ଆଜି ନୁହେଁ କାଲି
ଆଜି ନୁହେଁ କାଲି
ଗୋଟିଏ ଛୋଟ ଗ୍ରାମ ରେ ,"ମଦନ ମୋହନ ରହୁଥିଲେ।ସେ ଦୁଇଜଣ ବହୁତ ଭଲ ସାଙ୍ଗ ଥିଲେ। ସେମାନେ ଦୁଇ ଜଣ ଦିନ ସାରା କୋୖଣସି କାମ କରୁଥିଲେ ନାହିଁ, ସେମାନେ ଦିନ ସାରା ବୁଲି ବୁଲି କୈାଣସି କାମ ପାଇପାରୁନଥିଲେ ।
ମଦନ ମୋହନ ଥରେ ଶୁଣିବାକୁ ପାାଇଲେ ଯେ , ଗାଁ ର ମୁଖିଆଙ୍କର କାମ କରିବା ପାଇଁ ଦୁଇ ଜଣ ଲୋକ ଦରକାର। ସେମାନେ ଦୁଇ ଜଣ ମୁଖିିଆଙ୍କ ଘର କୁ ଗଲେେ। କିିିନ୍ତୁ ମୁଖିଆ କହିଲେ,, ତୁମେ ମାନେ ଦୁଇ ଦିନ ଛାଡ଼ି ମୋ ପାଖକୁ ଆସି ତୁମଦୁୁଇ ଜଣ ଙ୍କର କଥା ବୁଝାଯିବ।
ବାଟରେ ଗଲା ବେଳେ ମଦନ କହିଲା,, ମୁଖିଆ ଙ୍କ ର ଯଦି କାମ ଥିଲା ତେବେ ସେ ଆମକୁ ଆଉ ଦୁଇ ଦିନ ପରେ ଆସିବା କୁୁୁୁ କାହିଁକି କହିଲେ?ମୋହ କହିଲା ,, ସେ ବୋଧେ ଆମକୁୁୁ କାମ ରେ ରଖିବା କୁ ଚାହୁଁନଥିଲେ। ସେ ଦୁଇ ଜଣ ନିଜ ନିଜ ଘରକୁ ଚାଲିଗଲେ।
ପରଦିନ ମଦନ ସକାଳୁ ସକାଳୁ ଉଠିଲା ଏବଂ ନିଜ କାମ ସାରିି ମୋହନ ଘର କୁ ଗଲା। ଯାଇ ଦେଖିଲା ମୋହନ ଶୋଇ ରହିଛି। ମଦନ ମୋହନ କୁ ଡାକିିିଲାା ମୋହନ ଉଠିଲା ନାହିଁ ଏବଂ କହିିଲା, ମୋତେ ବହୁତ ନିିିଦ ଲାଗୁଛି,"ତେଣୁ ମୁଁ ଏବେ ଯିବି ନାହିଁ,ତୁ ଆଗରେ ଚାଲେ ମୁଁ ପଛକୁ ଯିବି ।
ମଦନ ଖୁସି ହୋଇ ମୁୁୁୁଖିଆ ଙ୍କ ଘରକୁ କାମ କରିବାକୁ ଗଲା। ସେଠାକୁ ମୋହନ ମଧ୍ୟ ଆସିଲା। ମୁୁୁୁଖିଆଙ୍କ ଚାକର ଆସି କହିଲା,, ଜମିଦାର ବାବୁ କହିଲେ,, ତୁମେ ମାନେ କାଲିକି ଆସିବ । ସେ ଦୁଇ ଜଣ ପୁଣି ଗଲେ ,ସେମାନଙ୍କୁ ମୁଖିଆ କହିଲେ ,, ତୁମେ କାଲିକି ଆସିବ । ମଦନ ତା ପରଦିନ ସକାଳୁ ସକାଳୁ ଉଠିଲା ଏବଂ ନିଜ କାମ ସାରି ମୁୁୁୁ ଙ୍କ ଘରକୁ କାମ କରିବାକୁ ଗଲା ,କିିନ୍ତୁ ମୋହନ ଗଲା ନାହିଁ। ଜମି ଦାର ବାବୁ ମଦନ କୁ କିଛି ଟଙ୍କା ଦେଲେ। ମଦନ କିଛି ବୁଝି ପାରିଲା ନାହିଁ ଏବଂ ପଚାରିଲା,, ଏ ଟଙ୍କା କଣ ପାଇଁ ଦେଲ। ଜମିଦାର ବାବୁ କହିଲେ,, ଏହା ପୂର୍ବରୁ ତୁମେ ଯେତେ ଥର ମୋ ପାଖକୁ ଆସିିଛ ଏବଂ କାମ ଖୋଜୁଛ, ଏହା ହେଉଛି ତୁମ କାମ। ଏହା ଶୁଣି ମଦନ ବହୁତ ଖୁସି ହୋଇ ଗଲା।
ଏହା ମୋହନ ଶୁୁଣି ନିଜ ଭୁୁୁଲ୍ ବୁଝି ପାରିଲା।ଆଉ ସେହିଦିନଠାରୁ ମୋହନ ଭଲ କାମ କରିବାକୁ ଲାଗିଲା।
