STORYMIRROR

JASOBANTA SAHU

Others

4  

JASOBANTA SAHU

Others

ନାରୀ ଉକ୍ତି

ନାରୀ ଉକ୍ତି

1 min
210

 ଅବଳା ନୁହେଁ ମୁଁ

ସବଳା ନାରୀଟେ

              ନୀରବ ରହିଛି ସିନା,

ତ୍ଯାଗ ମୁଁ କରିଛି

ସୁଖ ସ୍ବାଚ୍ଛନ୍ଦ୍ୟକୁ

         ତୁମରି ପାଇଁ କି ସିନା।

କିଏ? ମୋର ପିତା

କିଏ? ମୋର ଭାଇ

           କିଏ? ମୋ ଶଂଖା ସିନ୍ଦୁର,

କିଏ? ମୋର ବନ୍ଧୁ

ସଖା ସହୋଦର

          ଆଉ କିଏ? ମୋ ଶଶୁର।

ମାଆ ରୂପେ ମୁହିଁ

ସେନେହ ସରଧା

           ଦେଇଛି ସବୁରେ ଢ଼ାଳି,

ଗୁରୁ ରୂପେ ମୁହିଁ

ଉଚିତ ସଂସ୍କାର

           ଦେଇଛି ତୁମକୁ ଖାଲି।

ହେଲେ ଦୁଃଖ ଲାଗେ

ଦେଖି ତୁମ୍ଭ କାର୍ଯ୍ୟ

            ସଂସ୍କାର ଯାଉଛ ଭୁଲି,

ଭଉଣୀ ଭାଉଜ

ମାଆ ସମ ବାଳୀ

          ମୁଖେ ଲଗାଉଛ କାଳୀ।

ଭୁଲି କି ଯାଇଛ

ମୋର ବଳିଦାନ

           ଲୋଭରେ ହୋଇ କି ରତ,

ଅଜ୍ଞାନ କଳୁଷେ

ହୋଇଲ ବିଭୋର

               ମଦିରା ପାନରେ ମତ୍ତ।

ଜଣା ନାହିଁ କିରେ

ମୋ କାଳୀ ରୂପରେ

           ହୋଇଛି ଅସୁର ହତ,

ମୁହିଁ ଦୁର୍ଗା କାଳୀ

ଗିରିରାଜ ବାଳୀ

        ରଣ ରଂଗେ କରେ ଅନ୍ତ।

ନ ଭାବ ଅବଳା

ମୁଁ ଅଟେ ସବଳା

           ଜାଣେ ଏ ସାରା ଜଗତ,

ମୋତେ ଶ୍ରଦ୍ଧା କଲେ

ଭକ୍ତି ସମର୍ପିଲେ

           ମିଳଇ ମୁକ୍ତିର ପଥ।

ଆହେ ନରାଧମ

ଅବୋଧ ଅକ୍ଷମ

         ଏବେ ୦ୁ ଦିଅ ସମ୍ମାନ,

ନାରୀର ସୁରକ୍ଷା

ନାରୀ ମାନ ରକ୍ଷା

            କରିବାରେ ଦିଅ ଧ୍ଯାନ।

                     

                              


Rate this content
Log in