ଯାଚି କଲ୍ୟାଣ ମାଗି ଜୁହାର
ଯାଚି କଲ୍ୟାଣ ମାଗି ଜୁହାର
କେଉଁ କାଳୁ କଥା ଇଏ ଲୋ ବଉଳ
ଯାଚି କଇଲାଣ ମାଗି ଜୁହାର
ପ୍ରୀତି ଅନୁରାଗ ମିଛ ପ୍ରହେଳିକା
ସତରେ ପ୍ରଯୁଜ୍ୟ ଏ ଯୁଗର |
ପ୍ରେମ ଅନୁଭବ ବିଷ ଲୋ ବଉଳ
କେହି ତ ନୁହଁଇ ଏଠି ନିଜର
ଛଳନାରେ ଖାଲି ଟାଣିଲେ ପାଖକୁ
(ମିଳଇ କଲ୍ୟାଣ ମିଳେ ଜୁହାର |
ମାଆ ତ ଶିଖାଏ ପିଲାଙ୍କୁ ନିଇତି
ଗୁରୁ ଗୁରୁଜନେ କର ଜୁହାର
ପିଲାଙ୍କୁ ଏ କଥା କଠିନ ଲାଗଇ
ଅନିଚ୍ଛାରେ ମାନେ ମାଆର ବୋଲ |
ପ୍ରକୃତି ଖରାପ ଲୋକ ଲୋ ବଉଳ
ଇଜ୍ଜତ ମହତ ନ ଥାଏ ତା'ର
ଅଲଜ୍ଜ୍ୟା ପଣରେ କଥା କହୁଥାଏ
ସତରେ ଲାଗଇ ସେ ଗଭର୍ଣ୍ଣର |
ଲିଭି ଯିବ କେବେ ଆୟୁ ଲୋ ବଉଳ
ଆଜି କଥା କାଲି ପାଣିର ଗାର
ମାଟିର ଦ୍ୱୀପରେ ତଇଳ ଶେଜରେ
ଭାରି ଭାରି ଲାଗିଲାଣି ଏ ପ୍ରାଣ |
ସଂସାର ସରଗ ଅଳି ଲୋ ବଉଳ
ଜୀବନ ପାଣିର ଅଦୃଶ୍ୟ ଗାର
କାହାଠୁ କାହିଁକି ଅଧିକ ଚାହିଁବା
ଏ ପରା ଅଟଇ ଘୋର କଳିକାଳ |
ସବୁ ଦେଖି ଏଠି ନୀରବ ରହିବା
ଆମ ପାଇଁ ହେବ ନ୍ୟାୟ ବେଭାର |
ନେତା ମନ୍ତ୍ରୀ ଯନ୍ତ୍ରୀ ସହଜେ କୁହନ୍ତି
କିଛି ନାହିଁ ତାଙ୍କ ବାଛ ବିଚାର |
ବିଶ୍ୱାସ ସବୁକୁ କରି ଯା ବଉଳ
କିଛି ଠିକଠାକ ନାହିଁ ଏଠାର
ଯାହା ତ ଚାଲିଛି ଯାହା ବି ଚାଲିବ
ଆଖି ଖୋଲି ଦେଖ ରଖ ନଜର |
ଯେବେ ବି ମିଳୁଛି ଯେମିତି ମିଳୁଛି
ଯାଚି କଇଲାଣ ମାଗି ଜୁହାର
ଦୁଃଖ ତୁ କରନି ବଉଳ ମୋର ଲୋ
ଏ ସବୁ ଭାଗ୍ୟର ଲେଖା ଆମର |