ଯମଜ ଭ୍ରାତା
ଯମଜ ଭ୍ରାତା
1 min
3.5K
ଦୁଃଖ ଯେଣୁ ମୋର ଯମଜ ଭ୍ରାତା ତ
ପାରୁନି ସେ ମୋତେ ଛାଡ଼ି
ମୋର ଜୀବନର ପରିବୃତ୍ତ ଭିତରେ
ଅହରହ ବୁଲେ ଘୂରି ।।
ତେଣୁ ମୁଁ ରଖିନି ସୁଖଟି ଆଦର
ଭ୍ରାତୃ ଧର୍ମ ପରା ପାଳି
ହେଲେ ଭାଇ ବାଦ ହେଲାଣି ଅସହ୍ୟ
ତା'ଜାଳା ଗଲାଣି ବଳି ।।
ତହୁଁ ବିଭୂ ପ୍ରେମେ ରଖେ ସଦା ଲୟ
ରଖିଲେ ରଖିବ ହରି
ତାରିଲେ ତାରିବ ଫେଡ଼ି ଯମ କଷ୍ଟ
ନାହିଁ ଯେଣୁ ଅନ୍ୟ ଗତି।।
WRITTEN BY
SATYA PRAKASH SETHY
