ଭିନ୍ନ ଏକ ସର୍ତ୍ତ (ଭାଗ -୨)
ଭିନ୍ନ ଏକ ସର୍ତ୍ତ (ଭାଗ -୨)
ପିଲାଟି ପୁଣି ପ୍ରଶ୍ନ କଲା ମୁଁ ଯେତେବେଳେ ବଡ଼ ହୋଇଯିବି ସେତେବେଳେ ମୋର ଭରଣ ପୋଷଣ କିଏ କରିବ, ଏବଂ ମୁଁ ଯଦି ଆଗକୁ ବଢ଼ିବାକୁ ଚାହିଁବି, କିଛି ନୂତନତ୍ୱ ହାସଲ କରିବାକୁ ଚାହିଁବି ସେଥିରେ ମତେ କିଏ ସାହାଯ୍ୟ କରିବ ?
ଈଶ୍ୱର ଉତ୍ତରରେ କହିଲେ - " ତୁମେ ନିଶ୍ଚିନ୍ତରେ ରୁହ । ମୋର ଦୂତ ତୁମକୁ ସବୁ ପ୍ରକାର ସହାୟତା ପ୍ରଦାନ୍ କରିବ । ସେଥିପାଇଁ ମୁଁ ତାକୁ କିଛି କର୍ମ ଯୋଗେଇ ଦେବି । ସିଏ କର୍ମ କରିବ ଏବଂ ତୁମର ଦେଖାଶୁଣା କରିବ । ହେଲେ ତୁମକୁ ମଧ୍ୟ ତା'ର ବାର୍ଦ୍ଧକ୍ୟ ଅବସ୍ତାରେ ତାକୁ ସାହାଯ୍ୟ ସହାନୁଭୂତି ଦେବା ସହିତ, ତା'ର ପାଖେ ପାଖେ ରହି ତାକୁ ସେବା ଶୁଶ୍ରୁଷା ଦେବାକୁ ପଡ଼ିବ " ।
ପିଲାଟି ପୁଣି ପ୍ରଶ୍ନ କରେ, ମୋତେ ଯଦି ସେଠି ଏକୁଟିଆ ଅନୁଭବ ହୁଏ ତେବେ ମୁଁ କଣ କରିବି ? ।
ଭଗବାନ ଉତ୍ତର ଦିଅନ୍ତି - " ସେଠି ଦୂତର ସଂପର୍କୀୟ ମାନେ ତୁମର ପାଖେ ପାଖେ ସବୁବେଳେ ରହିଥିବେ । ତୁମକୁ ସଂପୂର୍ଣ୍ଣ ରୂପରେ ଏକୁଟିଆ ଅନୁଭବ କରିବାକୁ କେବେବି ଦେବେନି " ।
ପୁଣି ପିଲାଟି ପ୍ରଶ୍ନ କରେ, ସେଠି ବହୁତ୍ ପ୍ରକାର ଲୋକ ଅଛନ୍ତି । ଭଲ ମନ୍ଦ ସମସ୍ତଙ୍କୁ ମୁଁ ଚିହ୍ନିବି କେମିତି ? ।
ଉତ୍ତରରେ ଭଗବାନ କୁହନ୍ତି - " ତୁମର ଦୂତ ତୁମକୁ ସବୁବେଳେ ଏ ବିଷୟରେ ଅବଗତ କରାଇବା ସହିତ ତୁମକୁ ଉଚିତ୍ ଅନୁଚିତର ମାର୍ଗ ଦେଖାଇବାରେ ସହାୟ ହେବ ।
ସେହି ମୁହୂର୍ତ୍ତରେ ସ୍ୱର୍ଗରେ ବହୁତ ଶାନ୍ତି ଥିଲା, କିନ୍ତୁ ହଠାତ୍ ପୃଥିବୀରୁ କୋଳାହଳର ସ୍ୱର ଶୁଣିବାକୁ ମିଳିଥିଲା | ପିଲାଟି ତରତର ହୋଇ ମୃଦୁ ଭାବରେ ପଚାରିଲା, " ହେ ଭଗବାନ, ଯଦି ମୁଁ ବର୍ତ୍ତମାନ ସ୍ୱର୍ଗ ଛାଡିବାକୁ ଯାଉଛି " ତେବେ ଦୟାକରି ମୋତେ ମୋ ଦୂତଙ୍କ ନାମ କୁହନ୍ତୁ ! "
ଭଗବାନ ଉତ୍ତର ଦେଲେ, “ତୁମର ଦୂତଙ୍କ ନାମର କୌଣସି ଗୁରୁତ୍ୱ ନାହିଁ । ତୁମେ ପୃଥିବୀ ପୃଷ୍ଠକୁ ଯିବା ପରେ ତାଙ୍କ ନାମକୁ ଜାଣି ପାରିବ । ହେଲେ ଏବେ ତୁମେ ତାଙ୍କୁ କେବଳ "ବାପା" ବୋଲି ଡାକିବ! " । ଏବଂ ସାରା ଜୀବନ ତୁମେ ତାଙ୍କର ଏହି ନାମକୁ ଉଚ୍ଚାରଣ କରିବ ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।
