STORYMIRROR

Panchanan Jena

Children Stories

4  

Panchanan Jena

Children Stories

ଭିନ୍ନ ପ୍ରଥମାଷ୍ଟମୀ

ଭିନ୍ନ ପ୍ରଥମାଷ୍ଟମୀ

2 mins
272


ଅଷ୍ଟମ ଶ୍ରେଣୀରେ ପଢୁଥିବା ଝିଅ ସେବ ଖୁସି ନ ଥିଲା ପ୍ରଥମାଷ୍ଟମୀ ଏ ବର୍ଷ ନଭେମ୍ବର ୧୪ ତାରିଖରେ ପଡୁଛି ଶୁଣି ସାଙ୍ଗ କୁନି ମୁହଁରୁ ସ୍କୁଲରୁ ଫେରୁ ଫେରୁ । ସେ ଘରର ବଡ଼ ଛୁଆ | ପଢୁଆଁ ଝିଅ। କିନ୍ତୁ ମନରେ ସରାଗ ନାହିଁ । କାରଣ ସାନ ଭାଇ କବିର ଫଟା ପ୍ୟାଣ୍ଟ ତା' ଆଖି ଆଗରେ ଭାସି ଉଠୁଥିଲା ବାରମ୍ଵାର । ପଞ୍ଚମ ଶ୍ରେଣୀରେ ପଢ଼େ । ସ୍କୁଲ ସାର୍ଟ ଛଡ଼ା ଆଉ ଅଙ୍ଗା ନାହିଁ ତା'ର ।


ସେବ ଭାବୁଥିଲା କି ଲାଭ ନୂଆ ଜାମା ପିନ୍ଧି ଯଦି ସାନ ଭାଇ କାନ୍ଦିବ । କଷ୍ଟ ପାଇବ । ଦରଦୀ ମନରେ ଉଦାସ ପଣରେ ପାଣ୍ଡୁର ପାଉଁସିଆ ବଦନରେ କାକୁସ୍ଥ ହୋଇ ଗୁମ୍ ସୁସ୍ ଖଟରେ ବସିବ ତଳକୁ ମୁଁହ କରି ମଉନ ମାରି । ସହି ହେବନି । 


ଭାବିଲା ଘରକୁ ଗଲେ ମା' କୁ କହିବ ବାପା ଯେଉଁ ନୂଆ ଯାମା ବିଜୟ ସାହୁ ଦୋକାନରୁ ତା' ପାଇଁ ଆଣିବେ , ସେହି ଏକା ପଇସାରେ ମୋ ପାଇଁ ଓ ସାନ ଭାଇ ପାଇଁ କିଛି ମିଶିକି ଆଣିବାକୁ । 


ପୁଣି ଭାବିଲା ମାମୁଁ କୁ ଫୋନ କରି ମା' କହିଦେବ ସେହି ଏକା ପ୍ଲାନ୍ । 


ପୁଣି ଭାବିଲା ଯଦି କଲ୍ୟାଣି ଭାଉଜ ପାଖରେ ସପ୍ତାହେ ସଂଧ୍ୟାବେଳେ ଦୁଇ ଘଣ୍ଟା ବସି ବୋତାମ ଇତ୍ୟାଦି ଛୋଟ ଛୋଟ ହାତ ସିଲେଇ କାମ କରି ୧୦୦ ଟଙ୍କା ରୋଜଗାର କରି ଭାଇ ପାଇଁ ମୋଟେ ଛୋଟ ଆଇପିଏଲ୍‌ ବାଲା ରଙ୍ଗବେରଙ୍ଗ ଟି ସାର୍ଟ ଆଣି ହୁଅନ୍ତା , ପ୍ରଥମ।ଷ୍ଟମୀରେ ରୋଗା କବିଟା ପୂରା ହସକୁରି କବିବର ଲାଗନ୍ତା । ମୋ ସହିତ ସବୁବେଳେ ଝଗଡ଼ା କରୁଥିବା କବିଟା ନିହାତି ଟିକେ ହସିଦିଅନ୍ତି। I ଘେରେ ମସ୍ତିରେ ଗାଁ ଦାଣ୍ଡ ଦୁଲୁକେଭ ଧୂଳି ଉଡ଼େଇ ଚିଲା ମାରି ବୁଲି ଆସନ୍ତି । ହସୁଆ ଚେହେରା ବେସ୍ ମାନନ୍ତା । ମୁଁ ତା' ମଥା ଚୂଳକୁ ଆଉଁଷି ଦିଅନ୍ତି ସ୍ନେହରେ ଗେଲରେ ।


ପୁଣି ଭାବିଲା ବାତ୍ୟାରେ ନଡିଆ ଗଛରୁ ଖସିପଡ଼ିଥିବା ଶୁଖିଲା ନଡ଼ିଆ ବାହୁଙ୍ଗାରୁ ପତ୍ରକୁ ଟାଣି ବିଡା ବିଡା କରିଦେବି ଓ ବଡ଼ି ଭୋଗରୁ ଉଠି ପନିଖିରେ ଚାଞ୍ଛି କୁଇଁଚି କରିବ । କାରଣ ଲମ୍ବା ଝାଡ଼ୁ- ପହଁରା କୁଇଁଚି କେଜିଏ କୁଆଡ଼େ ୨୦ ଟଙ୍କା ।


ପୁଣି ଭାବିଲା ତୁରୁପତି ଶ୍ରୀ ଭେଙ୍କଟେଶ୍ଵର ମନ୍ଦିରରେ ଆନ୍ଧ୍ର ଝିଅମାନଙ୍କ ପରି ଲଣ୍ଡା ହୋଇ ପଡିଲେ ଭଲ ହୁଅନ୍ତା । ପୁଣି ଛ ମାସରେ ଗଜୁରି ଉଠିବ ।ତାର ଲମ୍ବା ଲମ୍ବା ଗହଳିଆ କେଶ ଅଧ କେଜିଏ ହୁଅନ୍ତା ବୋଧେ । ଗଲା ପରସୁ ଦିନ ଜଟି ଅପା ପରା ସେ ବସ୍ତିର ମେଞ୍ଚଡ ମୁସଲ୍ ମାନ ଟୋକାକୁ ପଲିଥିନ୍ ରେ ସାଇତା ଖସିପଡ଼ା ବାଳ ବିଜୁଥିଲେ । କୁଆଡ଼େ ବହୁତ ରେଟ୍ । ଶହେ ଗ୍ରାମକୁ ୪୦୦ ଟଙ୍କା । ଅର୍ଥାତ୍ କେଜି ୪୦୦୦ ଟଙ୍କା ।

 ଧେତ୍ । ଖସିପଡ଼ା ଚୂଳ କଣ ଅପୂର୍ଗ । ଏତେ ମହରଗ । ବଢେଇ ଚଢ଼େଇ କହୁଥାଇ ପାରେ । ବାପ୍ ରେ ବାପ୍ । 

---- ------


ଶୁଭ ପ୍ରଥମାଷ୍ଟମୀ ଦିନ ଆସି ଗଲା । ମା' ଠାକୁର ପାଖରେ ନୂଆ ଡ୍ରେସ୍ ଲଗଉ ଲଗଉ ଝିଅ ସେବ ଦୌଡି ଦୈଡ଼ି ହାଁ ପାଇଁଆ ହୋଇ ଗୋଟେ ପଲିଥିନ୍ ପ୍ୟାକେଟ୍ ଦେଉ ଦେଉ ଲଥ୍ କିନା ବସି ପଡିଲା । 

ବକ୍ରତୁଣ୍ଡ ମହାକାୟ ------ କହୁଥିବା ମା' ହଠାତ ରହିଗଲେ ଓ ଇଂଗିତରେ ଝିଅ ସେବକୁ ପଚାରିଲେ --- କଣ ଆଣିଛୁ । ବାହାର କର । ଅନ୍ୟ ପଟୁ ସାନ ଭାଇ କବି ବି ଆସି ବସି ପଡିଲା । କପାଳରେ ଝାଳ ସବୁ ଉଙ୍କି ମାରୁଥିଲେ । ସିଏ ବି ଗୋଟେ ପ୍ୟାକେଟ ଠାକୁରଙ୍କ ପାଖରେ ରଖିଦେଲା ।


ମା' ଅତି ସରାଗରେ ଅତି ଆଗ୍ରହ ଆଦରରେ ଗୋଟିଏ ପରେ ଗୋଟିଏ ପ୍ୟାକେଟ୍ ଖୋଲି ଦେଖିଲେ , ଥରେ ନୂଆ ପୋଷାକ ଦୟକୁ ଆଉ ଥରେ ନୟନ ପିତୁଳା ସେବ ଓ କବି ଙ୍କୁ ଆଖି ଢିମା ଡିମା କରି ଦେଖୁଥିଲେ । ପୂଜାପାଠ ଛାଡ଼ି ଦୁହିଁଙ୍କୁ କୁଣ୍ଢେଇ ବହେ କାନ୍ଦି ପକେଇଲେ । ଭିନ୍ନ ପ୍ରଥମାଷ୍ଟମୀର କାନ୍ଦ-ହସର , ଲୁହ-ଖୁସିର ଆସର ଆମୀୟ ସ୍ଵାକ୍ଷର ବହନ କରୁଥିଲା ।



Rate this content
Log in