STORYMIRROR

ayiswarya maharana

Others

3  

ayiswarya maharana

Others

ଆସ ଗୋ ମାଆ

ଆସ ଗୋ ମାଆ

1 min
268

କାଶତଣ୍ଡୀ ଫୁଲେ ଫୁଲେ ଅଶିଣର ଯାତ

କୁମୁଦ ମାଳା ବିଭୂଷିତା ମାତା ହୁଅ ପଦାର୍ପିତ ।


ଆସ ଗୋ ମାଆ ଆସ ପୁଣି ଥରେ ହେଉ ଧରାବତରଣ

କଳୁଷ ଦୁନିଆରୁ ପୂର୍ଣ୍ଣ୍ୟ ହେଉଅଛି କ୍ଷୀଣ ।


ସଞ୍ଚାରି ଦିଅ ସବୁ ପ୍ରାଣେ ପୂର୍ଣ୍ଣ୍ୟର ସେ ବାର୍ତ୍ତା

ପୂର୍ଣ୍ଣ୍ୟମୟୀ ହେଉ ଧରା ପାପ ହେଉ ଅପହୃତା ।


ତୁମେ ଥାଉ ଥାଉ ଯେବେ ଅଧର୍ମ ହସିବ

ଦୁଃଖୀ,ତପି କି ତୋତେ ଆଉ ମାଆ ବୋଲାଇବ ।


କୋଳେଇ ନିଅ ମାଆ ପାପ ଦୁଃଖ ହୋଇଯାଉ ଦୂର

ହସିବ ଧରମ ପୁଣି ପାପୀ ହେବେ ଯେ ଉଦ୍ଧାର ।


ମା ଗୋ ଦୟାମୟୀ ତୁ ବିନ୍ଧ୍ୟବାସିନୀ

ସଙ୍କଟହାରିଣୀ ପୁଣି ପାପ ବିନାସିନୀ ।


ବୁଝାଇ ଦିଅ ମାଆ ନାରୀର ସାଧନ

ଆସ ଗୋ ମାଆ ଆସ ପୁଣି ଥରେ ହେଉ ଧରାବତରଣ।



Rate this content
Log in