟ ଥିଲା ।


ଧିରେ ଧିରେ ଘର ଲୋକଙ୍କ ନଜରରେ ସବୁ କିଛି ଧରା ପଡ଼ିବାରେ ଲାଗିଲା । ଘରୁ ବାହାର ଏମିତି ଆଖ ପାଖ ସମସ୍ତଙ୍କୁ ଶେଷରେ ଗାଁ ରେ କଥା ପଡିବାରେ ଲାଗିଲା । ସମସ୍ତେ ବାଦଲ ର ବନ୍ଧୁତା ଏବଂ ତ୍ୟାଗକୁ ନେଇ ତା'ର ପ୍ରଶଂସା କରିବାରେ ଲାଗିଲେ । ଯଦିଓ ଆକାଶର ଚାକିରୀ କୁ ନେଇ ଆକାଶ ଏବଂ ଚାନ୍ଦିନୀ ଦୁହେଁ ବିବାହ ପରେ ସହରରେ ରହୁଥିଲେ । ହେଲେ ତାଙ୍କର ପରିବାର ଲୋକେ ସେହି ଗାଁ ରେ ରହୁଥିଲେ , ତାଙ୍କ କାନରେ ଏ ସବୁ ପଡ଼ିବା ପରେ ସେ ମଧ୍ୟ ସବୁକିଛି କୁ ସକାରାତ୍ମକ ଦୃଷ୍ଟିରୁ ଦେଖି ଉଚିତ୍ ବିଚାର କରିଥିଲେ ଏବଂ ବାଦଲ କୁ ପୂର୍ବଠୁ ବି ଅଧିକ ନିଜର ଭାବି ଆପଣେଇ ନେଇଥିଲେ ।


ଏ ସବୁ ଭିତରେ ବାଦଲ ଅତ୍ୟନ୍ତ ଖୁସି ଥିଲା । କିନ୍ତୁ ସେ ଆଉ କାହାକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁ ନଥିଲା । ଏଇଟା ଦେଖି ଘରଲୋକେ ଆଉ ତାକୁ କୌଣସି ପ୍ରକାର ବାଧ୍ୟ ବାଧକତା ଭିତରେ ରଖିଲେ ନାହିଁ । ଏବଂ ସେ ନିଜର କାର୍ଯ୍ୟ ସହିତ ଗାଁ ଲୋକଙ୍କ ସେବାରେ ନିଜର ସମୟ ବିତେଇବାରେ ଲାଗିଲା । ସବୁ ଦିନ ସଂଧ୍ୟା ସମୟରେ ସେ ଚାଲିଯାଉଥିଲା ଋଷିଙ୍କ ମନ୍ଦିରକୁ ସେଇଠି ଯାଇ ସେ ମନ୍ଦିରର ମୂର୍ତ୍ତି ସାମ୍ନାରେ ଛିଡ଼ା ହୋଇ ବହୁତ୍ ପ୍ରଶ୍ନ ପଚାରି ଚାଲିଥିଲା । ଏବଂ ଶେଷରେ ଚୁପ୍ ଚାପ୍ କାନ୍ଦି ଆଖିର ଲୁହକୁ ଓଠରେ ପିଇ । ଛାତିର କୋହକୁ ଲୁଚେଇ ରଖି ପୁଣି ଘରକୁ ସାହସର ସହିତ ଏକ ଦୀର୍ଘ ନିଃଶ୍ୱାସ ନେଇ ସୁନ୍ଦର ହସ କୁ ଓଠରେ ସଜେଇ ଫେରି ଆସୁଥିଲା ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in