Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Behera

Inspirational

3  

Kailash Chandra Behera

Inspirational

ଯାଉଛି ଶୀତ ଆସେ ବସନ୍ତ

ଯାଉଛି ଶୀତ ଆସେ ବସନ୍ତ

1 min
171


ଯାଉଅଛି ଶୀତ ଆସେ ବସନ୍ତ 

  ପୁରୁଣା ବରଷ ହୋଇଲା ଅନ୍ତ ।


ଆମ୍ବ ଗଛରେ ଯେ ହେବ ବଉଳ  

  କୁହୁ କୁହୁ ଗାଉଥିବ କୋକିଳ ।


ସଧୀରେ ବହିବ ମୃଦୁ ମଳୟ 

   ଚନ୍ଦନ ହୋଇବ ସୁଗନ୍ଧମୟ ।


ବନ ଉପବନେ ସୁମନ ଫୁଟି 

   ଚଉଦିଗ ଯିବ ବାସ ଚହଟି ।


ଶୀତର ପ୍ରକୋପ ଆଉ ନ ଥିବ  

  ଦେହ ମନ ପୁଲକିତ ହୋଇବ ।


କଅଁଳ ପତର ବୃକ୍ଷ ଲତାରେ 

  ପୂରି ଶୋଭା ଦିଶୁଥିବ ବନରେ ।


ମହା ଶିବରାତ୍ରି ହେବ ପାଳନ 

  ହରି ହରଙ୍କର ହେବ ମିଳନ ।


ରାଧା କୃଷ୍ଣଙ୍କର ଦୋଳ ପରବ  

  ପାଳନ କରିବେ ଲୋକ ସରବ ।


ହୋଲି ଉତ୍ସବରେ ଆନନ୍ଦ ପାଇ 

 ନାଚୁଥିବେ ଲୋକେ ବାଜା ବଜାଇ ।


ଋତୁରାଜ ଅଟେ ବସନ୍ତ ଋତୁ 

  ସଭିଙ୍କର ମନ ଖୁସି ସେ ହେତୁ ।



Rate this content
Log in