STORYMIRROR

anita dash

Others

2.0  

anita dash

Others

ତୁମେ ଚାଲିଗଲା ପରେ

ତୁମେ ଚାଲିଗଲା ପରେ

1 min
313


ଖୋଜିଛି ଅନେକ ପାରିଲିନି

ଭ୍ରାନ୍ତ ପଥର ପଥିକ... ଦିଗହରା ସ୍ଵପ୍ନଟିଏ

ମୋ ଅଶ୍ରୁର ପ୍ରତି ଜଳକଣା ଅସହାୟତାର

କାକର ବିନ୍ଦୁରେ ନିମଗ୍ନ

ଆତ୍ମାର ବିଳାପ ଗୁଞ୍ଜରିତ କର୍ଣ୍ଣପାର୍ଶ୍ବେ

ପ୍ରତ୍ୟୟ ସୃଷ୍ଟିର ଅୟମାରମ୍ଭ

ଖୋଜୁଛି ଖୋଜୁଛି ... ନିସ୍ତବ୍ଧ ପ୍ରହରେ

ସାନିଧ୍ୟ ପାଇବା ଅପେକ୍ଷାରେ

ଅଳ୍ପାୟୁ ହୁଏ ସ୍ଵପ୍ନ ... ଦଗଦିଏ ସ୍ମୃତି

ଅବିଶ୍ଵସ୍ତ ବନ୍ଧୁ ହୁଏ ଆପଣାର

ପ୍ରତାରଣା ଭରା ଜୀବନକୁ ଯୋଡି ହୁଏ

ଏଇତ ଅୟମାରମ୍ଭ ଅପହଞ୍ଚ ଦୁରତ୍ଵ

ଅନିଶ୍ଚିତ ସମ୍ଭାବନା ଯନ୍ତ୍ରଣାର ହେଉ ଅବସାନ

ତବ ସ୍ନେହ ପରଶେ ହେଉ ପୁନର୍ଜନ୍ମ

ହେବି ମୁଁ ଚିର ପୂଣ୍ୟବ୍ରତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍