ବିଶ୍ଵାସର ମାହାତ୍ମ୍ୟ (ଭାଗ - ୧)
ବିଶ୍ଵାସର ମାହାତ୍ମ୍ୟ (ଭାଗ - ୧)
ପ୍ରେମ ଜଟିଳ, ଏବଂ ଆହୁରି ଜଟିଳ ବିଷୟ ହେଉଛି ସେହି ବ୍ୟକ୍ତିଙ୍କ ପ୍ରେମରେ ପଡ଼ିବା, ଯିଏ ଅନ୍ୟ କାହାକୁ ଭଲ ପାଉଛି, କେହି କେହି ଜାଣିଶୁଣି ଗୋଟିଏ ଗୋଟିଏ ସଂପର୍କ ଭିତରକୁ ଯାଆନ୍ତି ଏବଂ କିଛି ଅଜାଣତରେ ନିଜକୁ ଜଡିତ କରନ୍ତି । ଠିକ୍ ସେମିତି ଗୋଟିଏ କାହାଣୀ ହେଉଛି ମଧୁପୁର ଗ୍ରାମର।
ଥରେ, ମଧୁପୁର ଗାଁକୁ ଭୂତ ରାଜା ଏବଂ ତାଙ୍କର ମନ୍ଦ ଶକ୍ତି ଦ୍ୱାରା ଆକ୍ରମଣ କରାଯାଇଥିଲା । ଗ୍ରାମବାସୀମାନେ ସେମାନଙ୍କର ଶାନ୍ତି ହରାଇଲେ ଏବଂ ପ୍ରତିଦିନ ପ୍ରତ୍ୟେକେ ଭୂତ ରାଜାଙ୍କ ଦ୍ୱାରା ବଳି ଦିଆଯାଉଥିଲା। ତା’ପରେ ଗ୍ରାମବାସୀ ମାନେ ଅସ୍ତବ୍ୟସ୍ତ ହୋଇ ଯଜ୍ଞ ଆରମ୍ଭ କରିଥିଲେ। ପୂଜା ଅର୍ଚ୍ଚନା କରି ଭଗବାନ୍ ଙ୍କୁ ପ୍ରାର୍ଥନା କଲେ । ଭୂତ ରାଜା ହଠାତ୍ ଏହା ଜାଣି ପାରି ଯଜ୍ଞ ଭଙ୍ଗ କରିବାକୁ ଆସୁଥିବା ବେଳେ ଭଗବାନ୍ ସ୍ଵୟଂ ଗୋଟେ ଋଷି ରୂପ ଧାରଣ କରି ସମସ୍ତ ଗ୍ରାମବାସୀ ମାନଙ୍କୁ ରକ୍ଷା କରିଥିଲେ । ଋଷି ଯୁଦ୍ଧ କରିବାରେ ସଫଳ ହୋଇଥିଲେ ଏବଂ ତାଙ୍କର ସମସ୍ତ ମନ୍ଦ ଶକ୍ତି ଛଡ଼ାଇ ଭୂତ ରାଜାଙ୍କୁ ତଡ଼ି ଦେଇଥିଲେ। ସେବେଠାରୁ କେବଳ ମଧୁପୁର ର ଲୋକମାନେ ଏହି ଋଷି ଙ୍କ ସମ୍ମାନାର୍ଥେ ଏକ ମନ୍ଦିର ନିର୍ମାଣ କରିଥିଲେ। ସେବେଠୁ ଋଷି ସେହି ମନ୍ଦିରରେ ରହୁଥିଲେ । ଲୋକଙ୍କର ସୁଖ,ଦୁଃଖ,ସୁବିଧା,ଅସୁବିଧା ସବୁ ବୁଝୁଥିଲେ । ଏବଂ ଗ୍ରାମବାସୀ ମାନେ ମଧ୍ୟ ତାଙ୍କୁ ପ୍ରତ୍ୟକ୍ଷ ଦେବତା ଭାବରେ ମାନୁଥିଲେ । ତାଙ୍କର ପୂଜା କରୁଥିଲେ। ପରେ ପରେ ଋଷି ଦେହତ୍ୟାଗ କରିଥିଲେ । ତଥାପି ଗ୍ରାମବାସୀ ଏହି ଋଷି ଙ୍କ ଉପରେ ଯଥେଷ୍ଟ ବିଶ୍ୱାସ କରନ୍ତି । କୁହାଯାଏ ଯେ ଯିଏ ଏହି ମନ୍ଦିରରେ କୌଣସି ଇଚ୍ଛା ମାଗେ, ସେମାନଙ୍କର ଇଚ୍ଛା ମଞ୍ଜୁର ହୁଏ ଏବଂ ପୂରଣ ହୁଏ । ସେ ମନ୍ଦିର ପଛ ପଟେ ଏକ ବିରାଟ ବଡ଼ ପର୍ବତ ଅଛି। ଯିଏ ଏହି ପର୍ବତ ଶେଷ ଭାଗରେ ଥିବା ଧଳା ଫୁଲକୁ ଋଷିଙ୍କ ପାଦରେ ଅର୍ପଣ କରେ ଋଷି ତାଙ୍କ ମନବାଞ୍ଛାକୁ ପୂରଣ କରନ୍ତି । ଏହା ଆଗରୁ ବିଶ୍ଵାସ ରହିଛି । କିନ୍ତୁ ସେଠି ପହଞ୍ଚିବାଟା ବହୁତ୍ କଷ୍ଟ କର ହୋଇଥାଏ । କାରଣ ଉପରୁ ପ୍ରବଳ ଜଳ ପ୍ରବାହ ଥାଏ । ତେଣୁ ପର୍ବତ ଆରୋହଣ ପାଇଁ ମାର୍ଗ ସଠିକ୍ ନଥାଏ । ଗୋଡ ଖସିବାର ସମ୍ଭାବନା ଯଥେଷ୍ଟ ଥାଏ ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।
