Jyotirmayee Panda

Others

3  

Jyotirmayee Panda

Others

ବିଶ୍ଵାସର ମାହାତ୍ମ୍ୟ (ଭାଗ - ୩)

ବିଶ୍ଵାସର ମାହାତ୍ମ୍ୟ (ଭାଗ - ୩)

2 mins
168


ହେଲେ ପ୍ରାର୍ଥନା କିମ୍ୱା ଯେତେ ଅର୍ଥ ବିନିଯୋଗ କଲେ ମଧ୍ୟ ଚାନ୍ଦିନୀର ଦେହ ପୂର୍ବପରି ସ୍ୱାଭାବିକ ହେଇ ପାରିଲା ନାହିଁ । ଦିନେ ବାଦଲ ଋଷିଙ୍କ ମନ୍ଦିର ଚାରିପଟେ ବୁଲୁଥିଲା ବେଳେ ହଠାତ୍ ପଛ ଭାଗରେ ଥିବା ପର୍ବତ ଆଡ଼କୁ ତା'ର ନଜର ପଡିଲା । ସେ ଭାବିଲା ସବୁ ଦିଗରୁ ଅସଫଳତା ମିଳିବା ପରେ ଏ ଗୋଟିଏ ଦିଗ ବାକି ରହି ଯାଇଛି । ମୁଁ ଶୁଣିଛି ଏହି ପର୍ବତ ଶିଖରରେ ଏକ ଧଳା ଫୁଲ ଯାହା ଋଷିଙ୍କୁ ଅର୍ପଣ କରି ନିଜର ଇଚ୍ଛା ଅନୁସାରେ କିଛିବି ମାଗି ପାରିବ , ଏବଂ ତାହା ନିଶ୍ଚିନ୍ତ ପୂରଣ ହେବ । ହଁ ଅବଶ୍ୟ ମାର୍ଗ ଟିକେ କଷ୍ଟକର , ତଥାପି ମୁଁ ଯିବି ଏବଂ ମୋର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ଚାନ୍ଦିନୀକୁ ବଞ୍ଚେଇବାକୁ ଚେଷ୍ଟା କରିବି । ସେ ବାହାରି ପଡ଼ିଲା ସେହି ଧଳା ଫୁଲର ସନ୍ଧାନରେ । ବହୁ ବିପଦର ସାମ୍ନା କରି କରି ଆଗକୁ ବଢ଼ି ଚାଲିଥାଏ । ପଡୁଥାଏ ଉଠୁଥାଏ ତଥାପି ହାର୍ ମାନୁ ନଥାଏ । ଗୋଟାଏ ଲକ୍ଷ୍ୟ ରଖିଥାଏ , ସେ ଫୁଲକୁ ଆଣିବି ଏବଂ ଋଷିଙ୍କୁ ଅର୍ପଣ କରି ଚାନ୍ଦିନୀର ଜୀବନ ଭିକ୍ଷା ମାଗିବି । ଶେଷରେ ସେ ନିଜର ଲକ୍ଷ୍ୟକୁ ହାସଲ କଲା । ଫୁଲକୁ ଆଣି ଋଷିଙ୍କୁ ଅର୍ପଣ କରି ନିଜର ଇଚ୍ଛା ପ୍ରକାଶ କଲା ।

ଏତେ ବିଳମ୍ୱ ପାଇଁ ତାକୁ ତାର ଅନ୍ୟ ବନ୍ଧୁ ଆକାଶ ଖୋଜି ଖୋଜି ଆସି ଦେଖେ ତ ସେ ଋଷିଙ୍କ ମନ୍ଦିରରେ । ଆକାଶ ପ୍ରଶ୍ନକଲା , ତୁ ସେତେବେଳଠୁ ଏଇଠି ଅଛୁ ତତେ ନ ପାଇ ତମ ଘରେ ବ୍ୟସ୍ତ ହେଲେଣି । ଏହା ଶୁଣି ବାଦଲ କହିଲା , ଠିକ୍ ଅଛି ମୁଁ ଆମ ଘରକୁ ଯାଉଛି ତୁ ଏ ପୂଜା ଫୁଲକୁ ଟିକେ ଚାନ୍ଦିନୀ ମୁଣ୍ଡରେ ଛୁଆଁଈ ଦେଇ ଆସେ । ଋଷିଙ୍କ କୃପା ହେଲେ ଚାନ୍ଦିନୀ ଠିକ୍ ହେଇଯିବ । ଏହା ଶୁଣି ଆକାଶ ୠଷିଙ୍କ ପ୍ରତିମୂର୍ତ୍ତିକୁ ପ୍ରଣାମ କରି , ବାଦଲ ହାତରୁ ଫୁଲ ନେଇ ଚାନ୍ଦିନୀ ପାଖକୁ ଯିବାକୁ ଲାଗିଲା । ଏବଂ ବାଦଲ ନିଜ ଘରକୁ ଚାଲିଗଲା।

ଫୁଲଟି ଚାନ୍ଦିନୀର ମସ୍ତକରେ ଲାଗିଲା ମାତ୍ରେ ହଠାତ୍ ଯେମିତି କିଛି ଚମତ୍କାର ଘଟିଗଲା । ଚାନ୍ଦିନୀ ଧୀରେ ଧୀରେ ନିଜର ଆଖି ଖୋଲିବାରେ ଲାଗିଲା । ଘରଲୋକ ଏହା ଦେଖି ଖୁସି ହେଇଗଲେ । ଚାନ୍ଦିନୀ ନିଜ ପାଖରେ ଆକାଶ ବସିଥିବାର ଏବଂ ମଥା ପାଖରେ ସେଇ ଧଳା ଫୁଲକୁ ଦେଖି ଏଇଟା ବୁଝିଗଲା ଯେ , ଆକାଶ ପାଇଁ ସେ ଗୋଟିଏ ନୂଆ ଜୀଵନ ପାଇଛି । ଆକାଶ ହିଁ ଏତେ କଷ୍ଟ କରି ସେ ଫୁଲକୁ ଆଣି ପୂଜା ଅର୍ଚ୍ଚନା କରି ଋଷିଙ୍କୁ ଅର୍ପଣ କରିଛନ୍ତି । ଯାହା ଫଳରେ ମୁଁ ଆଜି ସୁସ୍ଥ ହେଇ ପାରିଛି ।

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in