STORYMIRROR

JASOBANTA SAHU

Others

4  

JASOBANTA SAHU

Others

ତୁଳସୀ ସ୍ତୁତି

ତୁଳସୀ ସ୍ତୁତି

1 min
294

ଜୟ ଜୟ ମାଁ ତୁଳସୀ

                 ଜଳନ୍ଧର ଘରଣୀ,

ସତୀ ପୁଣ୍ଯବତୀ ମାଁ ଗୋ

                 ତୁମ୍ଭ ପାଦେ ଦୟିନୀ।


ତୁମ୍ଭ ଦୟା ବଳେ ମାଁ ଗୋ

                   ଜଳନ୍ଧର ଅସୁର,

ଜୟ କଲା ତିନି ଭୁବନ

                  ଲଭି ତୁମ୍ଭ ପୟର।


ତୁମ୍ଭର ସତୀତ୍ୱ ପଣର

               ମାତା ତୁଳନା ନାହିଁ,

କି ଗୁଣ ତୋହର ବର୍ନିବି

               ଭାଷା ମୋ ସ୍ପୁରୁ ନାହିଁ।


ତଥାପି ଗାଉଛି ତୋହର

                ଜୟର ଗୁଣଗାନ,

ଦୟା କରିଥିବ ମାଁ ଗୋ

               ଘେନି ମୋର ପ୍ରଣାମ।


ତୁମ୍ଭ ଦରଶନେ ହେଉ ମାଁ

                 ମୋହର ପାପକ୍ଷୟ,

ଯୁଗେଯୁଗେ ଶୁଭୁଥାଉ ମାଁ

                 ତୋହର ଜୟ ଜୟ।


ତୁମ୍ଭର ମହିମା ଅପାର

                 ଦେବଙ୍କୁ ଅଗୋଚର,

ତୁମ୍ଭ ପାଦେ ସଦା ଭକତି

                ରହିଥାଉ ମୋହର।


ଚଲାପଥ ମୋର ସଫଳ

                ହେଉ ତୁମ୍ଭ ଦୟାରୁ,

ଦୁଃଖ କଷ୍ଟ ସବୁ ଦୁରେଇ

               ଯାଉ ତୁମ୍ଭ କୃପାରୁ।


ତୋ ଠାରୁ ସୁଜ୍ଞାନ ଉଦୟ

              ହେଉ ମୋର ଜୀବନେ,

ସାର୍ଥକ ଲଭୁ ମୋ ପରାଣ

              ତୁମ୍ଭର ଶ୍ରୀ ଚରଣେ।


ତୁମ୍ଭ ଦୟାବିନୁ ମୋହର

              ନାହିଁ ଟି ଅନ୍ୟ ଗତି,

ଆଶୀର୍ବାଦ ଥାଉ ତୁମ୍ଭର

             ମୋର ଉପରେ ନୀତି।

             

                                   


Rate this content
Log in