STORYMIRROR

Manjulata Das

Children Stories

3  

Manjulata Das

Children Stories

ଅଳ୍ପ ଜ୍ଞାନ ଭୟଙ୍କର

ଅଳ୍ପ ଜ୍ଞାନ ଭୟଙ୍କର

2 mins
431

ଗୋଟିଏ ଗାଁ ଥିଲା। ଗାଁ ର ନାମ ଥିଲା ମନ୍ମଥପୁର । ଗାଁ ରେ ରହୁଥିଲେ ସାମ ଓ ରାମ।ସେ ଦୁଇଜଣ ବହୁତ ଭଲ ସାଙ୍ଗ ଥିଲେ।ସାମ ର ଗୋଟିଏ ଭଉଣୀ ଥିଲା।ତାର ଭଉଣୀ ର ନାମ ଥିଲା ଶୀଖା।

         ଥରେ ସାମ ଓ ରାମ କାହାକୁ କିଛି ନ କହି ବିଦେଶ କୁ ଜ୍ଞାନ ଆଦାୟ କରିବାକୁ ଚାଲିଗଲେ। ସେମାନେ କାହାକୁ କିଛି ନ କହି ଥିବାରୁ ତାଙ୍କ ଘର ଲୋକ ମାନେ କାନ୍ଦିବା କୁ ଆରମ୍ଭ କରିଦେଲେ।

            ସେମାନେ ସେଠାକୁ ଯାଇ ମାଗି ପାତି ଖାଇ ସାମାନ୍ୟ ଗୋଟେ କାଉଁରି ଜ୍ଞାନ ଆଦାୟ କଲେ

           ଚାରି ପାଞ୍ଚ ମାସ ଗଲା ପରେ ସେମାନ ନିଜ ନିଜ ଘରକୁ ଚାଲିଗଲେ। ସେଠାକୁୁ ଗଲା ପରେ ସମସ୍ତଙ୍କ ଖୁୁସି କହିଲେ ନ ସରେ। 

           ସେମାନେ ଏହା ଶିକ୍ଷା କରିଥିଲେ ଯେ ଜଳକୁୁ ଅଭିିିମନ୍ତ୍ରୀତ କରି ନିଜ ବେଶ ବଦଳାଇ ପାରିବେ।

        ସାମର ଭଉଣୀ ଶିଖା କହିଲା ମୁଁ କଉ ଦିନ ଠାରୁ ଗୋଟେ ବୋଲି କୁମ୍ଭୀର ଦେଖି ନାହିଁ ତୁ କ'ଣ ମୋତେ ତୋର ବେଶ ବଦଳାଇ କୁୁୁୁମ୍ଭୀର ହୋଇପାରିବୁୁ 

       ସାମ କହିଲା ଏହା ତ ଅତି ସହଜରେ ହୋଇପାରିବ। ହେଲେ ମୁଁ ଯେତେବେଳେ କୁମ୍ଭୀର ବେଶ ନେଲା ପରେ ତୁ ଏକ ଅଭିିମନ୍ତ୍ରତ ଜଳ ମୋ ଦେହ ଉପରକୁ ପକାଇଦେବୁୁୁ ହେଲା। ତୋ ହାତରୁ  ଯଦି ଏହା ଖସିଗଲା। ତେବେ ତୁୁ ରାମ କୁ କହି ଆଉଥରେ ଅଭିମନ୍ତ୍ରୀତ ଜଳ ବନାଇଦେବୁୁ ହେଲା

          ଶିଖା କହିଲା ହଁ ଭାଇ ମୁୁଁ ଏହା କରିିିିଦେବି।ସାମ ସଂଗେ ସଂଗେ କୁୁମ୍ଭୀର ର ବେଶ ନେଇଗଲା। ଏହା ଦେଖି ଶିଖା ଡରିଯାଇ ହାତ ରୁୁ ଅଭିମନ୍ତ୍ରୀତ ଜଳ ଗଡିପଡିିିଲା। ଏବଂ ସେ ଦୈାଡିବାକୁ ଲାଗିଲା। କୁମ୍ଭୀର ଟି ଡରିଗଲା ଏବଂ ସେ ଭାବିଲା ସେ ଯଦି ଏଠାରେ ରହିବ ତେବେ ତାକୁ ଗାଁ ଲୋକ ମାନେ ମାରିଦେବେ।ସେ ଏହା ଭାବି ଗାଡିଆ ଭିିିତରକୁ ପସିଗଲା।

          ସାମ ର ଭଉଣୀ ଯାଇ ରାମ କୁ ଡାକିଲା ହେଲେ ରାମ ତାର ସାାଙ୍ଗ ଘରକୁୁ ଯାଇଥିଲା । ପାଞ୍ଚ ଦିି ପରେ ଯେବେ ରାମ ଆସିିିଲା ସେ କହିଲା ସେ ପାଞ୍ଚ ଦିନ ପରେ ଆଉ ମଣିଷ ବେଶ କୁ ଆସିିବନି। ସେ ଏବେ ଏକ କୁୁମ୍ଭୀର ଭଳି ହୋଇସାରିଛି।

          ବାସ୍ ଏହା ଶୁଣି ଶିଖା ର କୁମ୍ଭୀର ଦେଖିବା ପାଣି ମରିଗଲା।

         ତେଣୁୁ ବଡ଼ ବଡ଼ ଲୋକ ମାନେ କହିଛନ୍ତି ଅଳ୍ପ ଜ୍ଞାନ ଭୟଙ୍କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍