STORYMIRROR

anita dash

Others

3  

anita dash

Others

ଚୁଲବୁଲି

ଚୁଲବୁଲି

1 min
110

ସେଇ ଲାଜବତୀ ଆଜିକାଲି ଗୁମସୁମ

କହୁଛି କଥା ଆଖି ତାର

କଷ୍ଟ ସବୁ ପିଇଯାଉଛି ଓଠ

ଭାରି ସେ ଅବୁଝା ଚପଳାମି ତାର

ଆଖିରେ ସେ ଦୁଷ୍ଟାମି ନାହିଁ

ମନ ରେ ତା ଅସଂଖ୍ୟ ପ୍ରଶ୍ନବାଚୀ

କିଏ ତା ବୁଝିବ ହୃଦୟ ର ଯନ୍ତ୍ରଣା

ଭାରି ଗୁମସୁମ ନିଃସଙ୍ଗ ମୁହୁର୍ତ୍ତ

ଲୋଡ଼ା ର ବେଳ ଖାଲି ଶୂନ୍ୟତା

ଖାଁ ଖାଁ ସମୟ ର ପସରା

ବେଳ ବୁଡିବା ବେଳକୁ ଅଣନିଶ୍ୱାସ

ଟିକେ ପବିତ୍ର ହୋଇଯିବ

ଲୋଡିଦିଅ ଟିକେ ବାହୁଡା ବେଳ କୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍