STORYMIRROR

anita dash

Others

3  

anita dash

Others

ମହାମୋହ

ମହାମୋହ

1 min
347

ଶବ୍ଦହୀନ ପୃଥିବୀରର କଳୁଷିତ କାଳିମାରେ

କେତେ ଯେ ଆଉ ରାହା ଖୋଜିଥାନ୍ତି

ନିହିତ କାମନାର ନିତି କୁଠାର ଘାତ

କେତେ ଯେ ସହିଥାନ୍ତି

ମୋହକୁ ଜାବୁଡି ପ୍ରତାରିତ ହୋଇ

କେତେ ଯେ ଅଣନିଶ୍ୱାସୀ ହୋଇଥାଆନ୍ତି

କାନରେ ପ୍ରବଂଚନାର ସ୍ୱର ଆତ୍ମଘାତୀ ଚିନ୍ତା

କେତେ ଯେ ଶୁଣିଥାନ୍ତି

ରଂଗହୀନ ମଧୁହୀନ ମଧୁପର ବାସ୍ନାରେ

କେତେ ଯେ ଆଉ ବୁଲିଥାନ୍ତି

ଘୃଣାର ଦହନ ରେ ପତଙ୍ଗ ସମ

କେତେ ଯେ ଜଳିଥାନ୍ତି

ମହାମୋହରୁ ଉର୍ଦ୍ଧଗାମୀ

ଅପେକ୍ଷା କେଵଳ ମହାନିର୍ବାଣ

ମହାନିର୍ବାଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍