ତୁମରି ସାନ୍ନିଧ୍ୟ ବଡ଼
ତୁମରି ସାନ୍ନିଧ୍ୟ ବଡ଼
1 min
369
ସାଇ ତୁମେ ସଦା ରହସ୍ୟ ଘେରରେ
ଖୋଜିଲେ ମିଳନା କାହିଁ
ଖୋଜିଛି ତୁମକୁ କେତେ ଆଡ଼େ ହୋଇ
କେଉଁଠି ପାଇଲି ନାହିଁ।।
ମାନବବାଦର ଜୟଗାନ କଲ
ମାନବେ ପ୍ରୀତି ବାଣ୍ଟିଲ
ମାନବତା ଗୁଣ ଭରପୁର ତୁମ
ଜନତା ହୃଦେ ଥାକିଲ।।
ସକଳ ମଣିଷ ତୁମକୁ ଝୁରୁଛି
ତୁମରି ସାନ୍ନିଧ୍ୟ ବଡ଼
ସେ ସାନ୍ନିଧ୍ୟତା ମିଳନ୍ତା କି ଭାଗ୍ୟେ
ଆସନ୍ତା ଯେ ଗୋଟେ ମୋଡ଼। ।
