STORYMIRROR

Subrat Kumar Muduli

Others

3  

Subrat Kumar Muduli

Others

ଆଇ ଆମ ସରି

ଆଇ ଆମ ସରି

1 min
14.8K


ସତ କହୁଛି ତମକୁ ଛାଡି ମୁଁ ବଞ୍ଚି ପାରିବିନି । ମୁଁ ମାନୁଛି ତମେ ତେସ୍ତରି ଥର କଲ କରିଛ ହେଲେ ମୁଁ କ’ଣ କରିବି ଘର ମୋବାଇଲରେ ମିତୁ ସହ ଟିକେ କଥା ହେଉଥିଲି ହଉ ହେଲା ଆଇ ଆମ ସରି ....ଉ.ଉ..ଉ ...ମା ।

ତା’ ଠାରୁ ଫୋନରେ ଗୋଟେ ଚୁମା ଖାଇଲା ପରେ ମୋ’ ରାଗ ପୁରା ଥଣ୍ଡା ହୋଇ ଯାଉଥିଲା ।

ପରେ ଆରମ୍ଭ ହେଉଥିଲା ତା’ର ସେଇ ଏକା ନାଟକ ......ପ୍ଲିଜ ମୋ’ ମୋବାଇଲରେ ଗୋଟେ ପଚାଶ ଟଙ୍କା ରିଚାର୍ଜ କରି ଦିଅନା ବାଲାନ୍ସ ନଥିବାରୁ ମିସ କଲ ମାରି ପାରିଲିନି , ରିତୁ ତା’ ସାଙ୍ଗ ସହ କଥା ହେଇ ସବୁ ବାଲାନ୍ସ ସାରି ଦେଇଛି ।

ପ୍ରଥମେ ମନା କଲା ପରେ ବି କାନ କୁଣ୍ଡେଇ ବାଧ୍ୟ ହେଉଥିଲି ତା’ ମୋବାଇଲରେ ରିଚାର୍ଜ କରିବାକୁ ।

ଅନେକ ଦିନ ହେଲାଣି ତା’ ସହ ସମ୍ପର୍କ କାଟିଲା ପରେ ସେ କଥା ଆଉ ବେଶି ଭାବିନି ।

କାଲି ହଠାତ ତା’ ମୋବାଇଲରୁ ଫୋନ ଆସିଲା ଟିକେ ଭୟ କଲି ରିସିଭ କରିବାକୁ , କହିଲା ..... ମୋ’ ବାହାଘର ଠିକ ହେଇ ଯାଇଛି । ଦି’ ଭଉଣୀ ମିତୁ ଆଉ ରିତୁ ବାଧ୍ୟ କଲେ ତମକୁ ନିମନ୍ତ୍ରଣ କରିବାକୁ ।  ମୋବାଇଲରେ ବାଲାନ୍ସ ନାହିଁ ରଖୁଛି ... ଆଇ ଆମ ସରି ।

ତା’ କଥା ଭାଷାରୁ ଜଣା ପଡୁଥିଲା ସେ ମୋ’ ପାଇଁ କେତେ ଦୁଃଖିତ । ମୁଁ ବି ଆଦୌ ଦୁଃଖ ଅନୁଭବ କରୁନଥିଲି ଆଗରେ ଥୁଆ ହୋଇଥିବା ଥଣ୍ଡା ଥଣ୍ଡା ବିୟର ଆଉ ବୋନଲେସ ଚିକେନ ପକୋଡାକୁ ଦେଖି ।

ସାଙ୍ଗ ଚିନୁ ତା’ ପ୍ରେମିକାକୁ ଅର୍ଜେଣ୍ଟ ଫୋନ କରିବାକୁ ମୋ’ ଫୋନ ମାଗୁଥିଲା ମୁଁ ଦେଇ ପାରିଲିନି କାରଣ ପ୍ରାୟତଃ ସେହିଦିନ ଠାରୁ ମୋ’ ମୋବାଇଲକୁ ବି ଧରିଥିଲା ସେଇ ଏକା ଲୋ ବାଲାନ୍ସର ରୋଗ ବରଂ ନିଶାରେ ତାକୁ ବାରମ୍ବାର କହୁଥିଲି .....ଆଇ ଆମ ସରି ।


Rate this content
Log in